Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhiram Sahoo

Others

3  

Abhiram Sahoo

Others

ତପସ୍ୟା

ତପସ୍ୟା

1 min
176


ଏଣେ ଖୋଜା ଚାଲିଛି ପାହାଡ ଗୁମ୍ଫା

କିଛି ଅରଣ୍ଯ,ବାଘଛାଲ,ନିର୍ଜନତା,

ଉଦାସୀନତାର ଅଭ୍ଯାସ,ବସିଯିବାର ବାସନା,

ଅର୍ଦ୍ଧ ନୀମିଳିତ ଆଖିପାଇଁ ଜଣେ ଗୁରୁ,

ଆଶା ବାଡି,କମଣ୍ଡଳୁ !


ତେଣେ ପୋଛିବାପରି ପୋଛିଆଣିଲେ

ଖାଲି କଣ୍ଟ ବି ଭରିଯାଉଛି ଚାଉଳ,

ପରିବା ନାହିଁ ତ ସେଇ ଚାଉଳ ତିଆରି

ବଡି ପାମ୍ପଡରେ ବ୍ଯଞ୍ଜନ,

ଘର ଚାରିପଟ ସବୁଜିମାରୁ ଶାଗ,

ମସଲା ନାହିଁ ତ କିଛି ମିଠା ମିଠା କଥା,

ତେଲ ବୋଲି ଟୋପେ ସ୍ନେହ,

ଲୁଣ ବୋଲି ଦି'ଟୋପା ଝାଳ,

ପନିକିରେ କଟା ଆଙ୍ଗୁଳି ରକ୍ତରେ

ଆତ୍ମୀୟତାର ଲୋଟଣି ଏଘର ସେ ଘର,

ଗୁଡେ କୋଳାହଳ ଜଞ୍ଜାଳର ବାମ୍ଫଉଠା ଠାଆ !

ଲୁହ ହସର ଫୁଲଭିତରେ ଘାଣ୍ଟି ହେଉଥାଏ ମାଆ !!



Rate this content
Log in