Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minakshi Samal

Inspirational

3  

Minakshi Samal

Inspirational

ମଦିରା

ମଦିରା

1 min
225


ସପନ ଦେଶରେ ବୁଲାଇ ନିଏ

ରଙ୍ଗୀନ ସପନ କେତେ ଦେଖାଏ

ମିଛ ସବୁ ଲାଗେ ସତ ସମାନ

ମଦିରା ପ୍ରଭାବେ ଭ୍ରମିତ ମନ ।

ସୁରାପାନ ସହ ସାକୀ ସଙ୍ଗମ

ପଙ୍କ ଭିତରକୁ ଟାଣେ ଯେ ଯମ

ନିୟନ୍ତ୍ରଣ ନିଜ ହରାଏ ମନ

ଚୁନା ହୋଇଯାଏ ସୁନା ସପନ ।

କଷ୍ଟାର୍ଜିତ ଧନ ଯାଏ ବେକାର

ମଦ୍ୟପଙ୍କ ସଙ୍ଗେ ବସେ ଆସର

ଜ୍ଞାତିଜନ ସଙ୍ଗେ ଲାଗେ କଳହ

ଉପଦେଶ ତାଙ୍କ ଲାଗେ ଅସହ୍ୟ ।

ବେଳ ଥାଉଁ ଥାଉଁ ସୁଧୁରି ଗଲେ

ସୁନା ପରିବାର ବଞ୍ଚେ ଯେ ଭଲେ

ସବୁ ଜାଣିଶୁଣି ମଦ୍ୟପ ହେଲେ

ପ୍ରାଣପକ୍ଷୀ ଉଡିଯିବ ହାଉଲେ ।


Rate this content
Log in

Similar oriya poem from Inspirational