ମୁଁ ଭାଗ୍ୟବାନ
ମୁଁ ଭାଗ୍ୟବାନ
1 min
6.5K
ଯେଉଁ ରାଇଜର ନାଥ ଜଗନ୍ନାଥ
ଲକ୍ଷ୍ମୀ ଘରଣୀ ଯାହାର
ସେହି ରାଇଜରେ ଜନମ ଲଭିଲି
କେଡେ ଭାଗ୍ୟ ସତେ ମୋର
ଯା କଳା ମୁଖକୁ ଚାହିଁଦେଲେ ଥରେ
ଆଖି ଢାଳେ ଲୁହ ଧାର
ସେହି ଭାବଧାରୀ ଭାବ ଦିଏ ଢାଳି
କେଡେ ଭାଗ୍ୟ ସତେ ମୋର
ଯା ନାମ ଧରିଲେ ଶିହରଣ ଆସେ
ମନ ପ୍ରାଣ ଏକାକାର
ଭୁଲି ଯାଇ ହୁଏ ଦୁଃଖ ଶୋକ ସବୁ
କେଡେ ଭାଗ୍ୟ ସତେ ମୋର
ଯା ଛଡା ତୁଳସୀ ତୁଣ୍ଡରେ ବାଜିଲେ
ପାପ ହୋଇଯାଏ ଦୂର
ଜୀବ ଗଲା ବେଳେ ମିଳିଯିବ ଯଦି
କେଡେ ଭାଗ୍ୟ ହେବ ମୋର
ଚିତ୍ତ ରଞ୍ଜନ ଲେଙ୍କା (କଟକ)©