ଜୀବନ ଗୀତା- ୮୪
ଜୀବନ ଗୀତା- ୮୪
1 min
6.6K
ଜୀବନ ଗୀତା- ୮୪
ଜୀବନର ପଥପରେ
ଅନ୍ଧାର ଯେତିକି
ଆଲୁଅ ବି ଅଛି ସେତିକି
ଅନ୍ଧାର ନଥିଲେ ଆଲୁଅର ମୂଲ
ବୁଝନ୍ତାବା କିଏ କାହିଁକି ॥୦॥
ସାଧାରଣ ମଣିଷଙ୍କ ନିତିଦିନ କଥା
ଅନ୍ଧାରରେ କଲବଲ ଆଲୁଅରେ ଝଲମଲ
ସୁଖ ରହିଛି ଯେତିକି ସେତିକି ପୁଣି ବ୍ୟଥା
ବେଦନା ନଥିଲେ ଆନନ୍ଦର ମୂଲ
ବୁଝିବବା କିଏ କାହିଁକି ॥୧॥
ଆଲୁଅକୁ ଛାଡି ଯିଏ ପାଦଥାପେ ଅନ୍ଧାରେ
ଜୀବନ ତା' ହରବର ଲୁହ ରକ୍ତ ଝରଝର
ବହିଯାଏ ଅନ୍ଧାରରେ ଶୀଘ୍ର ହେଉକି ପରେ
ନିଗ୍ରହ ନଥିଲେ ସତପଥ ମୂଲ
ବୁଝିବ ଅବା କେ କାହିଁକି ॥୨॥