Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sridhar Patnaik

Comedy

2  

Sridhar Patnaik

Comedy

ଦୁର୍ଯ୍ୟୋଧନ

ଦୁର୍ଯ୍ୟୋଧନ

1 min
6.9K


।। ଦୁର୍ଯ୍ୟୋଧନ ।।

ମୁଁ ଦୁର୍ଯ୍ୟୋଧନ

କୁହ ତେବେ ମୋର ଭୁଲ ବା କ'ଣ;

ଉଗ୍ର ଅଭିମାନ ନା ସରଳିଆପଣ !

ଧୃତରାଷ୍ଟ୍ର ପିତା ମୋର ପୁତ୍ର ପ୍ରେମେ ଅନ୍ଧ

ଶକୁନିର ମାୟାଜାଲେ ମୁଁ ସାଜେ କ୍ରୀଡନକ,

ଉଚ୍ଚାକାଂକ୍ଷୀ ହୃଦୟ ମୋ ନାନା ସ୍ଵପ୍ନ ଦେଖେ ;

କୁହ ତେବେ ଏଥିରେ ବା ଭୁଲ ଅଛି କ'ଣ !!

ସତ କୁହ ତୁମେ

କିଏ ବା ସାଜୁନି ଦୁର୍ଯ୍ୟୋଧନ ;

ଯୁଧିଷ୍ଠିର ମୁଖା ପିନ୍ଧି ପାଉଛ ସମ୍ମାନ,

କି କାରଣେ ଏକା ମୁହିଁ ପାଏ ଅପମାନ,

ଅଭିଶପ୍ତେ ଜୀଉଁଥିବି ବାକି ମୋ ଜୀବନ,

କୁହ ତେବେ ଏଥିରେ ବା ଭୁଲ ଅଛି କ'ଣ !!!

-ଶ୍ରୀଧର


Rate this content
Log in

Similar oriya poem from Comedy