Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramod Pradhan

Others

3  

Pramod Pradhan

Others

ଶ୍ରଦ୍ଧାଞ୍ଜଳି

ଶ୍ରଦ୍ଧାଞ୍ଜଳି

1 min
14.2K


ଶ୍ରଦ୍ଧାଞ୍ଜଳି

 

ପ୍ରମୋଦ ପ୍ରଧାନ

 

ଜହ୍ଲାଦର ଜହର ଦାନ୍ତ ଟାଣିଆଣେ ବୀଭତ୍ସ ମୃତ୍ୟୁଖେଳ

ନିର୍ବାକ୍ ନିଶ୍ଚଳ ନିଃଶ୍ୱାସ-ପ୍ରଶ୍ୱାସ ରକ୍ତମାଂସ ପଳପଳ

ଆତଙ୍କ ଛାୟାରେ ଛଳଛଳ ଆଖି ମାଟିର ଶକ୍ତ ବକ୍ଷେ

ବକ୍ଷଧାରେ କ୍ଲାନ୍ତ ହିଲ୍ଲୋଳ ଲକ୍ଷଲକ୍ଷ ଅଶ୍ରୁଭେଦୀ କଲ୍ଲୋଳ ।

 

ହିମର ହେମାଳ ଗୁଳ୍ମରେ ହାହାକାର ରକ୍ତମିଶା କାକର

ଧର୍ମାନ୍ଧଙ୍କ ଅନ୍ଧସୂତ୍ରେ ବିରାଟ ଚିତ୍ରେ ବିକଟ ଚିତ୍କାର

ନିରବ ଗୀତା, କୃଶବିଦ୍ଧ ବାଇବେଲ୍, ଲେଲିହାନ୍ କୋରାନ୍

କୋରାନ୍ ପୃଷ୍ଠାରେ ରେରେକାର କଂସେଇର ନୃଶଂସ ସଂହାର ।

 

ଧୂର୍ଜଟୀର ତାଣ୍ଡବରେ ଧରାଧାମ ଆଜି ବିକୃତ ଆକୃତି

ମମତାର ଚିତାଭସ୍ମେ କମ୍ପିଉଠେ ପାଉଁଶର ବାରୁଦ ଆବୃତ୍ତି

ପ୍ରକୃତି ପରିଧି ଠେଲି ଆୟୁଧ ସମିଧେ ଅସଂଖ୍ୟ ସମାଧି

ସମୟ ଅବଧିରେ ଥରିଉଠେ ଧରା କଟାକ୍ଷରେ ନିୟତି ।

 

ଧରାପୃଷ୍ଠ ବିଦୀର୍ଣ୍ଣ, ବିବର୍ଣ୍ଣ ମାନବର ଦାନବ ପଟାଳି

ଅସ୍ତାଚଳୁ ଅସ୍ଥି ତୋଳି ଲହୁବକ୍ଷେ ଲୁହଧାରେ ଶ୍ରଦ୍ଧାଞ୍ଜଳି ।

 

ଫ୍ରେଣ୍ଡସ୍ କଲୋନୀ, କଟକ

ଫୋନ : ୯୪୩୭୧୮୨୭୮୫

*****


Rate this content
Log in