Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

5.0  

Dipti lekha Mishra

Others

ନାରୀର ହୄୄୄଦୟ

ନାରୀର ହୄୄୄଦୟ

1 min
195


Happy International women's day-2019


ନାରୀର ହୄଦୟ

ନାରୀ ସେତ,ନୁହଁ କାହାର ବଈରୀ

ସଭିଙ୍କ ପାଇଁ ଜରୁରୀ

ସିନ୍ଦୁରା ଫାଟିବା ଆଗରୁ ଉଠଇ

ସବୁ କଥା ସେ ବୁଝଇ ॥

ଶାଶୁଘର ଲୋକଙ୍କ ମନ ଜାଣି ସେ

ସମସ୍ତ କାମ କରଈ

ନିଜକୁ ବୁଝିବାକୁ ପାଏନି ବେଳ

ତଥାପି ଖୁସି ହୂଅଈ ॥

ଘରକାମ ସହ ରୋଜଗାର କିଛି

କିଛି ସେ ନିତି କରଇ

ହାଲିଆ ଅଳସ ଭୁଲିଯାଈ ସେ ଯେ

ଦିଅଁଙ୍କୁ ସଦା ପୂଜଈ ॥

ଚାରିକାନ୍ଥେ ଆଜି ନୁହଁ ନାରୀ ବନ୍ଧା

ମୁକ୍ତ ନଭେ ସେ ଉଡଈ

ନିର୍ଯ୍ଯାତନା ଆଉ ସହ୍ୟ କରେ ନାହିଁ

ଆଇନ ସହ ଚଳଇ ॥

ମୂଲିଆଣୀ କାମ ଠାରୁ ପାଈଲଟ

ନାରୀର ମହତ୍ତ୍ବ ଜାଣି

ନାରୀର ସେବା ଆଜି ମହାନ ବୋଲି

ସର୍ବତ୍ର ସେ ଯେ ବୁଣଈ ॥

ସଂସାର ବଢିବା ନିୟମଠାରୁ ସେ

ସବୁ କଥା ଆପଣାଏ

ସୁଖ ଦୁଃଖ ସବୁ ଆପଣାର ଭାବି

ହସି ହସି ସହିଯାଏ ॥

ଦିପ୍ତୀଲେଖା ମିଶ୍ର


Rate this content
Log in