Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ବର୍ଷା ରାଣୀ

ବର୍ଷା ରାଣୀ

1 min
7.2K


ଆସିଲେ ଆସିଲେ ବର୍ଷା ରାଣୀ,

ତପନଙ୍କ ତାପ କମେଇଲେ ପୁଣି,

ଘଡଘଡି ଜଣାଏ ମେଘର ବାଣୀ,

ସୁନ୍ଦର ଦିଶେ ପତ୍ର ଉପରେ ପାଣି ||

ଆସିଲେ ମହାରାଣୀ ବର୍ଷା ସହସା,

ମେଣ୍ଟ କରିଲେ ଯେ ସମସ୍ତଙ୍କ ପିପାସା,

ତାଙ୍କ ଉପରେ ଅଛି ଚାଷୀ ଭାଇଙ୍କର ଭରସା,

ତାଙ୍କ ଖୁସିରେ ବିଦ୍ୟମାନ ରହିବ ସମସ୍ତଙ୍କ ବସା ||

ଆସିଲେ ଆସିଲେ ମୌସୁମୀ ଆସିଲେ,

ମୃତ୍ତିକାରେ ଅଦ୍ଭୁତ ମହକ ଆଣିଲେ ,

ରବିଙ୍କ କିରଣ ଉତ୍ପାତ କମେଇଲେ,

ଅନନ୍ତ ଆକାଶରେ ମେଘନାଦ ଶୁଭେଇଲେ ||

ଜଳଧରରୁ ଝରିଲେ ଟୁପ ଟୁପ ମଧୁଲିକା ସମ ଜଳମଣି,

ସଂସ୍ପର୍ଶରୁ ଲାଗିଲା ଯେମିତି ଶୀତଳମଣି,

ଝୁମ ଝୁମ କରି ନୃତ୍ୟକାର ହେଲେ ମେଘ ଗମ ଶିରୋମଣି,

ଜଳାଶୟ ତଟିନୀରେ ଝରିଝରି ଭରିଲେ ପାନୀୟର କାଞ୍ଚନ ଖଣି ||

ବର୍ଷା ରାଣୀ ଆସି ନେଇ ଗଲେ ଯେ ଆମ୍ବ,

ଭାଙ୍ଗିଗଲା ପୁଣି ଫଲ ରାଜାଙ୍କ ଦମ୍ଭ,

ଆସନ୍ତା ବର୍ଷା ପାଇଁ ପ୍ରତୀକ୍ଷା ହେଲା ପ୍ରାରମ୍ଭ,

ଆମ୍ରର ଖ୍ୟାତି ସବୁ ଫଲଙ୍କ ମଧ୍ୟରେ ଅଚଳ ସ୍ତମ୍ଭ ||

ବର୍ଷା ରାଣୀଙ୍କ ଦ୍ୱାରା ହର୍ଷିତ ହୁଅନ୍ତି ହଳଧର,

ତାଙ୍କ ଆରାଧ୍ୟ ଦେବତା ହେଲେ ଶ୍ରୀ ହଳଧର ,

ଜଳଧର ଓ ଖାଦ୍ୟ ବିନା ଜୀବନ ନିରାଧାର,

କୃଷିକ୍ରାନ୍ତି କଳିଙ୍ଗ ଦେଶ ସମୃଦ୍ଧିର ଆଧାର ||

ରାଜରାଣୀ ବର୍ଷା ହେଲେ ଉତ୍କଳବାସୀଙ୍କ ଅନୁରାଗ ରାଗିଣୀ,

ଜଳମୟ ହୋଇ ତରୁଣ ତରଙ୍ଗ ସହ ତରିଲେ ତରଙ୍ଗିଣୀ,

ହୀରାକୁଦରେ ଜୀବ ନଦୀ ମହାନଦୀ ହେଲେ ରମ୍ୟ ରୂପିଣୀ,

ଲୟ ତାଳରେ ଆନନ୍ଦ ତାଣ୍ଡବ ଲାସ୍ୟ କରିଲେ ବ୍ରାହ୍ମଣୀ ବୈତରଣୀ ||

ମେଘରୁ ବରଷିଲାଣି ପୀୟୂଷ,

ଅନମ୍ବରରେ ଦିଶିଲାଣି ଇନ୍ଦ୍ରଧନୁଷ,

ଜଳନିଧିରେ ଭରିଲାଣି ଯେ ଜଳ କୋଷ,

ପରବଶ ହୋଇ ବର୍ଷା ରାଣୀ କରୁଛନ୍ତି ଆନନ୍ଦ ଘୋଷ ||

ବର୍ଷା ରାଣୀ ହେଉଛନ୍ତି ଯେ ବହୁ ଗୁଣି,

ଜଳମଣି ଅବଦାନ କରି ହେଲେ ଆମ ମଉଡ଼ମଣି,

ଶ୍ରାବଣ ମାସ ପ୍ରତି ଅଛି ତାଙ୍କର ପ୍ରୀତି ଚାହାଣୀ,

ବର୍ଷ ବର୍ଷ ଧରାରେ ଧାରାବାହିକ ହୋଇ ରହୁ ଏହି କାହାଣୀ ||


Rate this content
Log in