Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Others

1.6  

Bikesh Sahu

Others

ରେ ହୃଦୟ

ରେ ହୃଦୟ

1 min
7.1K


ଥରେ ମୁଁ ପଚାରିଲି

ଏଇ ହୃଦୟକୁ

ରେ ହୃଦୟ

ସତକହ କାହାକଥା ରାତିଦିନ ଭାବୁ ।

ଏକା ଏକା ହସୁ ପୁଣି

ଏକା ଏକା କାନ୍ଦୁ

ଏକା ତୁହି କାହା ସହ

ନିତି କଥା ହେଉ ।

ରେ ହୃଦୟ…………….।

କାହା ପାଇଁ ପ୍ରତିଦିନ

ମନ୍ଦିରେ ଦୀପ ଜାଳୁ

ନିଜ କଥା ନ ଭାବି ତୁ

କାହା କଥା ଭାବୁ

ଉପବାସ ରହି ତୁ ରେ

ମଙ୍ଗଳ ମନାସୁ ।

ରେ ହୃଦୟ……………..।

କାହା ପାଇଁ ସକାଳରେ

ସଜ ଫୁଲ ତୋଳୁ

କାଳେ ସେ ଆସିବ ଭାବି

ମଲ୍ଲୀ ମାଳ ଗୁନ୍ଥଉ

ନାନା ରଙ୍ଗ ଫୁଲରେ ତୁ

ଘରଟା ସଜାଉ ।

ରେ ହୃଦୟ…………….।

କାହିଁକି ରେ ନିତି ନିତି

ବାତାୟନେ ବସୁ

ମଙ୍ଗଳ କଳସ ଥୋଇ

କାହା ପଥ ଚାହୁଁ

ଆଖି ଲୁହ ଶ୍ରାବଣରେ

କାହା ପାଇଁ ଭିଜୁ ।

ରେ ହୃଦୟ…………….।

କାହାପାଇଁ ଏକା ବସି

କବିତା ତୁ ଲେଖୁ

ରାତି ସାରା ଚେଇଁ ଚେଇଁ

କାହା କଥା ଭାବୁ

ନିତି ନିତି ସପନରେ

କାହା ମୁହଁ ଦେଖୁ ।

ରେ ହୃଦୟ……………..।


Rate this content
Log in