Audio

Forum

Read

Contests

Language


Write

Sign in
Wohoo!,
Dear user,
ଟିକି ଚଢେଇର ଦୁଃଖକାହାଣୀ
ଟିକି ଚଢେଇର ଦୁଃଖକାହାଣୀ
★★★★★

© Gita Rath

Tragedy

1 Minutes   1.2K    3


Content Ranking

ଉଡ଼ି ଉଡ଼ି ଆସି ଟିକି ଚଢେଇଟି

ବସିଲା ମୁନୁର ଝରକା ଠାରେ ।

କଅଁଳ କଣ୍ଠରେ ଡାକିଲା ମୁନୁକୁ,

ଚାହିଁଦେଲା ମୁନୁ ବଡ଼ ଖୁସିରେ ।

ଟିକିଟିକି ପର ,ଟିକି ଥଣ୍ଟରେ ସେ

ଲାଗୁଥିଲା ସତେ ଭାରି ସୁନ୍ଦର,

ହେଲେ ଆଖି ଦୁଇ ଦୁଃଖେ ଜରଜର

ବହିଯାଉଥିଲା ଲୋତକ ଧାର ।

ପଚାରିଲା ମୁନୁ ଟିକି ଚଢେଇରେ

କାହିଁକି କାନ୍ଦୁଛୁ ଲୁହ ଗଡେଇ,

ଜିନିଷ କିଛି ତୋ'ହଜିଯାଇଛି କି

କି ଅବା ତୋତେ କେ ଦେଲା ବାଡେଇ ?

ଟିକି ଚଢେଇଟି ମିଠା ଗଳାରେ ତା ' କହିଲା

କି ଦୁଃଖ କହିବି ଆଉ ,

ଘରଦ୍ୱାର ଆମ ଉଜୁଡି ଗଲାଣି

ସହି ହେଉନାହିଁ ମଣିଷ ଦାଉ ।

ନାହିଁ ଗଛବୃଚ୍ଛ ଜଙ୍ଗଲ ଇଲାକା

ନାହିଁ ଆମପାଇଁ ନିର୍ମଳ ବାୟୁ,

ପରିବେଶ ସବୁ ବିଷାକ୍ତ ହେଲାଣି

ଏଥର ଆମେ କି ରହିବୁ ଆଉ ?

ଗାଇ ପାରୁନାହୁଁ ମଧୁର ସଙ୍ଗୀତ

ଉଡି ପାରୁନାହୁଁ ମନ ଖୁସିରେ,

ଏବେଠୁ ସଜାଗ ନହୋଇଲେ ତୁମେ

ରହିପାରିବୁ କି ଧରଣୀ ପରେ !!!

ଚଢେଇ ମୁନୁ ପରିବେଶ

Rate the content


Originality
Flow
Language
Cover design

Comments

Post


Some text some message..