Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Inspirational

0.8  

Bikesh Sahu

Inspirational

ଭିନ୍ନ ଏକ ସମ୍ପର୍କ

ଭିନ୍ନ ଏକ ସମ୍ପର୍କ

1 min
13.9K


ଆମ ସମ୍ପର୍କ ଭିତରେ

କାଳେ ଲାଗିଯିବ

କୋଉ

ନର ରାକ୍ଷସର ଲୋଲୁପ ନଜର

ସହିବାକୁ ପଡିବ କାଳେ

ଅପମାନ ଆଉ କଳଙ୍କ.....


ମୁଣ୍ଡେଇବାକୁ ପଡିବ

ଏ ଦୁନିଆର ଲବ୍ଧପ୍ରତିଷ୍ଠ

ମଣିଷ ମାନଙ୍କ

ପ୍ରଶ୍ନ ସବୁର

ବିରାଟକାୟ ବୋଝ

ତା ' ପୁଣି ଏକା ଏକା

ନତମସ୍ତକ ଭଙ୍ଗୀରେ

ସ୍ୱାଭିମାନ ସବୁକୁ ବଳି ପକେଇ

ନିଜ ହାତରେ

ବିନା ଅପରାଧରେ

ବିରାଟ ବଡ଼ ଦୋଷୀଟେ ପରି

ସବୁ ପ୍ରଶ୍ନର ମୁଗ୍ଧ ଶ୍ରୋତା ସାଜି

ଶୁଣିବାକୁ ପଡିବ

ବିନା ଇଚ୍ଛାରେ

ବିନା ପ୍ରତ୍ୟୁତ୍ତରେ

ଖୁଣ୍ଟଟିଏ ପରି ||


ନିର୍ଜୀବ ପାଷାଣ ସାଜି

ବାକ୍ ଶକ୍ତି ନ ଥିବା ମଣିଷଟେ ପରି

କୁହ ତୁମେ କ'ଣ ପାରିବ

ସେ ସବୁର ସାମ୍ନା କରି

ନିର୍ଭୀକ ହୃଦୟରେ

ମୋ'ରି ସାଥିରେ

ମୋ ହାତରେ ହାତ ରଖି

ଲଢ଼ି ପାରିବ ଏ ଦୁନିଆ ସାଥିରେ

ଧୌର୍ଯ୍ୟ ଆଉ ସାହସର ଅସ୍ତ୍ରରେ

ଆମ ସମ୍ପର୍କର

ନୂତନ ଏକ ପରିଚୟ ଦେଇ

ଦୁନିଆ ଆଗରେ

ଆମ ସମ୍ପର୍କକୁ ସହାରା କରି ।




Rate this content
Log in

Similar oriya poem from Inspirational