କିଏ ଜାଣେ
କିଏ ଜାଣେ
1 min
7.1K
ତୁମ ଅଜାଣତରେ
ଛୁଇଁବାକୁ ଇଚ୍ଛା ହୁଏ ତୁମକୁ
କେବେ ଚାହାଣିରେ
କେବେ କାହାଣୀରେ
କେବେ ପୁଣି ମୋ ତତଲା ନିଶ୍ଵାସରେ
ତୁମର ସେ ଦମ୍ଭିଲା ଛାତିକୁ
ଇଚ୍ଛା ସବୁକୁ କିନ୍ତୁ
ମୋଡ଼ିମାଡ଼ି ଜାକିଜୁକି ରଖିବାକୁ ହୁଏ ଭ୍ୟାନିଟିରେ
ଡରଲାଗେ ମୋତେ ଭାରି...
କିଏ ଜାଣେ,ଏଇ ଇଚ୍ଛାଟା ହିଁ ଦିନେ
ଦୂରେଇ ଦେବନି ମୋଠୁଁ ତୁମକୁ !ନ