ନୀରବ ଚିତ୍କାର
ନୀରବ ଚିତ୍କାର
ସତ କହିଲେ ମୋ ସମ୍ପର୍କ ଖସୁଛି
ମିଛ ଚିର ଶତୃ ମୋର
କେମିତି କାଟିବି ବଳକା ଜୀବନ
ଲାଗିଲାଣି ଭାରି ଡର
କହି ପାରୁ ନାହିଁ ରହି ପାରୁ ନାହିଁ
ଅନ୍ତର କୁହୁଳେ ମୋର
ତଥାପି ବଦଳି ପାରୁନି ମୋ ମନ
ନୀରବେ କରେ ଚିତ୍କାର
କାହାର ଇଛାକୁ ବଦଳାଇ ଦେବା
ସତରେ ସମ୍ଭବ ନୁହଁ
ନିଜେ ବି ବଦଳି ପାରୁନାହିଁ ଯଦି
ସାଥି ଏକା ଆଖି ଲୁହ
ଚିତ୍ତ ରଞ୍ଜନ ଲେଙ୍କା (କଟକ)©