Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Arun Kumar Mitra

Others

3  

Arun Kumar Mitra

Others

କଳାକାରଙ୍କ ରାଜ୍ୟ

କଳାକାରଙ୍କ ରାଜ୍ୟ

1 min
7.1K


ଭାରତ ବର୍ଷେ ଗୋଟିଏ ପ୍ରଦେଶ

ଉତ୍କଳ ତାର ନାମ

ଆସ ଦେଖି ଯାଅ କେତେ କଳାକାର

କଳା ପ୍ରତି ତାଙ୍କ ପ୍ରେମ  ।

ତାଙ୍କରି ହସ୍ତେ ଗଢା ଦେବଗୃହ

ଆଉ ଯେତେ ମନ୍ଦିର

ନିପୁଣ କଳାର ପରଶେ ଶୋଭିତ

ଦେଖ କେତେ ସୁନ୍ଦର  ।

ଜଗନ୍ନାଥଙ୍କ ବଡ଼ ଦେଉଳଟି

ଦେଖ ସମୁଦ୍ର କୂଳେ

କୋଣାର୍କ ସୂର୍ଯ୍ୟ ମନ୍ଦିର କଳା

ବିଖ୍ୟାତ ବିଶ୍ଵରେ  ।

ଦେଖ ଦ୍ଵିନୟନେ ଲିଙ୍ଗରାଜ

ମହାଦେବ ମନ୍ଦିର

ପ୍ରାଚୀନ କଳାର କାରୁକାର୍ଯ୍ୟ

ଓ ଶିଳ୍ପର ସମ୍ଭାର  ।

 

ଏ ମାଟି ଦେଇଛି ଏବର ଶିଳ୍ପୀ

ରଘୁନାଥ ମହାପାତ୍ର

ସ୍ଵନାମଧନ୍ୟ ତାଙ୍କ ପ୍ରସ୍ତର

କଳା ବିଶ୍ଵରେ ବ୍ୟାପ୍ତ  ।

ସୁଦର୍ଶନ ପଟ୍ଟନାୟକ

କଳାକାର ବିଖ୍ୟାତ

ବିସ୍ମୟ ଏଇ ବାଲୁକା ଶିଳ୍ପୀ

ଏହି ମୃତ୍ତିକା ଜାତ  ।

ଏହି ଉତ୍କଳେ ପ୍ରତି ଜନପଦେ

କଳାର  ନିଦର୍ଶନ

କ୍ଷୁଦ୍ର ବୃହତ ପ୍ରାଚୀନ ନବୀନ

ମିଳିବ ହିଁ ସନ୍ଧାନ  ।

ଉତ୍କଳ ହେଲା ସାର୍ଥକ ନାମ

ପ୍ରକୃତରେ ଉତ୍କୃଷ୍ଟ

ଅଭିଜାତ କଳା ସର୍ବକାଳରେ

ସର୍ବଯୁଗରେ ଶ୍ରେଷ୍ଠ  ।


Rate this content
Log in