କବିମାନେ ପରା ରାତି ରାତି ଚେଇଁ
କବିମାନେ ପରା ରାତି ରାତି ଚେଇଁ
କବିମାନେ ପରା ରାତି ରାତି ଚେଇଁ
ଶବ୍ଦରେ ଶବ୍ଦ ଗଢନ୍ତି,
ଉଜାଗର ରହି ସୁଖ ତେଜି ଦେଇ
ଜଗତେ ଆଲୋକ ଦେଖାନ୍ତି।
ଅକ୍ଷର ସାଥିରେ ଅକ୍ଷରକୁ ଯୋଡି
ସତ୍ୟର ସନ୍ଧାନ ଦିଅନ୍ତି,
ସାରା ଜଗତରୁ ଅନ୍ଧାର ହଟାଇ
ଧର୍ମର ମଶାଲ ଜାଳନ୍ତି।
ଶବ୍ଦ ମାନେ ତାଙ୍କୁ ବାଉଳା କରନ୍ତି
ପ୍ରେମେ ଆଲିଙ୍ଗନ କରନ୍ତି,
ଜାଗ୍ରତ ପ୍ରହରୀ ହୋଇ ଯୁଦ୍ଧ ପାଇଁ
ସର୍ବଦା ପ୍ରବର୍ତ୍ତାଇ ଥାନ୍ତି।
ନିଦ୍ରା ଦେବୀ କୋଳେ ଶୋଇଲେ କି
ଆମେ ଜଗତ ଆଗେଇ ଥାଏ,
ସେଥିପାଇଁ ପରା ବିଭୁ ଆଶୀର୍ବାଦ
ସଦା କବି ପାଉଥାଏ।