Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା ୩୬୧

ଜୀବନ ଗୀତା ୩୬୧

1 min
172


ଜୀବନ ଲେଖିଛି କେତେ

ଲୋହିତ ଅକ୍ଷରେ

ଦାଉଦାଉ ଜଳେ ଆଜି

ସେତ ଅଂଧକାରେ ॥୦॥

ଅଂଧାର ରହିଛି ଯେଣୁ

ଆଲୋକ ବି ଅଛି

ଅଂଧାର ବିନା ଆଲୋକ

ମାନେନାହିଁ କିଛି

ପରିପୂରକ ଦୁହେଁଦୁହିଁଙ୍କ

ପାପ ସାଥେ ପୂଣ୍ୟ ଅଛି

ଅଙ୍ଗାଙ୍ଗୀ ଭାବରେ ॥୧॥

ଛାଇ ଆଲୁଅର ଖେଳ

ମଧ୍ୟରେ ଜୀବନ

ବିତୁଅଛି ବିତୁଥିବ

ସେତ ଅନୁକ୍ଷଣ

ବାଧା ବଂଧନ କରି ଖଣ୍ଡନ

ଜୀବନ ତ ଧାଉଁଥିବ

ପ୍ରଖର ସ୍ରୋତରେ ॥୨॥


Rate this content
Log in

Similar oriya poem from Inspirational