Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୪୨୫

ଜୀବନ ଗୀତା-୪୨୫

1 min
370


ଜୀବନର ସବୁଠାରୁ ବଡ ସତ୍ୟ

ଅଟେ ଅଂଧାର

ସାମ୍ନାକରି ଶିଖିଗଲେ ଜୀବନତ

ଲାଗେ ସୁନ୍ଦର ॥୦॥

ଅଂଧାର ନଥିଲେ ଆଲୁଅର ମୂଲ

ବୁଝନ୍ତାବା କିଏ କାହିଁ

ଅଂଧାର ସାଥିରେ ଭାବ କରିନେଲେ

ଆଉ ଡର ମାଡେନାହିଁ

ଆଲୁଅରୁ ଅଂଧାରତ ନୁହେଁ

ଜମାରୁ ଦୂର ॥୧॥

ଆଲୁଅ ଯେତିକି ଅଂଧାର ସେତିକି

ଜୀବନର ଏଇ ପଥ

ଆଲୁଅ ଅଂଧାର ଭିତର ଦେଇକି

ଗଡଇ ଜୀବନ ରଥ

ସେଇଥି ପାଇଁକି ଜୀବନ ଲାଗଇ

ସତ୍ୟ ସୁନ୍ଦର ॥୨॥

No photo description available.



Rate this content
Log in

Similar oriya poem from Inspirational