ମଧୁଶାଳା
ମଧୁଶାଳା
ମଧୁଶାଳା
ମୃଦୁ ଭାବନାର ଅଙ୍ଗୁରରେ ଆଜି ବନେଇଛି ଏହି ମଦୀରା,
ପ୍ରିୟତମ ମୋର, ନିଜ ହାତରେ ହିଁ ଆଜି ପିଏଇବି ପିଆଲା,
ପ୍ରଥମେ ଭୋଗ ତୋତେ ଦେବା ପରେ ପ୍ରସାଦ ଜଗତ ପାଇବ,
ସର୍ବ ପ୍ରଥମେ ତୋର ସ୍ୱାଗତ କରୁଛି ମୋର ଏହି ମଧୁଶାଳା (1)
ତୁ ହେଲେ ପିପାସୀ, ବିଶ୍ୱକୁ ତତେଇ ବାହାର କରିବି ପୂର୍ଣ୍ଣ ମଦୀରା,
ଗୋଟିଏ ପାଦରେ ପାନୀୟ ହୋଇକରି ନାଚିବି ଧରି ପିଆଲା,
ଜୀବନର ମଧୁରତା ତ ତୋ ଉପରେ କେବେ ଠାରୁ ଭରି ଯାଇଛି,
ଆଜି ତୋ ଠାରେ ଉତ୍ସର୍ଗ କରିବି ଜଗତର ମଧୁଶାଳା (2)
ପ୍ରିୟତମ, ତୁ ମୋର ମଦିରା, ମୁଁ ତୋର ପିପାସୀ ପିଆଲା,
ନିଜକୁ ମୋ ଠାରେ ଭରିକରି ତୁ ହୋଇଅଛୁ ପିଇବା ବାଲା,
ମୁଁ ତୋତୋ ଉଛୁଳେଇ ଦେବି, ତୁ ମୋତେ ପିଇକରି ହେବୁ ମତୁଆଲା,
ଆମେ ଦୁହେଁ ଆଜି ଜଣେ ଜଣଙ୍କର ପରସ୍ପର ମଧୁଶାଳା (3)
ଭାବନାର ଅଙ୍ଗୁର ଲତାରୁ ଟାଣି କଳ୍ପନାର ମଦିରା,
କବି ପାନୀୟ ସାଜି ଆସି ଅଛି, ଭରି କବିତାର ପିଆଲା,
କେତେ ପିଇଲେ ବି ଟିକିଏ ବି ଖାଲି ହେବ ନାହିଁ କେବେ ମଧ୍ୟ!
ପାଠକଗଣ ହେଉଛନ୍ତି ପିଇବାବାଲା, ପୁସ୍ତକ ମୋର ମଧୁଶାଳା (4)
ନିତି ବନାଉଛି ମଧୁର ଭାବନାର ସୁମଧୁର ଏହି ମଦିରା,
ଏହି ମହୁରେ ଭରୁଅଛି ଅନ୍ତରର ପିପାସୀ ପିଆଲା,
କଳ୍ପନାରେ ଉଠୁଥିବା ହାତରେ ନିଜେ ମୁଁ ପିଇ ଯାଉଅଛି ତାକୁ,
ନିଜେ ହିଁ ନିଜର ଅଟେ ମୁହିଁ ପାନୀୟ, ପିଇବାବାଲା ଓ ମଧୁଶାଳା (5)
ମଦିରାଳୟକୁ ଯିବା ପାଇଁ ଘରୁ ବାହାରଇ ପିଇବାବାଲା,
‘କେଉଁ ରାସ୍ତାରେ ଯିବି?’ ନ୍ଦ୍ୱନ୍ଦ ଭିତରେ ପଡିଛି ସେ ଭୋଳା,
ଅଲଗା ଅଲଗା ରାସ୍ତା କହନ୍ତି ସଭିଏଁ, ମୁଁ କିନ୍ତୁ ଏହା ଦେଖାଉଛି –
‘ଗୋଟିଏ ରାସ୍ତା ତୁ ଧରି ଚାଲି ଯା, ପାଇଯିବୁ ମଧୁଶାଳା .’ (6)
ଚାଲି ଚାଲି କରି କେତେ ଯେ ଜୀବନ, ହାଏ, ଦେଖ ବିତିଗଲା !
‘ତଥାପି ବି ଦୂର’, କିନ୍ତୁ କହୁଅଛି ପ୍ରତ୍ୟେକ ମାର୍ଗ ଦର୍ଶକ,
ଆଗକୁ ବଢିବାର ଧୈର୍ଯ୍ୟ ନାହିଁ କି, ନାହିଁ ଫେରିବାର ସାହସ
କିଂକର୍ତ୍ତବ୍ୟବିମୂଢ ମୋତେ ସଜେଇ ଦୂରରେ ଠିଆ ମଧୁଶାଳା (7)
ମୁହଁରେ ତୁ ଅବିରତ କହୁ, ମହୁ, ମଦିରା, ମାଦକ ପାନୀୟ,
ହାତରେ ଅନୁଭବ କରି ଯାଆ ଏକ ଲଳିତ କଳ୍ପିତ ପିଆଲା,
ଧ୍ୟାନ କରି ଯା ମନରେ ତୋହର ସୁମଧୁର, ସୁଖକର, ସୁନ୍ଦର ଏକ ପାନୀୟର
ଏବଂ ଆଗେଇ ଯା, ହେ ପଥିକ, ଦୂର ଲାଗିବନି ତୋତେ ମଧୁଶାଳା (8)
ମଦିରା ପିଇବାର ଅଭିଳାଷ ହିଁ ଯେବେ ହୋଇଯ଼ାଏ ମଦିରା,
ଅଧରର ଆତୁରତାରେ ଯେବେ ଆଭାସିତ ଅଟେ ପିଆଲା,
ଧ୍ୟାନ କରୁ କରୁ ଯେବେ ପାନୀୟ ସାକାର ହୋଇଯାଏ, ହେ ବନ୍ଧୁ!
ନା ରହିବ ମଦିରା, ପିଆଲା ନା ପାନୀୟ, ତୋତେ ମିଳିବ ମଧୁଶାଳା (9)
କଳକଳ ଛଳଛଳ ମହୁ ପାତ୍ରରୁ ଶୁଣ ପଡୁଛି ପିଆଲାରେ ମଦିରା,
ଶୁଣ, ଋଣଝୁଣ ଋଣଝୁଣ ଚାଲିରେ ବିତରୁଛି ମହୁକୁ ସେ ପାନୀୟବାଲା,
ବାସ୍ ଆସି ପହଞ୍ଚିଗଲେ, ଆଉ ଦୂର ନାହିଁ, ଚାରି ପାଦ ମାତ୍ର ଚାଲିବା
ଶୁଣ, କେମିତି କଳକଳ ହେଉଛନ୍ତି, ପିଇବାବାଲା ଓ ମହମହ ବାସୁଛି ମଧୁଶାଳା (10)***
ଜଳତରଙ୍ଗ ବାଜି ଉଠେ ଯେବେ ଚୁମେ ପିଆଲାକୁ ପିଆଲା,
ବୀଣା ଝଙ୍କାର ହୁଏ, ଯେବେ ଋଣଝୁଣ୍ ଚାଲେ ପାନୀୟବାଲା,
ଭଲ ମନ୍ଦ କହି ମଧୁ ବିକ୍ରେତାର ମୃଦଙ୍ଗ ଧ୍ୱନିତ କରଇ,
ମହୁ ଭାଣ୍ଡରୁ ମହୁର ମାଦକତା ଆହୁରି ବଢାଏ ମଧୁଶାଳା (11)
ମେହେନ୍ଦୀ ରଞ୍ଜିତ ନରମ ପାପୁଲିରେ ମାଣିକ ମଧୁର ପିଆଲା,
ଅଙ୍ଗୁରର ଅବଗୁଣ୍ଠନ ଦିଏ ସ୍ୱର୍ଣ୍ଣ ରଙ୍ଗର ପାନୀୟବାଲା,
ପାଗଳ ବାଇଗଣୀ, ନୀଳ ପୋଷାକରେ ପିଇବା ବାଲା ଅବରୋଧ କରେ,
ଇନ୍ଦ୍ରଧନୁ ସହ ପ୍ରତିନ୍ଦ୍ୱନ୍ଦିତା କରେ ଆଜି ରଙ୍ଗୀନ ମଧୁଶାଳା (12)
ହାତକୁ ଆସିବା ପୂର୍ବରୁ ଛଇ ଦେଖାଇବ ପିଆଲା,
ଓଠ ପାଖକୁ ଆସିବା ପୂର୍ବରୁ ଭଙ୍ଗୀ ଦେଖାଇବ ମଦିରା,
ଆସିବା ପୂର୍ବରୁ ଅନେକ ପ୍ରକାରେ ମନା ଯେ କରିବ ପାନୀୟ,
ହେ ପଥିକ, ହୁଅନା ବିଚଳିତ, ପ୍ରଥମେ ମାନ କରିବ ମଧୁଶାଳା (13)
ଲାଲ ମଦିରାର ଧାର ବହି ଆସି କହେ ଦିଅ ନାହିଁ ତାକୁ ଜ୍ଜ୍ୱାଳା,
ଫେନିଳ ମଦିରା ଅଟେ ଏହା, ତାକୁ କୁହ ନାହିଁ ଛାତିର ଜଳନ,
ଦୁଃଖ ଅଟେ ନିଶା ଏହି ମଦିରାର ବିଗତ ସ୍ମୃତି ସବୁ ପାନୀୟ,
ଦୁଃଖରୁ ଆନନ୍ଦ ପାଉଥାଏ ଯିଏ, ଆସୁ ମୋର ମଧୁଶାଳା (14)
ଜଗତର ଶୀତଳ ମଦିରା ପରି ହେ ପଥିକ, ଅଟେ ନାହିଁ ମୋର ମଦିରା,
ଜଗତର ଥଣ୍ଡା ପିଆଲା ପରି ହେ ପଥିକ, ଅଟେ ନାହିଁ ମୋର ପିଆଲା,
ସୁରାର ଜଳନ ଜଳନ୍ତା ପିଆଲାରେ ଦଗ୍ଧ ହୃଦୟର କବିତା,
ଜଳିବା ପାଇଁ ଯେ ଭୟ କରେ ନାହିଁ, ଆସୁ ମୋର ମଧୁଶାଳା (15)
ବହୁତ ମଦିରା ଦେଖିଛି, ଦେଖ ବହିଯାଏ ଏବେ ମଦିରା,
ଓଠକୁ ଛୁଇଁବା ମାତ୍ରେ ଜାଳିଦେବା ଦେଖ ଏବେ ଏହି ପିଆଲା,
‘ଓଠ ନୁହେଁ, ସବୁ ଦେହକୁ ଦହୁଛି, କିନ୍ତୁ ପିଇବାକୁ ଦୁଇ ବୁନ୍ଦା ମିଳେ’
ଏହିପରି ମହୁର ଗ୍ରାହକକୁ ଆଜି ଆମନ୍ତ୍ରୁଛି ମଧୁଶାଳା (16)
ଧର୍ମ ଗ୍ରନ୍ଥ ସବୁ ଦେଇଅଛି ଜାଳି, ଯାହା ଅନ୍ତରର ଜ୍ଜାଳା,
ମନ୍ଦିର, ମସଜିଦ୍, ଗୀର୍ଜା, ସବୁକୁ ଭାଙ୍ଗିଅଛି ଯେଉଁ ପାଗଳା,
ପଣ୍ତିତ, ମୌଲବୀ, ପାଦ୍ରୀଙ୍କ ଜାଲକୁ ଯିଏ ଦେଇଅଛି କାଟି,
ତାହାରି ସ୍ୱାଗତ କରିପାରେ ଆଜି ମୋର ଏହି ମଧୁଶାଳା (17)
ଲାଳାୟିତ ଅଧରରେ ହାଏ, ଯିଏ ଚୁମି ନାହିଁ ମଦିରା,
ଖୁସିରେ କମ୍ପିତ ହାତରେ ଯିଏ, ଛୁଇଁ ନାହିଁ ମଧୁ ପିଆଲା,
ହାତ ଧରି କରି ଲଜ୍ଜିତ ସୁରାକୁ ପାଖକୁ ଯିଏ ନ ଟାଣିଲା,
ବ୍ୟର୍ଥ, ଶୁଖିଲା ଜୀବନରେ ତାର ମଧୁମୟ ମଧୁଶାଳା (18)
ପୁଜାରିଣୀ ସାଜେ ପ୍ରେମିକା ପାନୀୟ, ଗଙ୍ଗାଜଳ ଅଟେ ପବିତ୍ର ମଦିରା,
ଅବିରାମ ଭାବେ ଘୁରି ବୁଲୁଥାଏ, ମଧୁ ପିଆଲାର ମାଳା,
ଆହୁରି ନେଇ ଯା, ଆହୁରି ପିଇ ଯା, ଏହି ମନ୍ତ୍ରକୁ ଜପ କରେ,
ମୁଁ ଶିବଙ୍କ ପ୍ରତିମା ସାଜି ବସିବି, ମନ୍ଦିର ହେଉଛି ଏହି ମଧୁଶାଳା (19)
ନା ବାଜିଲା ମନ୍ଦିରରେ ଘଣ୍ଟି, ନା ଚଢା ହେଲା ମୂର୍ତ୍ତି ଉପରେ ମାଳା,
ନିଜ ଘରେ ଯାଇ ବସେ ମୁଅଜ୍ଜିନ୍ ଦେଇ ମସଜିଦରେ ତାଲା,
ନରପିତାଙ୍କର ସମ୍ପତ୍ତି ଲୁଟନ୍ତି, ଧସି ଯାଏ ଦୃଢ କାନ୍ଥ,
ଖୁସିରେ ରୁହନ୍ତୁ ପିଇବା ବାଲା, ଖୋଲା ରହୁ ଏହି ମଧୁଶାଳା (20)***
ବଡ ବଡ ପରିବାର ଏମିତି ଧସିଛି, କେହି ନାହିଁ ଲୁହ ଢାଳିବା ପାଇଁ
ଶୁନଶାନ୍ ସେହି ମହଲ ସବୁ, କୋଳାହଳରତ ଥିଲେ ଯହିଁ ସୁରବାଳା
ରାଜ୍ୟ ଓଲଟି ଯାଏ, ଧନୀ ହୋଇଯାଏ ଯାଯାବର,
କେବଳ ଜମି ରୁହନ୍ତି ପିଇବା ବାଲା, ଜାଗ୍ରତ ରହେ ମଧୁଶାଳା (21)
ସବୁ ଧସି ଯିବ, ରହି ଯିବ ସୁନ୍ଦରୀ ସୁରା, କଳା ଯମ,
ଶୁଖି ଯିବ ସବୁ ରସ, ରହିଯିବ କିନ୍ତୁ ହଳାହଳ ଓ ମଦୀରା,
ଧୁମଧଡାକା ଓ ଗହଳ ଚହଳ ବଦଳରେ ସବୁ ହେଇଯିବ ଶୁନ ଶାନ
ଜାଗ୍ରତ ରହିବ ଅବିରତ ଶ୍ମଶାନ, ଜାଗ୍ରତ ରହିବ ମଧୁଶାଳା (22)
ବାଦାମୀକୁ କୁହାଯିବ ସବୁ ବେଳେ ଜଗତରେ ଲମ୍ପଟ, ମଦଚଞ୍ଚଲ ପିଆଲା,
ଛେଲ୍ ଛବିଲି, ରସିକ ସୁରା, ଆନମନା ପିଇବା ବାଲା,
କେଉଁଠୁ ପଟିବ ମଧୁ, ସେହି ଜଗତର ଯୋଡି ଠିକ୍ ନାହିଁ,
ଜର୍ଜରିତ ଏହି ଜଗତ ପ୍ରତିଦିନ, ପ୍ରତିକ୍ଷଣ, କିନ୍ତୁ ନିତି ନବ ବଧୂ ମଧୁଶାଳା (23)
ନ ପିଇକରି ମଧୁଶାଳାକୁ ଯେ ଖରାପ କହେ ସେ ପାଗଳା,
ପିଇ ସାରିବା ପରେ ତାହାର ମୁହଁରେ ପଡିଯିବ ତାଲା,
ଦାସ ଓ ଦ୍ରୋହୀ ଦୁହିଁଙ୍କ ମଧ୍ୟରେ ଜିତ୍ ହୁଅଇ, ମଦିରା ଓ ପିଆଲାର
ବିଶ୍ୱବିଜୟିନୀ ସାଜି ଏ ସଂସାରେ ଆସେ ମୋର ମଧୁଶାଳା (24)
ସବୁଜମୟ ହୋଇ ରହେ ମଦିରାଳୟ, ସଂସାରରେ ପଡିଯାଏ କୁହୁଡି
ସେଠି ଦୁଃଖର ଅନ୍ଧକାର ଛାଇଯାଏ, ଏଠି ଊତ୍ସବ ଅଗ୍ନିର ଜ୍ଜ୍ୱାଳା
ସ୍ୱର୍ଗରୁ ସିଧା ଆସିଛି ଧରାକୁ, ଦୁଃଖ ଏହା କଣ ଜାଣେ,
ଦୁନିଆଁ କରଇ ଶୋକର ପ୍ରକାଶ, ଇଦ୍ ମନାଏ ମଧୁଶାଳା (25)
ଗୋଟେ ବରଷରେ ଗୋଟିଏ ଥର ହିଁ ଜଳେ ଊତ୍ସବ ଅଗ୍ନିର ଜ୍ଜ୍ୱାଳା
ଥରେ ମାତ୍ର ବାଜା ବାଜେ, ଆଉ ଜଳେ ଦୀପର ମାଳା,
ହେ ଦୁନିଆର ଲୋକ ସବୁ, କେଉଁ ଦିନ ଆସି ମଦିରାଳୟରେ ଦେଖନ୍ତୁ,
ଦିନରେ ହୋଲି, ରାତିରେ ଦିପାବଳୀ ନିତି ପାଳେ ମଧୁଶାଳା (26)
ଜାଣେ ନାହିଁ କେଉଁ ମଣିଷ ଆସିଛି ସାଜିକରି ପିଇବା ବାଲା
କେଉଁ ଅପରିଚିତ, ସେହି ସୁରା ଠାରୁ, ପିଇଅଛି ଦୁଧ ଓ ମଦିରା,
ପିଇକରି ମଣିଷ, ପାଇଛି ଜୀବନ, ରହିଅଛି ମସ୍ତ୍ ଏହି କାରଣରୁ
ପୃଥିବୀକୁ ଆସି, ସବୁଠୁଁ ପ୍ରଥମେ ପାଇଛି ସେ ମଧୁଶାଳା (27)
ଅଙ୍ଗୁର ଲତା ସବୁ ବଞ୍ଚି ରହୁ, ଯାହାଠାରୁ ମିଳେ ମଦିରା,
ବଞ୍ଚିରହୁ ସେହି ମାଟି ଯାହାଠାରୁ ଗଢାଯାଏ ମହୁ ପିଆଲା,
ବଞ୍ଚିରହୁ ମଦିରାର ପିପାସା ଯାହା ତୃପ୍ତ ହେବା ଜାଣେ ନାହିଁ,
ବଞ୍ଚି ରହନ୍ତୁ ପିଇବା ବାଲା, ବଞ୍ଚି ରହୁ ଏହି ମଧୁଶାଳା (28)
ସକୁଶଳ ବୁଝି ପାରିବ ମୋତେ, ସକୁଶଳ ଯଦି ରହେ ପାନୀୟବାଲା,
ମଙ୍ଗଳ ଓ ଅମଙ୍ଗଳ କଣ ବୁଝିବ ମସ୍ତିରେ ଥିବା ମତଓ୍ୱାଲା,
ବନ୍ଧୁଗଣ, ମୋର କୁଶଳ ନ ପଚାରି, ପଚାର ମଧୁଶାଳାର,
ମିଳନ ବେଳାରେ ‘ଜୟ ରାମ’ ନ କହି, କହୁ ଥାଅ ‘ଜୟ ମଧୁଶାଳା’ (29)
ମଧୁର ବିକ୍ରେତା ସୂର୍ଯ୍ୟ ହୋଇଯାଏ, ସାଗର ହୁଏ ପାତ୍ର, ଜଳ, ମଦିରା,
ମେଘ ସାଜିକରି ପାନୀୟ ଆସେ, ଭୂଇଁ ସାଜେ ମଧୁର ପିଆଲା,
ଝଡ ହୋଇ ବର୍ଷେ ମଦିରା କରେ ରିମଝିମ୍, ରିମଝିମ୍, ରିମଝିମ୍,
ଗଛ, ଲତା, ତୃଣ ହୋଇ ମୁଁ ପିଏ, ବର୍ଷା ଋତୁ ଅଟେ ମଧୁଶାଳା (30)***
ତାରକା ମଣିରେ ସଜ୍ଜିତ ଆକାଶ ହୋଇଯାଏ ମଧୁ ପିଆଲା,
ସିଧା ସେଥିରେ ଭରି ଦିଆଯାଏ ସାଗର ଜଳର ମଦିରା,
ପାଗଳ ପବନ ସୁରା ସାଜି ଓଠରେ ଚହଲି ଯାଏ,
ସାଗର କୂଳରେ ଯେବେ ଖେଳି ଯାଏ ବିଶ୍ୱ ହୁଏ ମଧୁଶାଳା (31)
ଓଠ ପାଖରେ କୌଣସି ରସ ଥାଉ, ଜିଭରେ ଲାଗଇ ମଦିରା,
ଭାଜନ କିଏ ସେ ହାତରେ ଲଗାଇ ରଖିଅଛି ଏହି ପିଆଲା,
ପ୍ରତ୍ୟେକ ମୁହଁ ପାନୀୟ ମୁହଁକୁ ପରିବର୍ତ୍ତିତ ହୋଇଯାଏ,
ଆକ୍ଷି ସାମ୍ନାରେ କିଛି ବି ଥାଉ, ଆକ୍ଷିରେ ଅଛି ମଧୁଶାଳା (32)
ଗଛ ସବୁ ଆଜି ସାଜିଛି ମଦିରା, ନେଇକରି ଫୁଲର ପିଆଲା,
ଯାହାର ଭିତରେ ଭରି ରହିଅଛି, ପରିମଳ-ମଧୁ-ସୁରଭିତ ମଦିରା,
ମାଗି ମାଗି କରି ଭଅଁର ସମୂହ ରସର ମଦିରା ପିଅନ୍ତି,
ଝୁମି ଝୁମି କରି ମତୁଆଲା ହୁଅନ୍ତି, ଉପବନ ଅଟେ ମଧୁଶାଳା (33)
ପ୍ରତି ରସାଳ ଗଛ ପାନୀୟ ସମ, ପ୍ରତି ମଞ୍ଜରିକା ଅଟେ ପିଆଲା,
ଚହଲୁଥାଏ ଯାହାର ବାହାରେ ମତୁଆଲା ସୁରଭିର ମଦିରା,
ଆକଣ୍ଠ ଯାହାକୁ ପିଇକରି ମତଓ୍ୱାଲି କୋଇଲି ଗାଉଥାଏ ଡାଳେ ଡାଳେ
ପ୍ରତି ମଧୁ ଋତୁରେ ଆମ୍ବ ବଗିଚାରେ ଜାଗି ଉଠେ ମଧୁଶାଳା (34)
ମୃଦୁ ଝଙ୍କୃତ ପିଆଲାରେ ମଧୁଋତୁ ଅଟେ ସୁରଭିତ ମଦିରା
ଭରି ଭରି କରି ପବନ ପିଆଏ ସାଜି କରି ମଧୁ-ମସ୍ତ-ମତଓ୍ୱାଲା,
ସବୁଜିମା ଭରା ନବ ପଲ୍ଲବ, ତରୁଗଣ, ନୂତନ ଡାଳ ସବୁ, ବଲ୍ଲରୀ ସବୁ,
ଛକ୍, ଛକ୍, ଝୁକ୍, ଝୁକ୍, ଝୁମି ଯାଆନ୍ତି, ମଧୁବନ ଅଟେ ମଧୁଶାଳା (35)
ସୁରା ସାଜି ପ୍ରାତ କାଳେ ଯେବେ ଆସେ ଅରୁଣ ଉଷା ବାଳା,
ତାରକା-ମଣି-ମଣ୍ଡିତ ଚାଦରର ମୂଲ୍ୟ ଧରାକୁ ଦେଇ ନେଇଯାଏ ମଦିରା,
ଅଗଣିତ କିରଣର ମୂଲ୍ୟ ବଦଳରେ ଯାହାକୁ ପିଇ, ଆକାଶ ପାଗଳ ହୋଇ ଗାଏ,
ପ୍ରତ୍ୟେକ ପ୍ରଭାତରେ ପୂର୍ଣ୍ଣ ପ୍ରକୃତିରେ ମୁଖରିତ ହୁଏ ମଧୁଶାଳା (36)
ଛାଡିଯାଏ ଯେବେ ତାହାର ନିଶା, ଆସଇ ସାନ୍ଧ୍ୟ କୁମାରୀ,
ବହୁତ ପୁରୁଣା, ବଡ ମାଦକିନୀ ନିତି ଢଳା ଯାଏ ମଦିରା,
ଜୀବନର ସନ୍ତପ୍ତ ଶୋକ ସବୁ ଏହାକୁ ପିଇ କଟି ଯାଏ,
ସୁରା-ସୁପ୍ତ ହୋଇ ମଦ ଲୋଭୀ ଜାଗ୍ରତ ରହେ ମଧୁଶାଳା (37)
ଅନ୍ଧକାର ଅଟେ ମଦବିକ୍ରେତା, ସୁନ୍ଦର ସୁରା ଶଶିବାଳା
କିରଣ କିରଣରେ ଚହଲାଇ ନିଶା, ହାଇ ମାରେ ଏହି ମଦିରା,
ପିଇକରି ଯାହାକୁ ଚେତନା ହରାଇବା ପରି ଲାଗେ ପଲକ ମାତ୍ରେ
ତାରକା ଦଳରେ ପିଇବା ବାଲା, ରାତି ନୁହେଁ ମଧୁଶାଳା (38)
ଆଉ କାହା ଠାରୁ ଆକ୍ଷି ଲୁଚାଉ, ଦେଖାଇ ଦିଏ ମଦିରା,
ଆଉ କାହା ଠାରୁ ଆକ୍ଷି ଲୁଚାଉ, ଦେଖାଇ ଦିଏ ପିଆଲା,
ଆଉ କାହାକୁ ମୁଁ ଦେଖେ, ମୋତେ ଦେଖାଯାଏ ପାନୀୟ,
ଆଉ କାହାକୁ ଦେଖେ, ଦେଖାଯାଏ ମୋତେ ମଧୁଶାଳା (39)
ନାଗର ସାଜି ମୁରଲୀ ଆସେ ସାଥିରେ ନେଇ ପିଆଲା,
ଯେଉଁଥିରେ ସିଏ ଚହଲାଇ ଆଣେ ଅଧର-ଅମୃତ-ରସର ମଦିରା,
ଯୋଗୀରାଜ ତାହା ସଙ୍ଗତରେ ଆସି ନଟବର ନାଗର କୁହାଯାନ୍ତି,
କାହା କାହାକୁ ନାଚ ନଚାଏ ଦେଖ ଆମ ଏହି ମଧୁଶାଳା (40)***
ବାଦକ ସାଜି ମଧୁର ବିକ୍ରେତା ଆଣେ ସୁର-ସୁମଧୁର-ମଦିରା,
ରାଗିଣୀ ସାଜି ପାନୀୟ ଆସେ ଭରି ତାରାଙ୍କର ପିଆଲା,
ବିକ୍ରେତାଙ୍କ ଇଶାରାରେ ଦୌଡି ଆସେ, ଆଳାପରେ,
ପାନ କରାଏ ଶ୍ରୋତାମାନଙ୍କୁ, ଝଙ୍କୃତ ବୀଣା ମଧୁଶାଳା (41)
ଚିତ୍ରକାର ପାନୀୟ ଆସେ ନେଇକରି ତୂଳୀର ପିଆଲା,
ଯେଉଁଥିରେ ଭରି ପାନ କରାଏ ସେ ବହୁ ରସ – ରଞ୍ଜିତ ମଦିରା,
ଯାକୁ ପିଇକରି ମନର ଚିତ୍ର ରଙ୍ଗ ବିରଙ୍ଗି ହୋଇ ଯାଏ,
ଚିତ୍ରପଟ୍ଟ ଉପରେ ନାଚୁ ଥାଏ ଦେଖ ଏକ ମନୋହର ମଧୁଶାଳା (42)
ଘନ ଶ୍ୟାମଳ ଅଙ୍ଗୁର ଲତାରୁ ଟାଣି ଟାଣି ଆଣେ ଏହା ମଦିରା,
ଅରୁଣ-କମଳ-କୋମଳ କଢିମାନଙ୍କ ପିଆଲା, ଫୁଲଙ୍କ ପିଆଲା,
ଝୁଲୁଥିବା ଝୁମୁଥିବା ସୁରା ସାଜି ମାଣିକ ମଧୁରେ ଭରି ଯାଏ,
ହଂସ ମସ୍ତ ହୁଏ ପିଇ କରି ମାନସରୋବର ଅଟେ ମଧୁଶାଳା (43)
ହିମ ଶ୍ରେଣୀ ଅଙ୍ଗୁର ଲତା ଭଳି ପ୍ରସାରିତ ହୁଏ, ହିମ ଜଳ ଅଟେ ମଦିରା,
ଚଞ୍ଚଳ ନଦୀ ପାନୀୟ ସାଜି, ଭରି ଲହରୀର ପିଆଲା,
ନିଜର କୋମଳ ଶବ୍ଦେ ଚହଲାଇ ଚାଲୁଥାଏ ନିତି ଦିନ,
ପିଇ କରି ଖେତେ ଥାଇ ଲହରାଏ, ଭାରତ ପବିତ୍ର ମଧୁଶାଳା (44)
ଧୀର ସୁତା ଭଳି ହୃଦୟ ରକ୍ତରେ ଆଜି ପ୍ରସ୍ତୁତ ରକ୍ତିମ ମଦିରା,
ସାହସୀ ସୂତା ଭଳି କାଚର ହାତରେ ନେଇକରି ପିଆଲା,
ଅତି ଉଦାର ଦାନୀ ପାନୀୟ ଆଜି ସାଜିଛି ଭାରତମାତା,
ସ୍ୱତନ୍ତ୍ରତା ହେଉଛି ତୃଷିତ କାଳିକା ବଳିବେଦୀ ଅଟେ ମଧୁଶାଳା (45).....
ଧିକ୍କାରିଛି ମୋତେ ମସଜିଦ୍ ଆଜି କହିକରି ପିଇବା ବାଲା,
ଅସ୍ୱୀକାର କଲା ମନ୍ଦିର ମୋତେ ଦେଖି ହାତରେ ପିଆଲା,
କେଉଁଠି ଠିକଣା ଜଗତେ ମିଳିବ, ଭଲା ଅଭାଗା ନାସ୍ତିକକୁ ?
ଶରଣସ୍ଥଳ ସାଜି କରି ଯଦି ମୋତେ ଆପଣେଇ ନ ନିଅନ୍ତା ମଧୁଶାଳା (46)
ପଥିକ ସାଜି ମୁଁ ଘୁରି ବୁଲୁଅଛି, ସବୁ ଜାଗାରେ ମିଳୁଛି ମଦିରା,
ସବୁ ଜାଗାରେ ମିଳି ଯାଏ ପାନୀୟ, ସବୁ ଜାଗାରେ ମିଳେ ପିଆଲା,
ମୋତେ ଅଟକିବାର ଅଛି, ହେ ବନ୍ଧୁଗଣ, ଟିକେ ବି କଷ୍ଟ ହୁଏନା,
ମିଳେନି ମନ୍ଦିର, ମିଳେନା ମସଜିଦ୍, ମିଳି ଯାଏ ମଧୁଶାଳା (47)
ସାଜି ହୁଏନା ମସଜିଦ୍ , ଆଉ ନମାଜୀ କହୁଥାଏ ଅଲ୍ଲାତାଲା,
ସାଜିସୁଜି କରି କିନ୍ତୁ ପାନୀୟ ଆସେ, ଆଉ ଆସେ ପିଇବା ବାଲା,
ଶେଖ୍ ! କେମିତି ତୁଳନା କରାଯିବ ମସଜିଦ୍ ସହ ମଦିରାଳୟର
ସଦା ବିଧବା ତୋର ମସଜିଦ୍, ସଦା ସଧବା ମଧୁଶାଳା (48)
ନଫିରୀ ବାଜିଲା ଓ ନମାଜୀ ଭୁଲି ଗଲା ଆଲ୍ଲାତାଲା,
ବଜ୍ର ପଡିଲା, ତଥାପି ଧ୍ୟାନ ସୁରା ପ୍ରତି ମଗ୍ନ ରହେ ପିଇବା ବାଲା,
ଖରାପ ଭାବିବନି ହେ ଶେଖ ! ଏହାକୁ, ସଫା କହିବି ଯଦି ମସଜିଦକୁ,
ଏହି ଯୁଗ ପର୍ଯ୍ୟନ୍ତ ଧ୍ୟାନ ରଖିବା ଶିଖେଇଥାଏ ମଧୁଶାଳା ! (49)
ମୁସଲମାନ ଆଉ ହିନ୍ଦୁ ଅଟେ ଦୁଇ, ଗୋଟାଏ ଅଟେ ତାଙ୍କ ପିଆଲା,
ଗୋଟିଏ କିନ୍ତୁ ସେମାନଙ୍କ ମଦିରାଳୟ, ଗୋଟିଏ କିନ୍ତୁ ସେମାନଙ୍କ ମଦିରା,
ଦୁଇ ଜଣ ଏକ ହୋଇ ରହନ୍ତି ଯେ ପର୍ଯ୍ୟନ୍ତ ନ ଯାଆନ୍ତି ମସଜିଦ୍ କିମ୍ବା ମନ୍ଦିର,
ଶତୃତା ବଢାଏ ମନ୍ଦିର, ମସଜିଦ୍, ମିଳନ କରାଏ ମଧୁଶାଳା ! (50)*****
ଶେଖ୍ ! ନମାଜୀ ବା ମାଳା ଜପୁଥିବା ପଣ୍ଡିତ ହେଉ,
ମଦିରା ସହ ଯେତେ ଶତୃତା ରଖୁନା କାହିଁକି,
ଥରେ ମାତ୍ର ଅତିକ୍ରମ କରୁ ମଧୁଶାଳାର ସାମ୍ନା,
ଦେଖିବି କେମିତି ଧରିବନି ହାତ ତାହାର ଏ ମଧୁଶାଳା ! (51)
ଅନ୍ୟ ରସରେ ସ୍ୱାଦ ସେ ପର୍ଯ୍ୟନ୍ତ, ଦୂରେଇ ଅଛି ଯେ ପର୍ଯ୍ୟନ୍ତ ମଦିରା,
ସେହି ପାତ୍ରର ପ୍ରଚାର ସେ ପର୍ଯ୍ୟନ୍ତ, ଆଗେ ଆସିଥାଏ ପିଆଲା,
ଶେଖ୍, ପୁଜାରୀ କରୁଥାନ୍ତି ପୂଜା ସେ ପର୍ଯ୍ୟନ୍ତ ମନ୍ଦିର ଓ ମସଜିଦରେ,
ଓଢଣା ଆଢୁଆଳରୁ ଯେ ପର୍ଯ୍ୟନ୍ତ ଉଣ୍ଡି ନାହିଁ ମଧୁଶାଳା (52)
ଆଜି କରୁଅଛି ଆକଟ ଏ ଜଗତ, କିନ୍ତୁ, କାଲି ପିଇବାକୁ ପଡିବ ମଦିରା,
ଆଜି କରୁଅଛି ମନା ଏ ଜଗତ, କିନ୍ତୁ, କାଲି ପିଇବାକୁ ପଡିବ ପିଆଲା,
ଜନ୍ମିବାକୁ ଦିଅ ଜଗତରେ କେଉଁ ମଦର ମେହେମୁଦ, ପୁଣି
ଏବେ ଯହିଁ ଅଛି ମନ୍ଦିର, ମସଜିଦ୍, ସେଠି ହେବ ମଧୁଶାଳା (53)
ହୋମ ଅଗ୍ନି ଭଳି ପ୍ରଜ୍ଜଳିତ ଅଟେ ମଧୁ ଭାଟିର ଜ୍ଜ୍ୱାଳା,
ଋଷି ଭଳି ଧ୍ୟାନ ଦେଇ ବସିଛନ୍ତି ସମସ୍ତ ମଦିରା ପିଇବାବାଲା,
ମୁନି କନ୍ୟା ଭଳି ମଧୁ ଘଟ ଧରି ବୁଲୁଛନ୍ତି ସବୁ ସୁରା,
କେଉଁ ତପୋବନରୁ କମ୍ ଅଟେ କି ମୋର ଏହି ପବିତ୍ର ମଧୁଶାଳା (54)
ସୋମରସ ପିଉଥିଲେ ପୂର୍ବଜ, ଆମେ ତାକୁ କହୁ ମଦୀରା,
ଦ୍ରୋଣକଳସ ଯାହାକୁ କହୁଥିଲେ, ଆଜି ସିଏ ମଧୁଘଟର ଜାଗା,
ବେଦ ବିହିତ ଏହି ପ୍ରଥା ନ ଭାଙ୍ଗେ ବେଦ ସମସ୍ତର ଠିକାଦାର,
ଯୁଗ ଯୁଗରୁ ପୂଜା ପାଉ ଅଛି, ନୂଆ ନୁହେଁ ମଧୁଶାଳା (55)
ସେହି ବାରୁଣୀ, ଯିଏ ଥିଲା ସାଗର ମନ୍ଥି ଆଣିଥିଲା ମଦୀରା,
ରମ୍ଭାର ସନ୍ତାନ ଭାବେ ପରିଚିତ ଜଗତରେ ପାନୀୟବାଲା,
ଦେବ ଅଦେବ ଯାହାକୁ ଆଣ, ସନ୍ତ ମହନ୍ତ ଧ୍ୱଂସି ଦେବେ !
କାହାଠାରେ କେତେ ପାରିବା ପଣ, କେତେ ବାହୁବଳ, ସବୁ ବୁଝେ ମଧୁଶାଳା (56)
କେବେ ବି ଶୁଣିବାକୁ ପଡି ନଥାନ୍ତା, ‘ଇଏ, ଛୁଇଁ ଦେଲା ମୋର ମଦୀରା,’
କେବେ ବି କେହି କହି ନଥାନ୍ତା, ‘ଇଏ, ଅଇଁଠା କରି ଦେଲା ମୋର ପିଆଲା,’
ସବୁ ଜାତିର ଲୋକ ଏଇ ଠାରେ ଏକାଠି ବସି ପିଇଥାନ୍ତି,
ଶହେ ସୁଧାରକଙ୍କର କାମକୁ ଏକଲା କରିଥାଏ ମଧୁଶାଳା (57)
ଶ୍ରମ, ସଙ୍କଟ, ସନ୍ତାପ ସବୁକୁ ତୁମେ ଭୁଲି ପିଅ ମଦିରା,
ବଡ ସବକ ତୁମେ ଶିଖି ଯାଇଅଛ, ଯଦି ଶିଖିଛ କଳା ରହିବାକୁ ମତଓ୍ୱାଲା,
ବ୍ୟର୍ଥ ହୋଇଯାଆନ୍ତି ହିରଜନ, ତୁମେ ତ ମଧୁଜନ ହିଁ ଭଲ,
ଠୋକର ମାରନ୍ତି ମନ୍ଦିର ବାଲା, ତକେଇ ଥାଏ ମଧୁଶାଳା (58)
ଏକ ପ୍ରକାରରେ ସଭିଙ୍କ ସ୍ୱାଗତ କରିଥାଏ ପାନୀୟବାଲା,
ଅଜ୍ଞ ବିଜ୍ଞ ମଧ୍ୟେ କଣ ବା ଅନ୍ତର ହୋଇଗଲେ ମତଓ୍ୱାଲା,
ରଙ୍କ ଓ ରାଓ୍ୱ ମଧ୍ୟେ ଭେଦ ହୋଇ ନାହିଁ କେବେ ବି ମଦିରାଳୟରେ,
ସାମ୍ୟବାଦର ପ୍ରଥମ ପ୍ରଚାରକ ଅଟେ ଏହି ମୋର ମଧୁଶାଳା (59)
ବାରମ୍ବାର ମୁଁ ଆଗକୁ ବଢିଛି ଆଜି ମାଗି ନାହିଁ ମଦୀରା,
ଏହିଥିରୁ ମୋତେ ଭାବି ଦିଅ ନାହିଁ ସାଧାରଣ ପିଇବା ବାଲା,
ଯଦି ପାରୁଅଛ ନିଅ ଏ ମଦୀରା ଦୂର କରୁ ପ୍ରଥମ ସଙ୍କୋଚକୁ,
ମୋର ହିଁ ସ୍ୱରରେ ପୁଣି ଗୁଞ୍ଜରିବ ସମଗ୍ର ଏ ମଧୁଶାଳା (60)*****
କାଲି ? କାଲି ଉପରେ ବିଶ୍ୱାସ କେବେ କରିଅଛି ପିଇବାବାଲା,
ଯଦି ସମ୍ଭବ କାଲି କରି ଜଡ ଯାହାଠାରୁ ପୁଣି ଆଜି ଉଠିବ ପିଆଲା,
ଆଜି ହାତରେ ଅଛି, ତାହା ହରେଇଛି, କାଲିର କଅଣ ଭରସା,
କାଲି ନ ହୋଇବ ମୋତେ ମଧୁଶାଳା, କାଳ କୂଟୀଳର ମଧୁଶାଳା (61)
ଆଜି ମିଳିଛି ବିରତି, ତେବେ ପୁଣି ମୁଁ କାହିଁକି ମନ ଭରି ନ ଛୁଇଁବି ମଦୀରା,
ଆଜି ମିଳିଛି ସୁଯୋଗ, ତେବେ ପୁଣି ମୁଁ କାହିଁକି ମନ ଭରି ଢାଳିବିନି ମଦୀରା,
ଧ୍ୟାନ ଭଙ୍ଗ ମୋର ସୁରାର ଆଜି କାହିଁ ମନ ଭରି ନ କରିବି,
ଥରେ ହିଁ ଜୀବନରେ ମିଳିଥାଏ ଏହି ମଧୁଶାଳା (62)
ଆଜି ଜୀବନ୍ତ କରିଦିଅ, ପ୍ରିୟା, ନିଜ ଅଧରର ପିଆଲା,
ଭରି ଦିଅ, ଭରି ଦିଅ, ଭରି ଦିଅ ଏଥିରେ, ଯୌବନ ମଧୁରସ ମଦିରା,
ଏବଂ ଲଗାଅ ମୋ ଓଠରେ, ହଟେଇବା ତୁମେ ଭୁଲି ଯାଅ,
ଥକାହୀନ ହୁଏ ମୁଁ ପିଇବା ବାଲା, ଖୋଲୁ ପ୍ରଣୟର ମଧୁଶାଳା (63)
ସୁମୁଖୀ ତୁମର, ସୁନ୍ଦର ମୁଖ ହିଁ, ମୋତ ପାଇଁ କାଞ୍ଚନର ପିଆଲା,
ଚହଲୁଅଛି ଯେଉଁଥିରେ ମାଣିକ ରୂପ ମଧୁର ମାଦକ ମଦିରା,
ମୁଁ ସୁରା ସାଜିଥାନ୍ତି, ମୁଁ ହିଁ ସାଜୁଛି ପିଇବା ବାଲା,
ଯେଉଁଠାରେ ମିଳୁ ବସିଯିବା ଦୁହେଁ, ସେଠିକୁ ଯାଇଥିବ ମଧୁଶାଳା (64)
ଦୁଇ ଦିନ ହିଁ ମଧୁ ମୋତେ ପେଇକରି ଏବେ ଉଠିଲା ସୁରାବାଲା,
ଭରିଦେଇ ଏବେ ଖସେଇ ଦେଉଛି ସେ ମୋ ଆଗେ ପିଆଲା,
ଶ୍ରଦ୍ଧା, ଆକର୍ଷଣ, ଭଙ୍ଗୀରେ ଏବେ, ହାଏ ପେଇବା ଦୂର ହେଲା,
ଏବେ ତ କେବଳ କର୍ତ୍ତବ୍ୟ କରୁଛି – ଜିଦଖୋର ମଧୁଶାଳା (65)
ଛୋଟ ଜୀବନରେ କେତେ ଭଲ ପାଇବି, ପିଇବି ମଦିରା,
ଆସିବା ସହିତ ହିଁ ଜଗତରେ କୁହାଯାଏ ‘ଫେରନ୍ତା ପଥିକ’,
ସ୍ୱାଗତ ସହିତ ବିଦାୟର ଦେଖେ ହୁଏ ପ୍ରସ୍ତୁତି,
ବନ୍ଦ ହୋଇଯାଏ ଖୋଲିବା ସହିତ ମୋ ଜୀବନ – ମଧୁଶାଳା (66)
କଣ ପିଇବା, ନିର୍ନ୍ଦ୍ୱନ୍ଦରେ ଯେ ପର୍ଯ୍ୟନ୍ତ ଭରା ଯାଏ ନାହିଁ ପିଆଲା ପରେ ପିଆଲା,
କଣ ବଞ୍ଚିବା, ନିଶ୍ଚିନ୍ତରେ ଯେ ପର୍ଯ୍ୟନ୍ତ ସାଥିରେ ରୁହେନା ସୁରା,
ହରେଇବାର ଭୟ, ହାୟ, ଲାଗିଅଛି ପାଇବାର ସୁଖ ପଛରେ,
ମିଶିବାର ଆନନ୍ଦ ଦିଏନା ମିଳନରେ ବି ଏହି ମଧୁଶାଳା (67)
ମୋତେ ପିଏଇବା ପାଇଁ ଆଣିଅଛ, ଏତିକି ମାତ୍ର ମଦିରା!
ମୋତେ ଦେଖେଇବା ପାଇଁ ଆଣିଅଛ, ଏକମାତ୍ର ଏହି ସାମାନ୍ୟ ପିଆଲା!
ଏତିକି ପିଇ ବଞ୍ଚିବାଠୁ ଭଲ ସାଗରରୁ ନେଇ ଶୋଷ ମରୁ,
ସିନ୍ଧୁ-ତୃଷା ଦେଇଅଛି କିଏ ରଚିକରି ବିନ୍ଦୁ – ସମ ମଧୁଶାଳା (68)
କଣ କହୁଅଛି, ଅବଶିଷ୍ଟ ନାହିଁ , ଏବେ ତୋ ପାଇଁ ମଦୀରା,
କଣ କହୁଅଛି, ଏବେ ଚାଲିବନି ମାଦକ ପିଆଲାର ମାଳା,
ଟିକେ ପିଇକରି, ପିପାସା ବଢିଲେ ଶେଷ ନାହିଁ କିଛି ପିଇବାର,
ପିପାସା ମେଣ୍ଟାଇବା ପାଇଁ ଡାକି କରି ପିପାସା ବଢାଏ ମଧୁଶାଳା (69)
ଭାଗ୍ୟରେ ଯେତିକି ଲେଖା ଯାଇଅଛି ସେତିକି ମିଳିବ ମଦିରା,
ଭାଗ୍ୟରେ ଯେମିତି ଲେଖା ଯାଇଅଛି ସେମିତି ପାଇବ ପିଆଲା,
ଲକ୍ଷ୍ୟେ ତୁ କଚାଡେ ହାତ ପାଦ ତୋର, କିନ୍ତୁ ଏଥିରେ ହେବ ନାହିଁ କେବେ କିଛି,
ଭାଗ୍ୟରେ ଲେଖା ଅଛି ଯାହା ତୋର ତାହା ହିଁ ମିଳିବ ମଧୁଶାଳା (70)
କରି ଯା, କରି ଯା, କଞ୍ଜୁସୀ ତୁ ମୋତେ ଦେବା ପାଇଁ ମଦିରା,
ଦେଇ ଦେ, ଦେଇ ଦେ ତୁ ମୋତେ ଏହି ଭଙ୍ଗା ଦଦରା ପିଆଲା,
ମୁଁ ତ ଅପେକ୍ଷା ଏଥିରେ କରିବି, ତୁ ପସ୍ତେଇବୁ ପଛରେ,
ଯେବେ ରହିବିନି ମୁଁ, ସେତେବେଳେ ମୋତେ ମନେ ପକେଇବୁ ମଧୁଶାଳା (71)
ମାନ, ଅପମାନ ଧ୍ୟାନକୁ ଛାଡିଲି ଯେତେବେଳେ ପିଇଲି ମଦିରା,
ଗୌରବ ଭୁଲିଲି, ଆସିଲା ଯେବେ ହାତରେ ମାଟିର ପିଆଲା,
ସୁରା ଭଙ୍ଗୀରେ ଅସ୍ୱୀକାର କରିବ କି ଅପମାନ ଧରା,
ଦୁନିଆ ସାରାର ଲାତ ଖାଇକରି ପାଇଅଛି ମୁଁ ମଧୁଶାଳା (72)
କ୍ଷୀଣ, କ୍ଷୁଦ୍ର, କ୍ଷଣଭଙ୍ଗୁର, ଦୁର୍ବଳ ମଣିଷ ମାଟିର ପିଆଲା,
ଭରି ହୋଇଅଛି ଯାହାର ମଧ୍ୟରେ କଟୁ – ମଧୁ ଜୀବନର ମଦିରା,
ମୃତ୍ୟୁ ସାଜିଛି ନିର୍ଦ୍ଦୟ ସୁରା ନିଜର ଶତ – ଶତ କରି ଖେଳାଇ,
କାଳ ପ୍ରବଳ ଅଟେ ପିଇବା ବାଲା, ଅଭିସରଣ ଅଟେ ମଧୁଶାଳା (73)
ପିଆଲା ପରି କେ ଆମକୁ ଗଢିଛି ଭରିଛି ଜୀବନର ମଦିରା,
ନିଶା ବି ହେଲାନି, ଢାଳିଲି ମୁଁ ନେଇ ନେଇ କରି ମଧୁ ପିଆଲା,
ଯେବେ ଜୀବନର ଦରଦ ଉଛୁଳେ ତାକୁ ଦବାଏ ପିଆଲା ଦ୍ୱାର,
ଜଗତର ପ୍ରଥମ ସୁରା ସହ ଲଢୁଅଛି ମଧୁଶାଳା (74)
ନିଜ ଅଙ୍ଗୁରର ଶରୀରରେ ଭରିଦେଲି ମଦିରା,
କଣ କହୁଛ, ଶେଖ, ନର୍କରେ ମୋତେ କଷ୍ଟ ଦେବ ଜ୍ୱାଲା,
ତେବେ ତ ମଦିରା ବହୁତ ଟାଣିବି, ଆଉ ପିଇବ ବି କିଏ,
ମୋତେ ଲୁଣର ଛିଟାରେ ବି ଦେଖା ଯିବ ମଧୁଶାଳା (75)
ଯମ ଆସିବ ନେବାକୁ ଯେବେ, ବହୁତ ଚାଲିବି ପିଇକରି ମଦିରା,
ପୀଡା, ସଙ୍କଟ, କଷ୍ଟ ନର୍କରୁ କଣ ବୁଝିବ ମତଓ୍ୱାଲା,
କ୍ରୁର, କଠୋର, କୁଟିଳ, କୁବିଚାରୀ, ଅନ୍ୟାୟୀ ଯମରାଜର,
ଲାଠିର ଯେବେ ମାଡ ପଡିବ, ଶରଣ ଦେବ ମଧୁଶାଳା (76)
ଯଦି ଏହି ଅନ୍ଧକାରେ ପ୍ରେମ ଭରା ଦୁଇ ଶବ୍ଦ କରିବ ମଦୀରା,
ଯଦି ଏହି ଖାଲି ହାତର ଅନୁଭବକୁ କ୍ଷଣେ ମାତ୍ର ଧ୍ୟାନ ଭଙ୍ଗ କରିବ ପିଆଲା,
କ୍ଷତି ବୁଝା, ଜଗତ, ତୋର କଣ ଅଟେ, ବ୍ୟର୍ଥରେ ମୋତେ ନ କର ବଦନାମ,
ମୋର ଭଙ୍ଗୁର ହୃଦୟର ଖେଳନା ଅଟେ ମଧୁଶାଳା (77)
ମନେ ନ ପଡୁ ଦୁଃଖମୟ ଜୀବନ, ତେଣୁ ପିଇଦିଏ ମଦିରା,
ଜଗତ ଚିନ୍ତାରୁ ରହିବାକୁ ମୁକ୍ତ, ଉଠାଇ ନେଉଛି ପିଆଲା,
ଶୋକ, ଲାଳସା ଓ ସ୍ୱାଦ ହେତୁ ପିଉଥାଏ ଏ ଜଗତ ,
କିନ୍ତୁ ମୁଁ ହେଉଛି ସେହି ରୋଗୀ, ଯାହାର ଔଷଧ ଅଟେ ମଧୁଶାଳା (78)
ଢଳି ଯାଉଅଛି ଦିନକୁ ଦିନ ପ୍ରଣୟିନୀ ପ୍ରାଣର ମଦିରା,
ଭଗ୍ନ ହୋଇ ଯାଉଅଛି ଦିନକୁ ଦିନ ସୁହାଗିନୀ ମୋ ମନର ପିଆଲା,
ରାଗି ଯାଉଅଛି ମୋପରେ ରୂପସୀ, ଦିନ ଦିନ ଯୌବନର ସୁରା,
ସୁଖି ଯାଉଅଛି ଦିନୁ ଦିନ ସୁନ୍ଦରୀ, ମୋ ଜୀବନ ମଧୁଶାଲା (79)
ଯମ ଆସିବ ସୁରା ସାଜି ସାଥେ ନେଇ କଳା ମଦିରା,
ପିଇକରି ହୋସକୁ ଆସିବନି ସୁରା – ବିସୁଧ ଏହି ମତଓ୍ୱାଲା,
ଏହା ଶେଷ ମୂର୍ଚ୍ଛା, ଅନ୍ତିମ ସୁରା, ଅନ୍ତିମ ଅଟେ ପିଆଲା,
ହେ ପଥିକ, ପ୍ରେମ ସହ ପିଅ ଏହାକୁ ପୁଣି ମିଳିବନି ମଧୁଶାଳା (80)
ଢଳି ଯାଉଅଛି ଶରୀର ଘଟରୁ, ସଙ୍ଗିନୀ ଯେବେ ଜୀବନର ମଦିରା,
ପତ୍ର ଗରଳର ନିଅ ଯେବେ ଆସିବାକୁ ଅଛି ଶେଷ ସୁରା,
ହାତର ସ୍ପର୍ଶ ପିଆଲାକୁ ଭୁଲେ, ସୁରାର ସ୍ୱାଦ ଭୁଲେ ଜିହ୍ୱା,
କାନରେ ତୁମେ କହୁଥାଅ ସଦା, ମଧୁର ପିଆଲା ମଧୁଶାଳା (81)
ମୋ ଓଠପରେ ରହୁ ଅନ୍ତିମ ବସ୍ତୁ ନା ତୁଳସୀଦଳର ପିଆଲା
ମୋ ଜିଭପରେ ରହୁ ଅନ୍ତିମ ବସ୍ତୁ ନା ଗଙ୍ଗାଜଳ ମଦିରା,
ମୋ ଶବ ପଛରେ ଚାଲିବା ଲୋକେ ମନରେ ଏହାକୁ ରଖିବ
ରାମ ନାମ ସତ୍ୟ ନ କହି, କହିବ ସତ୍ୟ ମଧୁଶାଳା (82)
ମୋ ଶବ ଉପରେ ସେମାନେ କାନ୍ଦିବେ, ଥିବ ଯାହାର ଲୁହରେ ମଦିରା
ଦୀର୍ଘଶ୍ୱାସ ସେମାନେ ନେବେ, ସୁରଭିତ ମଦିରା ପିଇ ଯିଏ ହୁଏ ମତଓ୍ୱାଲା,
ସେମାନେ ମୋତେ କାନ୍ଧ ଦେବେ, ଯାହାର ପାଦ ନିଶାରେ ଲଡଖଡ ହେଉଥିବ
ଚିତା ମୋର ଜଳିବ ସେଠାରେ ଯେଉଁଠାରେ କେବେ ରହିଥିବା ମଧୁଶାଳା (83)
ଏବଂ ଚିତା ପରେ ଖାଲି କରାଯାଏ, ଘିଅର ପାତ୍ର, କିନ୍ତୁ ପିଆଲା
କଣ୍ଠ ବନ୍ଧା ହୋଇଥିବ ଅଙ୍ଗୁର ଲତାରେ ଭିତରେ ନ ଥିବ ଜଳ, କିନ୍ତୁ ମଦୀରା,
ପ୍ରାଣ ପ୍ରିୟ ମୋର ଯଦି ଶ୍ରାଦ୍ଧ କରିବ, ତେବେ ଏମିତି କରିବ
ପିଇବା ବାଲାଙ୍କୁ ନିମନ୍ତ୍ରଣ କରି ଖୋଲିଦେବ ମୋର ମଧୁଶାଳା (84)
ନାମ ଯଦି କିଏ ପଚାରେ, କହିବ କେବଳ ପିଇବା ବାଲା
ଢାଳିବା କାମ, ଆଉ ଢାଳିବା ସଭିଙ୍କୁ ମଦୀରାର ପିଆଲା,
ପ୍ରିୟା ମୋର ଯଦି ଜାତି କେ ପଚାରେ କହି ଦେବ ସେହି ପାଗଳଙ୍କୁ
ଧର୍ମ କହିବ ପିଆଲାର ନିଅ ମାଳା ଜପ ମଧୁଶାଳା (85)
ଜ୍ଞାନ ହେଲା ଯମ ଆଗମନର ନିଅ ନିଜର କଳା ମଦୀରା
ପଣ୍ଡିତ ନିଜର ପୋଥି ଭୁଲିଲା, ସାଧୁ ଭୁଲି ଗଲା ମାଳା,
ଏବଂ ପୂଜାରୀ ଭୁଲିଗଲା ପୂଜା, ଜ୍ଞାନୀ ଭୁଲିଲା ସବୁ ଜ୍ଞାନ,
କିନ୍ତୁ ମରିକି ବି ଭୁଲିଗଲା ନାହିଁ ପିଇବା ବାଲା ମଧୁଶାଳା (86)
ଯମ ନେଇ ଯିବ ମୋତେ ଯଦି, ଚାଲିବାକୁ ଦିଅ ନେଇ ମଦୀରା,
ଚାଲିବାକୁ ଦିଅ ମଦୀରାକୁ ମୋ ସହ ନିଏ ମୁଁ ହାତରେ ପିଆଲା,
ସ୍ୱର୍ଗ, ନର୍କ ଅବା ଯେଉଁ ଠାରେ ବି ତୋର ମନ ହେଉଛି ନେଇକରି ଚାଲ,
ଏକତ୍ରିତ ହେବେ ସଭିଏଁ ସେଠାରେ ସାଥେ ଥିବ ଯଦି ମଧୁଶାଳା (87)
ପିଇବା ଯଦି ପାପ, ସମଦୋଷୀ ତେବେ ତିନିହେଁ – ମଦ ବିକ୍ରେତା,
ନିତି ପେଉଥିବା ପିଆଲା, ପିଆ ଯାଉଥିବା ମଦିରା,
ସାଥେ ଏମାନଙ୍କୁ ନେଇ ଚାଲ ମୋର ନ୍ୟାୟ ଏହା କହୁଛି,
ବନ୍ଦୀ ଯେଉଁଠାରେ ମୁଁ ଅଟେ, ସେହିଠାରେ ବନ୍ଦୀ କରାଯାଉ ମଧୁଶାଳା (88)
ଶାନ୍ତ ଅଛି ଏ ପର୍ଯ୍ୟନ୍ତ, ପିଇ କରି ଆଉ କାହାର ଜ୍ୱାଲା,
ଆଉ, ଆଉ ଘୋଷା ଲଗାଇ ଚାଲିଛି ସମସ୍ତ ପିଇବା ବାଲା,
କେତେ ଇଛାକୁ ପ୍ରତି ଫେରନ୍ତା ପଥିକ ଛାଡି ଏଠି ଚାଲିଯାଏ !
କେତେ ଇଛାମାନଙ୍କର କବର ଉପରେ ଠିଆ ଏଠି ମଧୁଶାଳା (89)
ଯେଉଁ ପାନୀୟ ମୁଁ ଚାହୁଁଥିଲି, ତାହା ମିଳିଲାନି ମୋତେ,
ଯେଉଁ ପିଆଲା ମୁଁ ମାଗୁଥିଲି, ତାହା ମିଳିଲାନି ମୋତେ,
ଯେଉଁ ପାନୀୟ ପାଇଁ ମୁଁ ପାଗଳ ଥିଲି, ତାହା ମିଳିଲାନି ମୋତେ,
ଯାହା ପାଇଁ ମୁଁ ପାଗଳ ଥିଲି, ନମିଳିଲା ସେହି ମଧୁଶାଳା (90)
ଦେଖୁଅଛି ନିଜ ଆଗରେ କେବେଠାରୁ ମାଣିକ ଭଳି ମଦୀରା,
ଦେଖୁଅଛି ନିଜ ଆଗରେ କେବେଠାରୁ କାଞ୍ଚନ ଭଳି ପିଆଲା,
‘ବାସ୍ ଏବେ ମିଳିଲା!’ – କହି କହି କେବେଠୁ ଦୌଡୁଅଛି ସମସ୍ତଙ୍କ ପଛରେ,
କିନ୍ତୁ ରହିଅଛି ଦୂରେ ଦିଗବଳୟ ଭଳି ମୋ ଠାରୁ ମୋ ମଧୁଶାଳା (91)
କେବେ ନିରାଶାର ଅନ୍ଧାର ଘେରୁଛି, ଛପି ଯାଉଛି ମଧୁର ପିଆଲା,
ଛପି ଯାଉଛି ମଦୀରାର ଆଭା, ଛପି ଯାଉଛି ମଦୀରା ବାଲା,
କେବେ ଆଲୋକର ଆଶାରେ ପିଆଲା ପୁଣି ଚମକି ଯାଏ,
ଲୁଚାଛପା ଖେଳ ଖେଳୁଛି ମୋ ସହ ମୋ ମଧୁଶାଳା (92)
‘ହେଇ ଆଗରେ’ କହିକରି ପଛ କରି ନେଉଛି ମଦୀରାବାଲା,
ଓଠ ଛୁଇଁବାକୁ କହି ପ୍ରତି ଥର ହଟେଇ ନେଉଛି ପିଆଲା,
ଜଣା ନାହିଁ ମୋତେ କେଉଁ ଯାଏଁ ଏହା ମୋତେ ଯିବ ନେଇ,
ଆଗକୁ ଆଗକୁ ବଢେଇକି ମୋତେ, ପଛକୁ ହଟିଯାଏ ମଧୁଶାଳା (93)
ହାତକୁ ଆସୁ ଆସୁ, ହାଏ, ଖସିଯାଏ ପିଆଲା,
ଓଠ ପାଖକୁ ଆସୁ ଆସୁ ହାଏ, ଢଳି ଯାଏ ମଦୀରା,
ଦୁନିଆବାଲା, ଆସିକରି ମୋର ଭାଗ୍ୟର କରାମତି ଦେଖ,
ରହି ରହି ଯାଏ, ବାସ୍ ମୋତେ ମିଳୁ ମିଳୁ ମଧୁଶାଳା (94)
ପ୍ରାପ୍ୟ ହୁଏ ନାହିଁ, ହୁଏ ନାହିଁ ଲୁପ୍ତ ତେବେ କାହିଁକି ମଦୀରା,
ପ୍ରାପ୍ୟ ହୁଏ ନାହିଁ, ହୁଏ ନାହିଁ ଲୁପ୍ତ ତେବେ କାହିଁକି ପିଆଲା,
ଦୂରରେ ଏମିତି ସାହସ ନ ହରାଏ, ପାଖରେ ଏମିତି ନା ପାଏ,
ବ୍ୟର୍ଥରେ ମୋତେ ଦୌଡାଏ ମରୁଥାଏ ମୁଁ ମୃଗତୃଷ୍ଣା ସାଜି ମଧୁଶାଳା (95)
ମିଳେ ନାହିଁ, କିନ୍ତୁ, ଲାଳାୟିତ କାହିଁ ଆକୁଳିତ କରେ ମଦୀରା,
ମିଳେ ନାହିଁ, କିନ୍ତୁ, ଆଶା ଦେଖେଇ କାହିଁ ଛଟପଟ କରେ ପିଆଲା,
ହାୟ, ବିଧିର ବିଷମ ଲେଖନୀ ମଥାପରେ ଏହା ଲେଖି ଦେଲା
‘ଦୂରରେ ରହିବ ମଧୁର ଧାରା, ପାଖରେ ରହିବ ମଧୁଶାଳା!’ (96)
ମଦୀରାଳୟରେ କେବେଠୁ ବସିଛି, ପିଇ ନ ପାରିଲି ଏ ଯାଏଁ ମଦୀରା,
ଯତ୍ନ ସହକାରେ ଭରୁଅଛି, କିଏ କିନ୍ତୁ ଓଲଟାଇ ଦେଉଛି ପିଆଲା,
ମାନବ ବଳ ଆଗେ ନିର୍ବଳ ଭାଗ୍ୟ, ଶୁଣିଥିଲି ବିଦ୍ୟାଳୟରେ,
‘ଭାଗ୍ୟ ପ୍ରବଳ, ମାନବ ନିର୍ବଳ’ ପାଠ ପଢାଏ ମଧୁଶାଳା (97)
ଭାଗ୍ୟରେ ଥିଲା ଖାଲି ଖପରା, ଖୋଜୁଥିଲି ମୁଁ ପିଆଲା,
ଖୋଜୁଥିଲି ମୁଁ ମୃଗନୟନୀ, ଭାଗ୍ୟରେ ଥିଲା ମୃଗଛାଲ,
କିଏ ସେ ନିଜର ଭାଗ୍ୟ ବୁଝିବାକୁ ମୋ ଭଳି ଧୋକା ଖାଇଛି,
ଭାଗ୍ୟରେ ଥିଲା ଉତ୍ଥାନ ପତନର ଶ୍ମଶାନ, ଖୋଜୁଥିଲି ମଧୁଶାଳା (98)
ସେହି ପିଆଲାକୁ ଭଲ ମୁଁ ପାଏ, ଯାହା ଅଛି ଆନ ହାତରେ,
ସେହି ମଦୀରାକୁ ଆଶା ମୁଁ କରଇ, ଯାହା ଅଛି ଅନ୍ୟ ଅଧରେ,
ପ୍ରାପ୍ତିରେ ନାହିଁ ଭଲ ପାଇବା, ପାଇବାର ଆଶା ମଧ୍ୟରେ!
ପାଇଯିବି ସେବେ, ହାୟ, ନା ଏତିକି ଭଲ ଲାଗନ୍ତା ମଧୁଶାଳା (99)
ମଦୀରା ପାଶେ ଅଛି କ୍ଷୁଦ୍ର ମାତ୍ର ସୁଖ, ଶିରୀ, ସମ୍ପତ୍ତିର ନିଶା,
ଜଗତେ ସଭିଏଁ ପିଇବାକୁ ଆତୁର ନେଇକରି ଭାଗ୍ୟର ପିଆଲା,
ଠେଲା ଠେଲି ହେଇ କିଛି ଆଗକୁ ବଢନ୍ତି, ବହୁ ଜଣ ଦବି କରି ମରିଯାଆନ୍ତି,
ଜୀବନର ସଙ୍ଘର୍ଷ ନୁହେଁ, ଭୀଡ ଭରିଅଛି ମଧୁଶାଳା (100)
ପାନୀୟ, ଯେବେ ଅଛି ପାଶରେ ତୁମର ଏତିକି ମାତ୍ର ମଦୀରା,
କାହିଁକି ପିଇବାର ଇଛା ନେଇ, କର ସଭିଙ୍କୁ ମତଓ୍ୱାଲା,
ମୁଁ ତିଳ ତିଳ ହୋଇ ମରେ, ତୁମେ ଛପି ଛପି ଦିଅ ସ୍ମିତ ହାସ୍ୟ
ହାୟ, ମୋର କଷ୍ଟରେ ଖେଳୁଥାଏ ମଧୁଶାଳା (101)
ପାନୀୟ, ମରିସରି କରି ଯଦି କେହି ଆଗେଇ ଯାଇ ପାଏ ପିଆଲା,
ପିଇ ନ ପାରିଲା ଦୁଇ ବୁନ୍ଦାରୁ ଅଧିକା ତୋର ସେ ପାନୀୟ,
ଜୀବନ ସାରାର ପରିଶ୍ରମ ହାଏ ଲୁଟି ନେଲା ଦୁଇ ବୁନ୍ଦା,
ଭୋଳା ମଣିଷକୁ ଠକିବା ନିମନ୍ତେ ନିର୍ମିତ ଏ ମଧୁଶାଳା (102)
ଯିଏସେ ମୋତେ ଶୋଷିଲା ରଖିଲା ବଞ୍ଚି ରହୁ ସେହି ପାନୀୟ,
ଜୀବନ ସାରା ଯିଏ ଦଉଡେଇଲା, ବଞ୍ଚି ରହୁ ସେହି ପାନୀୟ,
ନିଶାଖୋରଙ୍କର ପାଟିରୁ କେବେ ବି ଅଭିଶାପ ବାଣୀ ବାହାରେନା,
ଦୁଃଖୀ ସଜେଇଲା ଯିଏ ମୋତେ, ସୁଖୀ ରହୁ ସେହି ମଧୁଶାଳା (103)
ଚାହୁଁ ନାହିଁ ମୁଁ, ଆଗକୁ ଆଗେଇ ଛଡେଇନିଏ ଅନ୍ୟର ପାନୀୟ,
ଚାହୁଁ ନାହିଁ ମୁଁ, ଧକ୍କା ଦେଇକରି ଛଡେଇନିଏ ଅନ୍ୟର ପିଆଲା,
ମଦୀରା, ଦେଖ ନାହିଁ ମୋତେ ତୁମେ ଟିକେ ବି ଅବଶୋଷ ନାହିଁ
ଏତିକି କଣ କମ୍ ହେଲା, ଆକ୍ଷିରେ ଦେଖୁଛି ମୁଁ ମଧୁଶାଳା (104)
ମଦ, ମଦୀରା, ମଧୁ, ପାନୀୟ ଶୁଣି ଶୁଣି କରି ଯେବେ ହୁଏ ନିଶା ଖୋର,
କଣ ଗତି ହେବ ଅଧରର ଯେବେ ତଳକୁ ଖସିବ ପିଆଲା,
ପାନୀୟ, ଆସନା ପାଖକୁ ମୋହର ହୋଇଯିବି ମୁଁ ପାଗଳ,
ଶୋଷରେ ମୁଁ ବିଭୋର, ଅଭିନନ୍ଦନ ତୁମକୁ ହିଁ ମଧୁଶାଳା (105)
ମୋତେ କି ଆବଶ୍ୟକତା ଯେ ପାନୀୟକୁ ମାଗେ ମୁଁ ନିଶା,
ମୋତେ କି ଆବଶ୍ୟକତା ଯେ ପାନୀୟଠୁଁ ଚାହେଁ ପିଆଲା,ଟ
ମଦୀରା ପିଇ ନିଶାଗ୍ରସ୍ତ ହୁଏ ତ ପ୍ରେମ କରେ ମୁଁ ମଦୀରାକୁ!
ମୁଁ ତ ପାଗଳ ହୋଇ ଉଠେ ଶୁଣି ନିଏ ଯେବେ ମଧୁଶାଳା (106)
ଦେବା ପାଇଁ ଯାହା କହିଥିଲା ମୋତେ ଦେଇ ନ ପାରିଲା ମୋତେ ନିଶା,
ଦେବା ପାଇଁ ଯାହା କହିଥିଲା ମୋତେ ଦେଇ ନ ପାରିଲା ମୋତେ ପିଆଲା,
ବୁଝ ମଣିଷର ଦୁର୍ବଳତା ମୁଁ କହି ନାହିଁ କିଛି କରିଛି,
କିନ୍ତୁ ନିଜେହିଁ ଦେଖ ମୋତେ ଏବେ ଲାଜେଇ ଯାଉଛି ମଧୁଶାଳା (107)
ଗୋଟେ ସମୟରେ ସନ୍ତୁଷ୍ଟ ଥିଲି ବହୁତ ପାଇକରି ମୁଁ ସାମାନ୍ୟ ପାନୀୟ,
ଭୋଳା ପରି ଥିଲା ମୋର ପାନୀୟ, ଛୋଟ ଥିଲା ମୋର ପିଆଲା,
ଛୋଟ ମୋର ଏହି ଜଗତରେ ମୋର ସ୍ୱର୍ଗ ଇର୍ଷିଚ ହେଉଥିଲା,
ବିସ୍ମୃତ ଜଗତେ, ହାଏ, ହଜିଗଲା ମୋର ଛୋଟ ମଧୁଶାଳା (108)
ବହୁତ ମଦୀରାଳୟ ଦେଖିଅଛି, ବହୁତ ଦେଖିଛି ପାନୀୟ,
ପ୍ରକାରେ ପ୍ରକାରେ ଆସିଲା ହାତକୁ ମୋର ମଧୁର ପିଆଲା,
ଏକକୁ ଆନ ବଳକା, ସୁନ୍ଦର ପାନୀୟ କଲେ ସତ୍କାର,
ଲାଗିଲାନି ଭଲ କେହି ଆକ୍ଷିକୁ ତଥାପି ଆଗଭଳି ମଧୁଶାଳା (109)
ଏକ ସମୟରେ ଚହଲୁ ଥିଲା ମୋ ଅଧରରେ ପାନୀୟ,
ଏକ ସମୟରେ ଝୁମୁଥିଲା ମୋ ହାତରେ ପିଆଲା,
ଏକ ସମୟରେ ପିଇବା ବାଲା, ମଦୀରା ଆଲିଙ୍ଗନ କରୁଥିଲେ,
ଆଜି ସାଜିଛି ନିର୍ଜନ ମଶାଣୀ, ଦିନେ ଥିଲି ମଧୁଶାଳା (110)
ଜଳିଲା ହୃଦୟର ଭାଟି ଟାଣିଲି ମୁଁ ଲୁହର ପାନୀୟ,
ଛଳ ଛଳ ହୋଇ ଚହଲି ଯାଉଛି ଏଥିରେ ମୁହୁର୍ତ୍ତ ମୁହୁର୍ତ୍ତର ପଲକର ପିଆଲା,
ଆକ୍ଷି ଆଜି ମୋର ସାଜିଛି ମଦୀରା, ପିଇ ହୁଏ ଗାଲ ଗୋଲାପୀ,
କୁହ ନାହିଁ ବିରହୀ ମୋତେ, ମୁଁ ଅଟେ ଚାଲି ବୁଲୁଥିବା ମଧୁଶାଳା ! (111)
କେତେ ଜଲଦି ରଙ୍ଗ ବଦଳାଏ ନିଜର ଚଞ୍ଚଳ ପାନୀୟ,
କେତେ ଜଲଦି ଘସି ହୋଇଯାଏ ହାତକୁ ଆସି ପିଆଲା,
କେତେ ଜଲଦି ମଦୀରାର ଆକର୍ଷଣ କମିବାରେ ଲାଗେ,
ସକାଳ ନ ଥିଲା ସେମିତି, ଯେମିତି ରାତିରେ ଲାଗୁଥିଲା ମଧୁଶାଳା (112)
ବୁନ୍ଦା ବୁନ୍ଦାର ସ୍ମୃତି କେବେ ତୋତେ କଷ୍ଟ ଦେବ ପାନୀୟ,
କେବେ ହାତରୁ ଛଡେଇ ନିଆଯିବ ତୋର ଏ ନିଶାଭରା ପିଆଲା,
ପିଇବା ବାଲା, ମଦୀରାର ମଧୁ କଥାରେ ଭଳି ଯାଅନା,
ମୋର ଗୁଣ ବି ଏମିତି ଗାଉଥିଲା, ଦିନ ଥିଲା ଏହି ମଧୁଶାଳା (113)
ଛାଡିଲି ମୁଁ ମତଙ୍କର ପଥ, ତେଣୁ ବୋଲାଇଲି ମତଓ୍ୱାଲା,
ସୁରା ଆସିଲା ମୋ ପାଦ ଧୋଇବାକୁ ଭାଙ୍ଗିଲି ଯେବେ ମୁଁ ପିଆଲା,
ଏବେ ଅଭିମାନୀ ମଧୁଶାଳା ମୋର ପଛେ ପଛେ ବୁଲୁଛି,
କଣ କାରଣ ? ଏବେ ଛାଡି ଦେଇଛି ମୁଁ ଯିବାକୁ ମଧୁଶାଳା (114)
ଏହା ବୁଝନି ଯେ, ପିଇଲି ହଳାହଳ ମୁଁ, ଯେବେ ନ ମିଳିଲା ମଦୀରା,
ସେତେବେଳେ ମୁଁ ଆପଣେଇଲି ଖପରା, ଯେବେ ମୁଁ ନେଇ ପାରିଥାନ୍ତି ପିଆଲା,
ଜଳନ୍ତା ହୃଦୟକୁ ଆଉ ଜଳେଇବାକୁ ଇଛା କଲି, ମୁଁ ମଶାଣିକୁ
ଆପଣେଇଲି, ଯେବେ ଏହି ପାଦ ତଳେ ଲୋଟୁଥିଲା ମଧୁଶାଳା (115)
କେତେ ଆସିଲେ ଆଉ ଗଲେ ପିଇ ଏହି ମଦୀରାଳୟରେ ମଦୀରା,
ଭାଙ୍ଗି ଯାଇଅଛି ଏ ଯାବତ୍ କେତେ ଯେ ପିଆଲାର ମାଳା,
କେତେ ଯେ ପାନୀୟ ନିଜ ନିଜ କାମ ସାରି ଯାଇଛନ୍ତି ଦୂରେଇ,
ପିଇବାବାଲା କେତେ ଆସିଛନ୍ତି, କିନ୍ତୁ ସେଠି ଅଛି ମଧୁଶାଳା (116)
କେତେ ବା ଓଠକୁ ମନରେ ରଖିବ ଭଲା ଏ ନିଶା ଭରା ପାନୀୟ,
କେତେ ବା ହାତକୁ ମନରେ ରଖିବ ଭଲା ଏ ପାଗଳ ପିଆଲା,
କେତେ ବା ମୁହଁକୁ ମନରେ ରଖିବ ଭଲା ଭୋଳା ମଦୀରା,
କେତେ ପିଇବାବାଲାଙ୍କ ମଧ୍ୟରେ ଏକଲା ଏ ମଧୁଶାଳା (117)
ଦୁଆର ଦୁଆର ବୁଲୁଥିଲି ଯେବେ ଚିଲେଇ – ପାନୀୟ! ପାନୀୟ!
ମୋତେ ନା ମିଳୁଥିଲା ମଦୀରାଳୟ, ନା ମିଳୁଥିଲା ପିଆଲା,
ମିଳନ ହେଲା, କିନ୍ତୁ ମିଳନର ସୁଖ ନଥିଲା ଲେଖା ଭାଗ୍ୟରେ,
ଏବେ ମୁଁ ଜମେଇ ଯାଇଅଛି ବସି, ଘୁରି ବୁଲୁଛି ମଧୁଶାଳା (118)
ମୁଁ ମଦୀରାଳୟ ଭିତରେ ଅଛି, ମୋ ହାତରେ ଅଛି ପିଆଲା,
ପିଆଲାରେ ମଦିରାଳୟ ବିମ୍ବିତ କରିବ ଏହି ପାନୀୟ,
ଏହି ଅଧୁରା ଆଳୟରେ ହିଁ ମୋର ବିତି ଗଲା ସାରା ଜୀବନ –
ମୁଁ ମଧୁଶାଳା ଭିତରେ ବା ମୋ ଭିତରେ ମଧୁଶାଳା ! (119)
କାହାର ନାହିଁ ପିଇବାରେ ସମ୍ବନ୍ଧ, କାହାକୁ ସୁହାଏ ନାହିଁ ପିଆଲା,
ଏହି ଜଗତର ମଦିରାଳୟରେ ଅନେକ ପ୍ରକାର ପାନୀୟ,
ନିଜ ନିଜର ଇଛାନୁସାରେ ସଭିଏ ପିଅନ୍ତି ମଦମତ୍ତ,
ସଭିଙ୍କର ଏକ ମାଦକ ପାନୀୟ, ସଭିଙ୍କର ଏକ ମଧୁଶାଳା (120)
ସେହି ପାନୀୟ, ଯାହା ଶାନ୍ତ କରିଥାଏ ମୋ ଅନ୍ତରର ଜ୍ଜ୍ୱାଳା,
ଯେଉଁଥିରେ ମୁଁ ବିମ୍ବିତ ଓ ପ୍ରତିବିମ୍ବିତ ପ୍ରତି କ୍ଷଣ ତାହା ମୋର ପିଆଲା,
ମଧୁଶାଳା ତାହା ନୁହେଁ ଯେଉଁଠି ବିକାଯାଏ ମଦୀରା,
ଯେଉଁଠାରେ ଭେଟ ମସ୍ତି ସହ ହୁଏ ମୋର ତାହା ହିଁ ମଧୁଶାଳା (121)
ମାଦକତା ପଣ ପାନୀୟରୁ ନେଇ ମୁଁ ତ୍ୟାଗୀ ଦେଲି ପାନୀୟ,
ପାଗଳପଣ ପିଆଲାରୁ ନେଇ, ମୁଁ ତ୍ୟାଗୀ ଦେଲି ପିଆଲା,
ପାନୀୟକୁ ଭେଟି, ପାନୀୟକୁ ଭେଟି ନିଜ ଭାବ ମୁଁ ଗଲି ଭୁଲି,
ଭେଟି ମଧୁଶାଳାର ମଧୁରତାକୁ ମୁଁ ଭୁଲି ଗଲି ମଧୁଶାଳା (122)
ମଦୀରାଳୟର ଦ୍ୱାର ବାଡେଇଲା ଭାଗ୍ୟର ବେକାର ପିଆଲା,
ଗଭୀର, ଥଣ୍ଡା ନିଃଶ୍ୱାସ ଭରି କହୁଥିଲା ପ୍ରତି ମତୱାଲା,
କେତେ କମ୍ ଯୌବନର ପାନୀୟ, ହାଏ, ମୁଁ ପିଇ ପାରିଲି !
ବନ୍ଦ ହୋଇଗଲା କେତେ ଜଲଦି ମୋ ଜୀବନ ମଧୁଶାଳା (123)
କୁଆଡେ ଗଲା ସେ ସ୍ୱର୍ଗୀୟ ପାନୀୟ, କୁଆଡେ ଗଲା ସୁରଭିତ ମଦୀରା,
କୁଆଡେ ଗଲା ସ୍ୱପ୍ନିଳ ମଦିରାଳୟ, କୁଆଡେ ଗଲା ସ୍ୱର୍ଣ୍ଣିମ ପିଆଲା !
ପିଇବାବାଲା ମଦୀରାର ମୂଲ୍ୟ ହାଏ କେବେ ଜାଣି ପାରିଲେ ?
ଫାଟିଗଲା ଯେବେ ମଧୁର ପିଆଲା, ଭାଙ୍ଗିଗଲା ଯେବେ ମଧୁଶାଳା (124)
ନିଜ ଯୁଗରେ ସଭିଙ୍କୁ ଅନୁପମ ଲାଗେ ନିଜର ପାନୀୟ,
ନିଜ ଯୁଗରେ ସଭିଙ୍କୁ ଅଦ୍ଭୁତ ଜ୍ଞାତ ହୁଏ ନିଜ ପିଆଲା,
ତଥାପି ବି ବୃଦ୍ଧଙ୍କୁ ଯେବେ ପଚାରିଲି ଏହି ଉତ୍ତର ପାଇଲି –
ଏବେ ନା ଅଛନ୍ତି ସେହି ପିଇବାବାଲା, ଏବେ ନା ଅଛି ସେହି ମଧୁଶାଳା ! (125)
'ମଦ' କୁ କରି ଶୁଦ୍ଧ ଏବେ ଦିଆଗଲା ନାମ 'ପାନୀୟ'
'ଗିଲାସ'କୁ କୁହାଗଲା 'ମଧୁପାତ୍ର', 'ସାଗର'ର ନାମ ଦିଆଗଲା 'ପିଆଲା',
କାହିଁକି ମୌଲବୀ ଚକିତ ହେବନି, ବିକୃତ କରିବ ମୁହଁ ତିଳକ ଧାରୀ ପଣ୍ଡିତ,
'ମଦ - ମେହେଫିଲ୍' ଏବେ ଆପଣେଇ ନେଇଛି କରି ତାକୁ 'ମଧୁଶାଳା' (126)
କେତେ ଯେ ମରମ ଜଣେଇ ଯାଉଛି ବାରମ୍ବାର ଆସି ପାନୀୟ,
କେତେ ଯେ ଗୁପତ ଜଣେଇ ଯାଉଛି ବାରମ୍ବାର ଆସି ପିଆଲା,
କେତେ ଯେ ଅର୍ଥକୁ ସଙ୍କେତ ଦେଇ କହି ଯାଉଅଛି ମଦୀରା,
ତଥାପି ବି ପିଇବାବାଲାଙ୍କ ପାଇଁ ଅବୋଧ୍ୟ ଅଟେ ମଧୁଶାଳା (127)
ଯେତିକି ଗଭୀର ହୃଦୟ, ସେତିକି ଗଭୀର ପିଆଲା,
ଯେତିକି ମନର ମାଦକତା, ସେତିକି ନିଶା ଅଟେ ପାନୀୟ,
ଯେତିକି ହୃଦୟର ଭାବନା, ସେତିକି ସୁନ୍ଦର ମଦୀରା,
ଯେତିକି ଯାହା ତାମସୀ, ତା ଠାରୁ ବି ରସମୟ ମଧୁଶାଳା (128)
ଯେଉଁ ଅଧରକୁ ଛୁଏଁ, ବନେଇଦିଏ ନିଶାଖୋର ତାକୁ ମୋର ପାନୀୟ,
ଯେଉଁ କରକୁ ଛୁଇଁ ଦିଏ, କରିଦିଏ ବିକ୍ଷିପ୍ତ ତାକୁ ମୋ ପିଆଲା,
ଆକ୍ଷି ମିଶାଏ ଯା ସାଥିରେ ମୋ ପାନୀୟର ସେ ଭକ୍ତ,
ପାଗଳ ସାଜି ନାଚେ ସିଏ, ଯିଏ ଆସେ ମୋର ମଧୁଶାଳା (129)
ସମସ୍ତ ଜିଭରେ ଦେଖିବାକୁ ମିଳେ ମୋର ନିଶା ଭରା ପାନୀୟ,
ସମସ୍ତ ହାତରେ ଦେଖିବାକୁ ମିଳେ ମୋ ପାନୀୟର ପିଆଲା,
ଘରେ ଘରେ ଏବେ ଚର୍ଚ୍ଚା ହେବ ମୋର ମଧୁବିକ୍ରେତାର,
ପ୍ରତି ଅଗଣାରେ ମହିକ ଉଠିବ ମୋର ସୁରଭିତ ମଧୁଶାଳା (130)
ମୋ ପାନୀୟରେ ସର୍ବେ ପାଇଛନ୍ତି ନିଜ – ନିଜର ପାନୀୟ,
ମୋ ପିଆଲାରେ ସର୍ବେ ପାଇଛନ୍ତି ନିଜ – ନିଡର ପିଆଲା,
ମୋ ପାନୀୟର ସର୍ବେ ଦେଖିଛନ୍ତି ନିଜ ନିଜ ପ୍ରିୟ ପାନୀୟ,
ଯାହାର ଯେମିତି ରୁଚି ଅଛି, ସେ ସେମିତି ଦେଖେ ମଧୁଶାଳା (131)
ଏହା ମଦୀରାଳୟର ଲୁହ, ନୁହେଁ - ନୁହେଁ ନିଶା ଭରା ପାନୀୟ,
ଏହା ମଦୀରାଳୟର ଆକ୍ଷି, ନୁହେଁ – ନୁହେଁ ମଦର ପିଆଲା,
କେଉଁ ସମୟର ସୁଖଦ ସ୍ମୃତି ପାନୀୟ ସାଜି ନାଚୁ ଅଛି,
ନୁହେଁ – ନୁହେଁ କବିର ହୃଦୟ ଅଗଣା, ଏହା ବିରହ ଆକୁଳ ମଧୁଶାଳା (132)
ଦମିତ ଇଛା କେତେ ଯେ ନିଜର, ହାୟ, ତିଆରିଛି ପାନୀୟ,
କେତେ ଆଶାକୁ ପାଉଁଶ କରି ତିଆରିଛି ଏହି ପିଆଲା,
ପିଇ ପିଇବା ବାଲା ଯିବେ ଚାଲି, ହାଏ, କିଏ ବି ଜାଣିବନି,
କେତେ ଯେ ମନର ମହଲ ଭାଙ୍ଗିଛି ସେତେବେଳେ ଠିଆ ହୋଇଥିବା ଏହି ମଧୁଶାଳା (133)
ବିଶ୍ୱ ତୁମର ବିଷମୟ ଜୀବନରେ ଆଣି ପାରିବ ପାନୀୟ,
ଯଦି ଟିକିଏ ବି ଏହା ମୋର ମତଓ୍ୱାଲା ପାନୀୟବାଲା,
ଶୂନ୍ୟ ତୁମର ସମୟ କିଛି ବି ଯଦି ଏହା କରିପାରେ ଗୁଞ୍ଜରିତ,
ଜନ୍ମ ସଫଳ ହେଲା ବୁଝିବି ଜଗତରେ ନିଜର ମୋ ମଧୁଶାଳା (134)
ବଡ – ବଡ ଗୌରବର ସହ ମୁଁ ପାଳିଛି ପାନୀୟୱାଲାକୁ,
ଅସ୍ପଷ୍ଟ କଳ୍ପନାର ହିଁ ଏହା ସଦା ଉଠେଇଛି ପିଆଲା,
ମାନ – ଆଦର ସହକାରେ ଏହା ରଖିଛି ମୋ ସୁକୁମାରୀକୁ,
ହେ ବିଶ୍ୱ, ତୁମ ହାତରେ ଏବେ ମୁଁ ଦେଉଅଛି ମଧୁଶାଳା (135)
ଅବଶିଷ୍ଟ
ନିଜେ ପିଏ ନାହିଁ, ଅନ୍ୟକୁ, କିନ୍ତୁ ପିଆଇଥାଏ ପାନୀୟ,
ନିଜେ ଛୁଏଁ ନାହିଁ, ଅନ୍ୟକୁ, କିନ୍ତୁ ଧରେଇ ଦିଏ ପିଆଲା,
କିନ୍ତୁ ଉପଦେଶ କୁଶଳ ଅନ୍ୟଙ୍କୁଠୁଁ ମୁଁ ଏହା ଶିଖିଅଛି,
ନିଜେ ଯାଏ ନାହିଁ, ଅନ୍ୟକୁ ପହୁଞ୍ଚାଇ ଦିଏ ମଧୁଶାଳା
ମୁଁ କାୟସ୍ଥ କୁଳରେ ଜାତ ମୋ ପୂର୍ବଜ କହିଛନ୍ତି ଏତିକି ,
ମୋ ଶରୀରର ଲହୁରେ ଅଛି ପଞ୍ଚସ୍ତରୀ ଶତକଡା ପାନୀୟ,
ପୈତୃକ ଅଧିକାର ଅଛି ମୋର ମଦୀରାଳୟ ଅଗଣା ଉପରେ,
ମୋର ବାପା ଗୋସେଇଁ ବାପାଙ୍କ ଦ୍ୱାରା ବିକା ଯାଇଥିଲା ମଧୁଶାଳା
ଅନେକଙ୍କ ମୁଣ୍ଡ ଚାରିଦିନ ଧରି ଭାରି ରହିଥିଲା ନିଶାରେ,
ଅନେକଙ୍କ ହାତରେ ଦୁଇ ଦିନ ଧରି ଚହଲୁଥିଲା ପିଆଲା,
କିନ୍ତୁ ବଢୁଥିବା ସୁରାର ପ୍ରଭାବ ସହ ସମୟରେ, ସେଥିରେ ହିଁ
ଆଉ ପୁରୁଣା ହୋଇ ମୋ ଆଡକୁ ନିଶା ଭରା ମଧୁଶାଳା
ପିତୃ ପକ୍ଷରେ ପୁତ୍ର ଉଠାଏ ଅର୍ଘ୍ୟ ନ କରି ମୁଁ, କିନ୍ତୁ ପିଆଲା
କେଉଁଠି ବି ବସି ଯାଏ, ଗଙ୍ଗା ସାଗରରେ ଭରିକରି ପାନୀୟ
କେଉଁ ଜାଗାରେ ମାଟି ଭିଜେ, ତୃପ୍ତି ମୋତେ ମିଳି ଯାଏ
ତର୍ପଣ ଅର୍ପଣ କରି ଦିଅ ମୋତେ, ପଢି ପଢି ମଧୁଶାଳା
ବଚ୍ଚନ