Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Titi Sarangi

Inspirational

2  

Titi Sarangi

Inspirational

ଶୀତରାତି

ଶୀତରାତି

1 min
6.9K


କାଲୁଆ ଜାଡ ଗାଢ ହେଉଛି ରାତି ସାଥୀରେ

ଆକାଶର ନୀଳ ଶୂନ୍ଯତା ଛୁଇଁ ଯାଉଛି

ଅନ୍ଧାରର ରହସ୍ଯମୟୀ ଦେହକୁ ।

ତ୍ରିତଳ ପ୍ରାସାଦରୁ ଶୁଭୁଛି ଗ୍ଳାସ୍ ଆଉ ବୋତଲର ଟୁଂ ଟାଂ ଶବ୍ଦ

ବୁଲା କୁକୁର ଦେହରୁ ଉଷ୍ମତା ଖୋଜୁଛନ୍ତି

କେତେଟା ମଣିଷ ତାର ପାଚେରୀ କଡକୁ ।

ବିୟର୍ ବୋତଲରୁ ବଳି ଯାଉଛି ଜାଡ

ଲୋଡା ହୁଏ ନରମ ଦେହର କଅଂଳ ମାଉଁସ

ପୁରା ତାଜା କିଛି ନୋଟ୍ ବଦଳରେ।

କାହାର ମାଆଟି ବାଧକା ତ କାର ଛୁଆଟି

କୋହ ସବୁ ବ୍ଳୋୟର୍ ପବନରେ ବାଷ୍ପାୟିତ

ଛାତି ତଳେ ଭାଗ୍ଯ ଜମାଟ ବାନ୍ଧୁଛି ଶୀତର ଛୁଆଁରେ।


Rate this content
Log in