ମୃଗନୟନୀ ୨
ମୃଗନୟନୀ ୨
ଛାଇମାଇ ଅନ୍ଧାର, କିଛି ତରୁଣ ଜ୍ୟୋସ୍ତ୍ଣା
କିଛି ଲବଣ୍ୟ, ପ୍ରକୃତି କୋଳ, ପାହାଡ଼ି ଝରଣା ନାଦ...
ଅନିମେଶ ଲୋଚନ, ତିଖିଣ ଥିଲା ଦୃଷ୍ଟି
ନୟନ କହୁଥିଲା କଥା, ନିରବତାର ଥିଲା ରାଜୁତି
ସେ ଥିଲା ଏକା, ଏକା ବି ଥିଲି ମୁଁ
ସନ୍ତର୍ପଣରେ ବାରମ୍ବାର ସେ ଜଗିଥିଲା ଓଢଣୀ,
ଓଠେ ମହୁଲି ମୁରୁକି ଲାଜ ମିଶା ହସ ଗାଲରେ ଖେଳୁଥିଲା ଭଉଁରୀ,
ମାଟିରେ ପାଦ ଆଙ୍ଗୁଳି କାଟି ଚାଲୁଥିଲା ଆସନ୍ତାକାଲିର ଭୂଗୋଳ,
ଜ୍ୟାମିତିକ ମାପଦଣ୍ଡରେ
ମାପିଚାଲିଥିଲା ଆଙ୍ଗୁଳି ଘନ କୁନ୍ତଳ ମୋ କେଶରାଶି,
ପଥର ଥିଲା ଆସ୍ଥାନ, ସେ ଥିଲା ଅନାବିଳ
ଦୁଇ କିଶୋର ମନ ଖୋଜୁଥିଲା ଅତିମାନସ ପ୍ରେମର ସଂଜ୍ଞା
ନଥିଲା ସେଠି କଟାମାପ (ଡିସେକ୍ସନ)
ଶରୀରର ଅସ୍ପୃଶ୍ୟ ଅଙ୍ଗରାଶିର,
ଅଭୁଲା ସେ ଦିନ ଥିଲି ମୁଁ, ଆଜି ବି ତୁମକୁ
ହଜିଲା ଅତୀତ ଆଉ ଖୋଜୁଥିବା ଆଜିର "ମୃଗନୟନୀ"।