Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sadananda Sahoo

3  

Sadananda Sahoo

ଶୁଭ ଦୀପାବଳି

ଶୁଭ ଦୀପାବଳି

1 min
6.7K



ଶୁଭ ଦୀପାବଳି ପରବ ସମୃଦ୍ଧି

ସଂସ୍କୃତି ବିଭବ ଛବି ,

ପରମ୍ପରାଗତ ଏ ମହାପରବ

ଭାରତୀୟ ମହାଭବି ।


ପୂର୍ବଜ ପିତୃଜ ସ୍ମୃତିର ପ୍ରତୀକ

ଦୀପାଲୋକେ ଆବାହନ ,

ଆଲୋକର ପର୍ବ କରଇ ସ୍ଵାଗତ

କୃପାକର ସ୍ଵର୍ଗ ଜନ ।


ସ୍ଵର୍ଗାବତରଣ କର ପ୍ରିୟଜନ

ଶୁଭ ଅବସରେ ଆଜ ,

ଦେଖି ଯାଅ ଥରେ ବେନି ନୟନରେ

କୁଳର ଗାରିମା କାର୍ଯ୍ୟ ।


ଆଲୋକେ ଆସିବ ତମସାରେ ଯିବ

କୋଟି ଆଶିର୍ବାଦ ଦେଇ

ତଵ ଶୁଭ ଦୃଷ୍ଟି ଅତୁଲ୍ୟ ପୀରତି

ମଙ୍ଗଳ ବିଧାନ ପାଇଁ ।


ପ୍ରଦୀପ ଜଳୁଛି ସ୍ଵର୍ଣ୍ଣ ବିଭାବରି

ରାମ ନାମ ଭକ୍ତି ଅର୍ଘ୍ୟ ,

ଶାରଦୀୟ ସ୍ମୃତି ଲିଭିତ ଯାଇନି

ଅବଲୋକନ ରେ ସ୍ଵର୍ଗ ୲ ୲


ପିଷ୍ଟକ ମିଷ୍ଠକ ପ୍ରସ୍ତୁତି ପରବ

ଧନ ଲକ୍ଷ୍ମୀ ବିରାଜିତା ,

ସୁଖ ସମୃଦ୍ଧି ର ବିଜୟ ପରବ

ଦୀପାବଳି ସ୍ଵର୍ଣ୍ଣ ଚିତା ।


କୁଳର ଚନ୍ଦ୍ରମା ମହାରାଣୀ ସୀତା ,

ଦୀପ୍ତିମୟୀ କୁଳ ବଧୂ ,

ଉଦ୍ଧରିଲେ ପ୍ରଭୁ ଅଯୋଧ୍ୟା ନରେଶ

ପାରି ହୋଇ ସପ୍ତ ସିନ୍ଧୁ ।


ଦୀପାବଳି ଦିନ ରାବଣ ନିଧନ

ଆଲୋକିତ ବଜ୍ରବାଣ ,

ମର୍ଯାଦା ପୁରୁଷ ପ୍ରଭୁ ରାମ ଚନ୍ଦ୍ର

କରିଥିଲେ ମହା ରଣ ।


ପ୍ରଥା ପରମ୍ପରା ସଂସ୍କୃତି ନିଆରା

ଭରତୀୟ ଭାବ ଧାରା ,

ଦୀପାବଳି ଶ୍ରେଷ୍ଠ ପରବେ ବଳିଷ୍ଠ

ବ୍ରହ୍ମାଣ୍ଡେ ବିଦିତ ପରା ! !


ମା' ଧନ ଲକ୍ଷ୍ମୀ ଏ ଶୁଭ ଦୀପାବଳୀ

ଥାଉ ତଵ ଆଶିର୍ବାଦ ,

ମାଆ ମହାକାଳୀ ଦୁଃଖ ଯାଉ ଟଳି

ଖେଳି ଯାଉ ସୁଖ ହ୍ରଦ ।


ସଦାନନ୍ଦ ସହୁ ,

ଧୁ ରୁ ଷୀ ଆ , ଆଠଗଡ , କଟକ


Rate this content
Log in