ଗୂରୁ ଦିବସ
ଗୂରୁ ଦିବସ
2 mins
14.1K
ଗୁରୁ ଦିବସ
=======
ଜୀବନ ପଥେ ବିତରି ଜ୍ଞାନର ଆଲୋକ
ହୁଅନ୍ତି ଯେ ପଥ ପ୍ରଦର୍ଶକ
ସେହି ହିଁ ସଦ୍-ଗୁରୁ ସେ ହିଁ ଶିକ୍ଷକ॥
ଜୀବନ ପଥେ ବିତରି ଜ୍ଞାନର ଆଲୋକ
ହୁଅନ୍ତି ଯେ ପଥ ପ୍ରଦର୍ଶକ
ସେହି ହିଁ ସଦ୍-ଗୁରୁ ସେ ହିଁ ଶିକ୍ଷକ॥
‘ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର’-
ଏହି ବାଣୀ ଗୁଞ୍ଜରିତ,
ମୋ କର୍ଣ୍ଣକୁହରେ ଶୈଶବରୁ ଆଜି ପର୍ଯ୍ୟନ୍ତ॥
ସେ ଦିନ ଚାଟଶାଳୀରେ ଥଲା ମୋ ପ୍ରଥମ ଦିନ,
ସମ୍ମୁଖରେ ମୋର ବସିଥିଲେ ଅବଧାନ॥
ହାତେ ମୋର ଥିଲା ଶିଲଟ ସହିତ ଖଡି,
ଚାଟଶାଳୀକୁ ମୁଁ ଯାଇଥିଲି ପାଠ ପଢି॥
ହାତେ ମୋ ଧରାଇ ଖଡି,
ଲେଖିଲେ ଶିଲଟେ ତିନୋଟି ମଣ୍ଡଳାକାର,
କହିଲେ ଘୋଷିବା ପାଇଁ ତା ଉପରେ ଖଡି ଧରି,
ଡାକି ଡାକି ବ୍ରହ୍ମା ବିଷ୍ମୁ ଆଉ ମହେଶ୍ୱର॥
ଆଜି ମୁଁ ବୁଝୁଛି-
କିଏ ସେହି ବ୍ରହ୍ମା,ବିଷ୍ଣୁ ଆଉ ମହେଶ୍ୱର,
କିଏ ସେହି ସୃଷ୍ଟି କର୍ତ୍ତା ସେ ପାଳନ କର୍ତ୍ତା,
କରନ୍ତି ସବୁ ସଂହାର॥
ସେ ଅଟନ୍ତି - ଗୁରୁ ଓ ଶିକ୍ଷକ,
ଯାହା ଉପରେ ନ୍ୟସ୍ତ ଛାତ୍ରର ବୌଦ୍ଧିକ ବିକାଶ,
ଅଜ୍ଞାନତାକୁ ଯେ କରନ୍ତି ଅଚିରେ ବିନାଶ॥
ଛାତ୍ରର ସମସ୍ତ ପ୍ରଶ୍ନ କରି ସମାଧାନ,
ମନେ ତାର ଦେଇଥାନ୍ତି ଦମ୍ଭ ଅଭିମାନ॥
ଶିଖାନ୍ତି ଛାତ୍ରକୁ ହେବା ପାଇଁ ଆଜ୍ଞାଧୀନ,
ପ୍ରତି କ୍ଷେତ୍ରେ ଦେଇଥାନ୍ତି ଶୃଙ୍ଖଳାର ଜ୍ଞାନ॥
ସବୁ ଗୁଣେ କରି ବିଭୂଷିତ,
ଛାଡିଥାନ୍ତି ଦେଖିବାକୁ ଏ ବାହ୍ୟ ଜଗତ,
ପଥ ପ୍ରଦର୍ଶକ ହୋଇ ଦୃଷ୍ଟି ରଖିଥାନ୍ତି,
ହେଉଛି କି ନାହିଁ ସେ ବିଜୟ ମଣ୍ଡିତ॥
ଦେଇଥାନ୍ତି ଜ୍ଞାନ ସିଏ ବିଶ୍ୱ ସମନ୍ଧରେ,
ଶିଖାଇ ଥାନ୍ତି କିପରି ଚଳିବ ସଂସାରେ॥
ସ୍ଥୁଳ ମନକୁ ସେ କରିଥାନ୍ତି ସୁକ୍ଷ୍ମ,
ସେ ଦେଖାନ୍ତି ସମୃଦ୍ଧିର ପଥ,
ହୋଇଥାନ୍ତି ମାର୍ଗ ନିର୍ଦେଶକ॥
ସମସ୍ତ ଅପୂର୍ଣ୍ଣତାକୁ ସେ କରନ୍ତି ସମ୍ପୂର୍ଣ୍ମ,
ତାଙ୍କ ବିନା ଛାତ୍ର ଅନ୍ତଃସାର ଶୂନ୍ୟ॥
ଶିକ୍ଷା ବିନା ଏ ମଣିଷ ଆଖି ଥାଇ ଅନ୍ଧ,
ପ୍ରତି ପଦେ ସମ୍ମୁଖୀନ କରେ ସେ ବିପଦ॥
ଗୁରୁ ଶିକ୍ଷକ ଦିଅନ୍ତି ସଦ୍-ବୁଦ୍ଦି ଓ ଜ୍ଞାନ,
ଜ୍ଞାନ ବିନା ଏ ଜୀବନ ନିଷ୍ପ୍ରଭ ମଳିନ॥
ଏ ଦେଶେ ଜନମି ଥିଲେ ଶ୍ରୀରାଧାକ୍ରୀଷ୍ଣନ୍,
ବିଶିଷ୍ଟ ଶିକ୍ଷାବିତ୍ ସେ ଜ୍ଞାନୀ ଅଗ୍ରଗଣ୍ୟ॥
ଶିକ୍ଷା ପ୍ରତି ଥିଲା ତାଙ୍କ ଅକୁଣ୍ଠ ଆଗ୍ରହ,
ଅତ୍ୟନ୍ତ ଛାତ୍ର ବତ୍ସଳ ଛାତ୍ରଙ୍କର ପ୍ରିୟ॥
ରାଷ୍ଟ୍ରର ସର୍ବୋଚ୍ଚ ପଦ ରାଷ୍ଟ୍ରପତି ଭାବେ,
ଅଳଙ୍କୃତ କରିଥିଲେ ଜାଣିଛନ୍ତି ସର୍ବେ॥
ଶିକ୍ଷକ ଦିବସ ରୂପେ ତାଙ୍କ ଜନ୍ମଦିନ,
ପାଲନ କରନ୍ତି ଦେଶେ ଶିକ୍ଷା ଅନୁଷ୍ଠାନ॥
ଶିକ୍ଷକ ଓ ଶିକ୍ଷାବସ୍ଥା ଆଜି ଦୟନୀୟ,
ଶିକ୍ଷା ଆଜି ପାଲଟିଛି ଭଲ ବ୍ୟବସାୟ॥
ଶିକ୍ଷକ ଧାରଣା ଦିଏ ରାଜ ରାସ୍ତା ପରେ,
ନିଶ୍ଚଳ ଏ ସରକାର ଶୁଏ ନିଦକରେ॥
ଶିକ୍ଷା କ୍ଷେତ୍ରେ ସରକାର କରିଲେ ସୁଧାର,
ତା ହୁଅନ୍ତା ଗୁରୁ ଦିବସରେ -
ଶିକ୍ଷା ପ୍ରତି ଶ୍ରେଷ୍ଠ ଉପହାର॥
*******
ହାତେ ମୋ ଧରାଇ ଖଡି,
ଲେଖିଲେ ଶିଲଟେ ତିନୋଟି ମଣ୍ଡଳାକାର,
କହିଲେ ଘୋଷିବା ପାଇଁ ତା ଉପରେ ଖଡି ଧରି,
ଡାକି ଡାକି ବ୍ରହ୍ମା ବିଷ୍ମୁ ଆଉ ମହେଶ୍ୱର॥
ଆଜି ମୁଁ ବୁଝୁଛି-
କିଏ ସେହି ବ୍ରହ୍ମା,ବିଷ୍ଣୁ ଆଉ ମହେଶ୍ୱର,
କିଏ ସେହି ସୃଷ୍ଟି କର୍ତ୍ତା ସେ ପାଳନ କର୍ତ୍ତା,
କରନ୍ତି ସବୁ ସଂହାର॥
ସେ ଅଟନ୍ତି - ଗୁରୁ ଓ ଶିକ୍ଷକ,
ଯାହା ଉପରେ ନ୍ୟସ୍ତ ଛାତ୍ରର ବୌଦ୍ଧିକ ବିକାଶ,
ଅଜ୍ଞାନତାକୁ ଯେ କରନ୍ତି ଅଚିରେ ବିନାଶ॥
ଛାତ୍ରର ସମସ୍ତ ପ୍ରଶ୍ନ କରି ସମାଧାନ,
ମନେ ତାର ଦେଇଥାନ୍ତି ଦମ୍ଭ ଅଭିମାନ॥
ଶିଖାନ୍ତି ଛାତ୍ରକୁ ହେବା ପାଇଁ ଆଜ୍ଞାଧୀନ,
ପ୍ରତି କ୍ଷେତ୍ରେ ଦେଇଥାନ୍ତି ଶୃଙ୍ଖଳାର ଜ୍ଞାନ॥
ସବୁ ଗୁଣେ କରି ବିଭୂଷିତ,
ଛାଡିଥାନ୍ତି ଦେଖିବାକୁ ଏ ବାହ୍ୟ ଜଗତ,
ପଥ ପ୍ରଦର୍ଶକ ହୋଇ ଦୃଷ୍ଟି ରଖିଥାନ୍ତି,
ହେଉଛି କି ନାହିଁ ସେ ବିଜୟ ମଣ୍ଡିତ॥
ଦେଇଥାନ୍ତି ଜ୍ଞାନ ସିଏ ବିଶ୍ୱ ସମନ୍ଧରେ,
ଶିଖାଇ ଥାନ୍ତି କିପରି ଚଳିବ ସଂସାରେ॥
ସ୍ଥୁଳ ମନକୁ ସେ କରିଥାନ୍ତି ସୁକ୍ଷ୍ମ,
ସେ ଦେଖାନ୍ତି ସମୃଦ୍ଧିର ପଥ,
ହୋଇଥାନ୍ତି ମାର୍ଗ ନିର୍ଦେଶକ॥
ସମସ୍ତ ଅପୂର୍ଣ୍ଣତାକୁ ସେ କରନ୍ତି ସମ୍ପୂର୍ଣ୍ମ,
ତାଙ୍କ ବିନା ଛାତ୍ର ଅନ୍ତଃସାର ଶୂନ୍ୟ॥
ଶିକ୍ଷା ବିନା ଏ ମଣିଷ ଆଖି ଥାଇ ଅନ୍ଧ,
ପ୍ରତି ପଦେ ସମ୍ମୁଖୀନ କରେ ସେ ବିପଦ॥
ଗୁରୁ ଶିକ୍ଷକ ଦିଅନ୍ତି ସଦ୍-ବୁଦ୍ଦି ଓ ଜ୍ଞାନ,
ଜ୍ଞାନ ବିନା ଏ ଜୀବନ ନିଷ୍ପ୍ରଭ ମଳିନ॥
ଏ ଦେଶେ ଜନମି ଥିଲେ ଶ୍ରୀରାଧାକ୍ରୀଷ୍ଣନ୍,
ବିଶିଷ୍ଟ ଶିକ୍ଷାବିତ୍ ସେ ଜ୍ଞାନୀ ଅଗ୍ରଗଣ୍ୟ॥
ଶିକ୍ଷା ପ୍ରତି ଥିଲା ତାଙ୍କ ଅକୁଣ୍ଠ ଆଗ୍ରହ,
ଅତ୍ୟନ୍ତ ଛାତ୍ର ବତ୍ସଳ ଛାତ୍ରଙ୍କର ପ୍ରିୟ॥
ରାଷ୍ଟ୍ରର ସର୍ବୋଚ୍ଚ ପଦ ରାଷ୍ଟ୍ରପତି ଭାବେ,
ଅଳଙ୍କୃତ କରିଥିଲେ ଜାଣିଛନ୍ତି ସର୍ବେ॥
ଶିକ୍ଷକ ଦିବସ ରୂପେ ତାଙ୍କ ଜନ୍ମଦିନ,
ପାଲନ କରନ୍ତି ଦେଶେ ଶିକ୍ଷା ଅନୁଷ୍ଠାନ॥
ଶିକ୍ଷକ ଓ ଶିକ୍ଷାବସ୍ଥା ଆଜି ଦୟନୀୟ,
ଶିକ୍ଷା ଆଜି ପାଲଟିଛି ଭଲ ବ୍ୟବସାୟ॥
ଶିକ୍ଷକ ଧାରଣା ଦିଏ ରାଜ ରାସ୍ତା ପରେ,
ନିଶ୍ଚଳ ଏ ସରକାର ଶୁଏ ନିଦକରେ॥
ଶିକ୍ଷା କ୍ଷେତ୍ରେ ସରକାର କରିଲେ ସୁଧାର,
ତା ହୁଅନ୍ତା ଗୁରୁ ଦିବସରେ -
ଶିକ୍ଷା ପ୍ରତି ଶ୍ରେଷ୍ଠ ଉପହାର॥
*******