Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Lalatendu Kabi

Others

3  

Lalatendu Kabi

Others

ଆଧୁନିକ ଲୋକଗୀତ: କଲେଜ୍‌ ଝିଅଙ୍କୁ ପଦେ

ଆଧୁନିକ ଲୋକଗୀତ: କଲେଜ୍‌ ଝିଅଙ୍କୁ ପଦେ

1 min
13.4K


ଆଧୁନିକ ଲୋକଗୀତ: କଲେଜ୍‌ ଝିଅଙ୍କୁ ପଦେ

 

କି ଲାଗି ଅବଳା ଲଳନା  

          ଖେଳ ଏତେ ବେଳରେ,

ପିତାମାତା ଥିବେ ଭାଳେଣି

          କରି, ଫେରି ଯା' ଘରେ |

ଗୁରୁଜନ କଥା ଶୁଣୁନ

          ତୁମ ସାହସ ବଡ଼,

କହି ଦେବି ଯାଇ ଘରେ ଯେ

          ମାତା ମାରିବେ ମାଡ଼ |

ମାତା ମାଡ଼ ଜାଣି ଫୁଲ ଫୋ-

          ପଡ଼ା, ଡରୁନ ଜମା,

ବଡ଼ ଭାଇ ଯେବେ ଜାଣିବ

          ଯିବ କୁଆଡ଼େ ବାମା ?

ନାନୀ ଭିଣେଇ ବି ଜାଣିବେ,

          ଶୁଣି କରିବେ ଗାଳି;

କେତେ ମିଛ ତାଙ୍କୁ କହିବ

          ଭାଳି ରଖିଥା ବାଳୀ |

ପାମ୍ପଡ଼ ଖିଆ ତ ସରିଲା

          ପୁଣି ଖାଇବ କିସ ?

ଭାଇନା ପୋକୁଡ଼ି ଛାଣୁଛି,

          ଖାଇ ସହଳ ଖସ |

 

ହରବର ଗିଳି ଦେବନି,

          ଯିବ ତଣ୍ଟିରେ ଲାଗି,

ପାଣି ନାହିଁ ପାଖେ, କାଢ଼ିବ

          ବାଲ୍ଟି ଦଉଡ଼ି ମାଗି |

 

ଖାଇ ଦେଇ ଫେରି ଯାଅ ରେ

          ପାଦ ଝ'ଅଟ ଚାଳି

ତଳକୁ ଅନେଇ  ଚାଲିବ,

          କଣ୍ଟା ନ ଯାଉ ଗଳି |

 

 

ଘର ପାଖ ହେଲେ ଟିକିଏ

          ନେବ ସମ୍ଭାଳି ହସ,

ଶୁଣିଲେ ବକିବ  ବୁଢ଼ି ମା

          ମରହଟ୍ଟି ମଣିଷ |

 

 

ବହି ରଖି ଗୋଡ଼ ଧୋଇବ

          ଖାଇ ଦେଖିବ ଟିଭି,

ଏମେର୍ଜେନ୍ସି ରଖି ପଢ଼ିବ,

          ଯାଏ ଆଲୁଅ ଲିଭି |

 

ମୋବାଇଲ୍ ଲୁଚେଇ ବସିବ

          ନାହିଁ  ଫେସ୍ବୁକ୍ ଖୋଲି,

ପରୀକ୍ଷାରେ ଭଲ ନ କଲେ

          ଯିବ ମୁହଁଟି ଫୁଲି |

 

 

ଘଣ୍ଟାରୁ ଅଧିକା ବସିବ

          ନାହିଁ ନେଟ୍ ପାଖରେ,

କା' ନାମେ ଚୁଗୁଲି କରିବ

          ନାହିଁ ମୋବାଇଲିରେ |

 

ରାତି ବେଶି ଜମା କରିବ

          ନାହିଁ ଶୋଇବ ଖାଇ,

ଡେରିରେ ଶୋଇଲେ ସକାଳୁ

          ନିଦ ଭାଙ୍ଗିବ ନାହିଁ |

 

ଲଲାଟେନ୍ଦୁ କବି ୨୮-୭-୨୦୧୬


Rate this content
Log in