Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dambarudhar Bag

Others

2  

Dambarudhar Bag

Others

ମାଁ ଆସିଥିଲେ ଆସି କହିଗଲେ

ମାଁ ଆସିଥିଲେ ଆସି କହିଗଲେ

1 min
6.9K


ମାଁ ଆସିଥିଲେ ଆସି କହିଗଲେ

**********************

ଏଇ ଦଶରାରେ ମାଆ ଆସିଥିଲେ

ଆମ ମର୍ତ୍ତ୍ୟପୁର ବୁଲି ।

ମନ ହରଷରେ ବୁଲିକି ଦେଖିଲେ

ସିଂହ ସାଥେ ଚାଲି ଚାଲି ।

କେଉଁଠି ଦେଖିଲେ ସୁନା ଚାନ୍ଦି ମେଢ

କେଉଁଠି ମାଟି ମୂରତି ।

ଆଲୋକ ସଜ୍ଜା ରେ ଆଖି ଝଳସିଲା

ବୁଡିଗଲା ତାଙ୍କ ମତି ।

ଭାବଭକ୍ତି ପୂର୍ଣ୍ଣ ନୈବେଦ୍ୟର ସାଥେ

ପୂଜା ପାଇ ହେଲେ ଖୁସି ।

ଭାରି ଦୁଃଖ କଲେ ମଣ୍ଡପ ସମ୍ମୁଖେ

ଦଖିଣ ବୁଢୀ ମାଉସୀ ।

ହସ୍ତେ ଧରି ଭିକ୍ଷା ଥାଳଟିଏ ସିଏ

ଦ୍ରବ୍ଯ କିଛି ମାଗୁଥାଏ।

ଦେଖି ଅଣଦେଖା ସର୍ବେ କରୁଥିଲେ

ବୁଢୀକୁ ପଚାରେ କିଏ ?

ସେହିଭଳି କେତେ ଦେଖିଛନ୍ତି ଏଠି

ମନ୍ଦିରର ସମ୍ମୁଖରେ ।

ମାଗୁଥାନ୍ତି ଭିକ ଦୁଃଖରେ କଷ୍ଟରେ

ବସି ଭୋକ ଉପାସରେ ।

ମାଟିର ମୂର୍ତ୍ତିକୁ ମାଆ ବୋଲି ଲୋକେ

ଡାକିଥାନ୍ତି ସରାଗରେ ।

ନଡିଆ କଦଳୀ ଧୂପ ଦୀପ ନେଇ

ପୂଜିଥାନ୍ତି ଆନନ୍ଦରେ।

ଜୀବନ୍ତ ମାଆ ଯେ ବସିରହିଛନ୍ତି

ଜାଣିପାରନ୍ତି ନି କେହି।

ଜାଣି ପାରନ୍ତି ନି ତାଙ୍କରି ହୃଦୟେ

କେବେଠାରୁ ଅଛି ରହି ।

କହନ୍ତି ମାଆ ଯେ ଭକତ ଙ୍କୁ ତା'ର

ମୁଁ ଅଛି ସବୁ ହୃଦୟେ।

ସେବାକର ତୁମେ ସେଭଳି ମାଆଙ୍କୁ

ବଞ୍ଚି ଥିବ ଯେବେ ଯାଏଁ ।

କୋଟି କୋଟି ଟଙ୍କା ଖର୍ଚ୍ଚ କରି ତୁମେ

ପାଇଅଛ କେଉଁ ଯଶ ।

ସେତକ ଟଙ୍କାରେ ଦୁଃଖିରଙ୍କି ମାନେ

ଚଳିଯାନ୍ତେ ବର୍ଷ ବର୍ଷ।

ଯାଉଅଛି ଫେରି ଆଶୀର୍ବାଦ ଦେଇ

ଦିଅ ଧର୍ମ ପ୍ରତି ଧ୍ଯାନ ।

ଧର୍ମ କର୍ମ ଯଦି ନିତି କରୁଥିବ

ସୁଖ ହେବ ଦୁଇ ଗୁଣ।

ଭୁଲି ଯାଅ ତୁମେ ରାଗ ହିଂସା ଦ୍ବେଷ

ଅବା ଲୋଭ ମୋହ ମାୟା ।

ଅଧର୍ମ କୁ ତୁମେ କରିଲେ ସଂହାର

ଧର୍ମ ବିସ୍ତାରିବ କାୟା।

ରହିବେନି କିଏ ଦୁଃଖ ସନ୍ତାପରେ

ଦୁଃଖ ଯିବ ଅପସରି।

ମାଆକୁ ଡାକିଲେ ଆର ବରଷରେ

ନିଶ୍ଚୟ ଆସିବି ଫେରି।

******************

ଶ୍ରୀ ଡମ୍ବରୁଧର ବାଗ, ଚପ୍ରିଆ, ଗୋଲାମୁଣ୍ଡା, କଳାହାଣ୍ଡି,

ଫୋନ ନମ୍ବର -୯୧୭୮୨୨୫୭୬୪


Rate this content
Log in