Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

5.0  

Prasanna Kumar Madala

Others

ତାରକାର ମୃତ୍ୟୁ

ତାରକାର ମୃତ୍ୟୁ

1 min
20K


କେତେ କୋଟି ବର୍ଷ    ଆୟୁ ତା' ବିମର୍ଶ

      କଲେ କେ ପାରିବ କଷି,

ଦେଖୁ ଦେଖୁ ଲୋଟି    ତାରା ଏକ ଗୋଟି

       ଖ'ମଣ୍ଡଳୁ ଗଲା ଖସି ।

ବିଚିତ୍ର ବି ଲାଗେ       କଉତୁକ ଜାଗେ

       ଖଗୋଳ ବିଜ୍ଞାନ କଥା,

ରହସ୍ୟ ଗହନ         ଅବଶ୍ୟ ବହନ

       ଘୁରାଇ ଦିଏ ମୋ ମଥା ।

ଯିଏ ଯାଏ ମରି        ଜାତ ଆଗୁସରି

       ହୋଇଥିବ ନିଶ୍ଚେ ଜାଣ,

ବ୍ରହ୍ମାଣ୍ଡ ନିଳୟେ       ସୃଷ୍ଟି ଓ ବିଲୟେ

       କଥାରେ ରହିଛି ଶାଣ ।

ନିଖିଳ ଜଗତ  ସୂତ୍ରେ ତ ପ୍ରଗତ ( ବିଯୁକ୍ତ )

       ଅନ୍ତରାଳେ ଯେଉଁ ଶକ୍ତି,

ଭାଗବତ ଜ୍ଞାନେ     ଚିନ୍ତା କଲେ ଧ୍ୟାନେ

       ମନରେ ଜାଗଇ ଭକ୍ତି ।

ସତ୍ୟ ଏ ନିରାଟ       ରୂପ ସେ ବିରାଟ

       ଗର୍ଭେ ଯାର ଆତଯାତ,

ସଂହାର ଓ ସୃଷ୍ଟି         ଅହରହ ବୃଷ୍ଟି

       ନିର୍ଗୁଣ ବ୍ରହ୍ମରେ ଖ୍ୟାତ ।

କରନ୍ତି ନିଗ୍ରହ ( ଦମନ )   ନକ୍ଷତ୍ର ଓ ଗ୍ରହ 

       ବ୍ରହ୍ମାଣ୍ଡେ ସେ ଅନ୍ତହୀନ,

ଭ୍ରମି ନିଜ କକ୍ଷେ     ଅନ୍ତିମ ସେ ଲକ୍ଷ୍ୟେ

       ସର୍ବେ ହୋଇଥାନ୍ତି ଲୀନ ।

ଯେତେ ସୂର୍ଯ୍ୟ ସମ      ତାରକା ବିଷମ

        ଆକାଶଗଙ୍ଗା-ନିହିତ,

ନାହିଁ କା' ନିସ୍ତାର      ସୂତ୍ର ଯା' ବିସ୍ତାର

        ଶାସ୍ତ୍ରାନୁମତେ ବିହିତ ।

ଏତେ ଅବରୋଧ    ଥାଉଁ କେତେ ବୋଧ

       ଏ ଛାର ମନୁଷ୍ୟ ଚିତ୍ତେ,

ନ ରଖି ବିକାର        ପରଖି ସ୍ୱୀକାର

      କରିଲେ ନିର୍ମୋହ ବିତ୍ତେ ।

       ପ୍ରସନ୍ନ କୁମାର ମାଦଳା


Rate this content
Log in