Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shiba Charan Mahapatra

Others

3  

Shiba Charan Mahapatra

Others

ରଙ୍ଗ ରସିକ

ରଙ୍ଗ ରସିକ

1 min
106


ତୋତେ

କେଉଁ ରଙ୍ଗ ଦେବି କହରେ କହ୍ନେଇ

ସବୁ ରଙ୍ଗର ତୁ ଠାକୁର

ଯେ ରଙ୍ଗ କହିବୁ ସେ ରଙ୍ଗ ଲେପିବି

ଦେଇ ସ୍ନେହ ପ୍ରିତି ଅବିର.. ।

ନାଲି ଓଠେ ତୋର ଫିକା ପଡିଯିବ

ଦେଲେ ନାଲି ପ୍ରେମ ମୋହର

ଘନନୀଳ ଦେହେ (ମୋ) ମନ କଳା ଦେଲେ

ଋଷିବସିବ ସେ ଅମ୍ବର..।

ଦୁଧ-ଅଳତାରେ ସଙ୍ଗମ ରଙ୍ଗ କି

ଲାଗିବ ତୋତେ ସୁନ୍ଦର

ବେଣୁପାଣୀ ତୁହି କେମିତି ନାଚିବୁ

ମାନ କଲେ ପଙ୍କଜ ପୟର..।

ସବୁଜ ତୋ ପ୍ରିତି ସବୁଦିନ ପାଇଁ

ପାରିବିନି ଦେଇ ସବୁଜ ରଙ୍ଗ

ସବୁଜ ସଙ୍କେତ ମୋ ଜୀବନ ଚିତ୍ରେ

ବୋଳି ଦେଇଯିବ କଳଙ୍କ ଦାଗ..।

ଗୌରାଙ୍ଗ ତୁ କାହ୍ନୁ ସାଜିବନି ଜମା

ଆଦ୍ୟ ସୁରୁଜର ସୁନେଲି ଆଭା

ବିବିଧ ରଙ୍ଗକୁ ଗାଲେ ଲେପିଦେଲେ

ଏସନ ଫଗୁଣ ହେବ ବିଧବା..।

ନିରୁପାୟ ମୁହିଁ ଭାବ ରଙ୍ଗ ନେଇ

ବୋଳି ଦେଉଛି ତୋ ସାରା ବଦନେ

ମୋ ରଙ୍ଗେ ରଙ୍ଗେଇ ହସିଦେବୁ ଯଦି

ସବୁ ପାଇଯିବି ଏଇ ଜୀବନେ..।


Rate this content
Log in