Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abhiram Sahoo

Others

2  

Abhiram Sahoo

Others

ମାଆ

ମାଆ

1 min
105


॥ ମା'॥


ମା' ଶବ୍ଦଟିଏ

ଧ୍ବନିରେ ଇଥର ଥରାଇ

ଓଦା କଲା ଅସୀମ ଆକାଶର

ଖଣ୍ଡ ଖଣ୍ଡ ମେଘଙ୍କୁ ।

ମା' ଶବ୍ଦଟିଏ ଧ୍ବନି ହୋଇ

ଅରଣ୍ଯର ସବୁଜିମା ଡେଇଁ

ଭେଦିଗଲା ସମୁଦ୍ରକୁ

ପୃଥିବୀର ନାଭିକୁ ।

ମା' ଶବ୍ଦଟିଏ ଧ୍ବନି ହୋଇ

କମ୍ପିତ କଲା ଜ୍ଞାନ ଚେତନାଭରା

ଜାଗୃତି,ସ୍ବପ୍ନ,ସୁଷୁପ୍ତି ଓ ସମାଧିକୁ ।

ମା' ଟିଏ ଜଳିଗଲା

ନିଆଁରେ ନିଆଁରେ ମୁଠେ ପାଉଁଶକୁ,

ମା' ଧ୍ବନିଟେ ହୋଇ ରହିଗଲା

ଦ୍ଯାବ୍ଯା ପୃଥିବୀର

ପଞ୍ଜରା ଥରାଇବାକୁ

ପୁରୁଷ ପୁରୁଷକୁ !



Rate this content
Log in