Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajabala Tripathy

Inspirational

3  

Rajabala Tripathy

Inspirational

ମୋ ସ୍ଵପ୍ନ

ମୋ ସ୍ଵପ୍ନ

1 min
6.7K


ସ୍ଵପ୍ନ ମୋର ପକ୍ଷୀଟିଏ ହୋଇ

ଦୂର କେଉଁ ଦିଗବଳୟେ

ଡେଣା ଝାଡି ଉଡିଯିବା ପାଇଁ।।

ସ୍ଵପ୍ନ ମୋର ଫୁଲଟିଏ ହେବି

ମୃଦୁମନ୍ଦ ବାସନାରେ

ଧରଣୀରେ ହସି ଲୋଟୁଥିବି।।

ସ୍ଵପ୍ନ ମୋର ଗୀତଟିଏ ହେବି

କେଉଁ ଏକ ମଣିଷର ଅନ୍ତରରେ

ନିତି ନିତି ଗୁଞ୍ଜରି ଉଠିବି।।

ସ୍ଵପ୍ନ ମୋର ହେବାକୁ କବିତା

ଭାବ ଛନ୍ଦ ଭାଷା ସାଥେ

କହିବାକୁ ମାନବୀୟ ଗାଥା।।

ସ୍ଵପ୍ନ ମୋର ହସଟିଏ ହେବି

ମଧୁ ମଧୁ ହସୁଥିବା

ଶିଶୁଟିର ଓଠେ ଲାଖିଥିବି।।

ସ୍ଵପ୍ନ ମୋର ସ୍ଵପ୍ନ ଟିଏ ହେବି

ମା ର ମଧୁର ହସ ମଧୁ ରୂପ ନେଇ

ସନ୍ତାନର ନିଦରେ ଆସିବି।।


Rate this content
Log in

Similar oriya poem from Inspirational