Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Tragedy Inspirational

3  

Chittaranjan Lenka

Tragedy Inspirational

ବୋଉର ଭାବ

ବୋଉର ଭାବ

1 min
6.5K


ଭାବ ନ ଯୋଡିଲେ      ତୁଚ୍ଛ ଏ ଜୀବନ

ବୋଉ ସବୁବେଳେ କହେ

ଭାବ ଯୋଡିବାରୁ        କି କଷ୍ଟ ପାଇଲି

ଭୁଲିବିନି ମଲା ଯାଏଁ


ଜନମ ବେଳରୁ           ବୋଉ ମୋର ଦୁଃଖି

ହରାଇଛି ବାପା ମାଆ

ପରକୁ ଆପଣା            କରି ଚଳିଗଲା

ସୁଖ ପାଇଥିବ ଯାହା


ବାହା ହେବା ପରେ      ଭଗାରୀ ମେଳରେ

କଟିଗଲା ତାର ଦିନ

ତଥାପି ସେ ଭାବେ      ଯୋଡିଲା ସଭିଙ୍କୁ

ଶତୃ ମିତ୍ର ଭାବି ସମ


ଦୁଃଖରେ ସିନା ତା      ଦୁଃଖ ସରିଗଲା

ଭାବ ଛାଡିଦେଲା ନାହିଁ

ଆଜି ମୁଁ ଭାବୁଛି          ତାର ବଡ ପଣ

ହେଲେ ମୋ ପାଖରେ ନାହିଁ


ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


Rate this content
Log in

Similar oriya poem from Tragedy