Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Others

3  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ସୁଗନ୍ଧା ପ୍ରତି

ସୁଗନ୍ଧା ପ୍ରତି

1 min
13K



(ଶ୍ରୀମତୀ ଜ୍ୟୋତ୍ସ୍ନା ପୃଷ୍ଟି ,ସୌଭାଗ୍ୟ ନଗର ,ଭୁବନେଶ୍ବର )


ସାରା ସଂସାରରେ ହିନ୍ଦୁଙ୍କ ଧର୍ମରେ ,

ସୁଗନ୍ଧା ପବିତ୍ର ପତ୍ର ।

ମାଆ ବୃନ୍ଦାବତୀ ଗୃହ ପ୍ରାଙ୍ଗଣରେ ,

ସଯତ୍ନ ବିଧିତ ଶାସ୍ତ୍ର ।।(୧)


ଶ୍ରୀଜଗନ୍ନାଥଙ୍କ ଅତିପ୍ରିୟତାରେ ,

ତୁଳସୀର ଧଣ୍ଡାମାଳ ।

ତା ବିନୁ ଯେ କେବେ ହୁଏ ନାହିଁ ପୁରେ ,

ପୂଜାପାଠ ଶୁଭସ୍ଥଳ ।।(୨)


ପରମ ଔଷଧୀ ଏ କଳି ଯୁଗରେ ,

ସଂଜୀବନି ଦିଏ ବିଂଚି ।

ପ୍ରଭୂ ନାରାୟଣ ରଚିଲେ ଜଗରେ ,

ମହା ପ୍ରାଣ ଦେଲେ ଛିଞ୍ଚି ।।(୩)


ମାନଵ ଜୀବନେ ଆଧ୍ୟାତ୍ମିକ ସ୍ତବ ,

ସୁବାସିତ ରସାୟନ ।

ଶାଶ୍ଵତ ଚନ୍ଦନ ସୁମନ ପଲ୍ଲବ ,

ଭରି ଦିଏ ସମ୍ମୋହନ ।।(୪)


କେରିକେରି ଦୁବ ଦିବ୍ୟ ଛଟା ସଙ୍ଗେ ,

ତୁଳସୀ ଦୟଣା ଫାଶ ।

ଶ୍ରୀମୁଖ ଦର୍ଶନ ଆନନ୍ଦ ସର୍ବାଙ୍ଗେ ,

ହୃଦେ ମକରନ୍ଦ ରସ ।।(୫)


ଆବହମାନରୁ ପୂଣ୍ୟରତ୍ନ ତୁଲ୍ୟ ,

ମହୀ କୋଳେ ନିବିଡ଼ତା ।

ସୌଭାଗ୍ୟ ସୁନ୍ଦର ଆଶିଷ ଔଜ୍ଜ୍ୱଲ୍ୟ ,

ଭକ୍ତିପ୍ରାନ୍ତେ ଆବିର୍ଭୁତା ।।(୬)



Rate this content
Log in