Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Manas Manjari Masanta

Others

3  

Manas Manjari Masanta

Others

ସତ୍ୟତା

ସତ୍ୟତା

1 min
516



ଦର୍ପଣରେ ଦିଶେ ନାହିଁ

ମିଛ ପ୍ରତିବିମ୍ବ,

ମନୋବଳ ଦୃଢ ଥିଲେ

ଭାଙ୍ଗେନାହିଁ ଦମ୍ଭ ।।


ନିଜ ଛାଇ କେବେହେଲେ

ଛାଡେନାହିଁ ସାଙ୍ଗ,

ଜହ୍ନ ସାଥେ କଇଁ ର ଯେ

ପୁରାତନ ଭାଵ ।।


ଥରଟିଏ ଛିଣ୍ଡି ଗଲେ

ବିଶ୍ୱାସର ପୁଚ୍ଛ,

ଗୋଳି ହୁଏ ସମ୍ପର୍କରେ

ସନ୍ଦେହର ବିଷ ।।


ଚହଲା ପାଣିରେ ହଲେ

ଆପଣାର ଛାଇ,

ବାଞ୍ଛାକୁମ୍ଭ ପୂରେ ନାହିଁ

ଭାବିଦେଲେ ଶୋଇ ।।


ବ୍ୟଥା ସଙ୍ଗେ ଛାଇ ହୋଇ

ଥିଲେ ନୀରବତା,

ବଦଳାଇ ଦେଇ ସ୍ଥିତି

ଆଣଇ ସ୍ଥିରତା ।।


Rate this content
Log in