Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଅଭାବ ହେବନି କାଳ

ଅଭାବ ହେବନି କାଳ

1 min
7.1K



ନଗେନ୍ଦ୍ର ନାଥ ପଟ୍ଟନାୟକ


ଏକ ପରେ ଏକ ଆଗପଛ ହୋଇ

ଚାଲନ୍ତି ପିମ୍ପୁଡ଼ି ଦଳ ,

ସତେ କି ଯେମିତି ଗଢ଼ିଛନ୍ତି ରେଳ

ହୋଇ ମିଳିମିଶି ଠୁଳ । ।

ଦିନ ସାରା ଚାଲି ହାଲିଆ ହୁଏନି

କେତେ କଷ୍ଟ କରେ ସିଏ ,

ବହୁ ପରିଶ୍ରମେ ସଞ୍ଚଇ ଆହାର

ସେ ପରା ପିମ୍ପୁଡ଼ିଟିଏ । ।

ଛୋଟ ସିନା ଦିଶେ ଆକାରରେ ସିଏ

କାମଟି ତା’ର ବଡ଼ ,

ଚାଉଳ ଚିନିକୁ ବୋହିନିଏ ବେଗେ

ହୁଏନି ସେ ହଡ଼ବଡ଼ । ।

ସାଇତି ରଖଇ ଆହାର ଯତନେ

ବିପଦ ଆପଦ ବେଳେ ,

ଖାତିର କରେନି ଖରା ବରଷାକୁ

ଖଟଇ ଶକତି ବଳେ । ।

ଆସରେ ପିଲାଏ ଶିଖିବା ତା’ଠୁଁ

ଏକତାର ବଡ଼ ବଳ ,

ତା’ ସଞ୍ଚୟ ଗୁଣ ଆଦରିଲେ ଆମେ

ଅଭାବ ହେବନି କାଳ । ।


Rate this content
Log in

Similar oriya poem from Classics