Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anuja Mohanty

Classics

0  

Anuja Mohanty

Classics

ପ୍ରେମ ସୁଧାନିଧି ପ୍ରଥମ ଛାନ୍ଦ

ପ୍ରେମ ସୁଧାନିଧି ପ୍ରଥମ ଛାନ୍ଦ

3 mins
1.7K


(ଆଦ୍ୟଯମକ) ରାଗ ମଙ୍ଗଳଗୁହାରୀ ।

କୁ-ମୁଦ କୁମୁଦ ବିଧୁ ଯଶ ଉଦିତ । ଜନକ ଜନକ ତୋଷକରେ ବିଦିତ । ୧।

ଅନନ୍ତ ଅନନ୍ତ ଯାହା ମହିମାମାନ । ଜଗତି ଜଗତୀତେ ଲୀଳା ରଚନ ।୨।

ସୀତା ଶିତାମ୍ବୁଜମୁଖ ମତ୍ତଭ୍ରମର । ରାମ ରାମ କଦଳୀକମ୍ପନେ ସମୀର । ୩।

ଲକ୍ଷ୍ମଣ ଲକ୍ଷଣବନ୍ତ ଯା ପାଦେ ସେବେ । ଭଞ୍ଜ ଭଞ୍ଜ ବୀରବର ସନ୍ତାପ ଏବେ । ୪।

ଉଜ୍ଜ୍ଵଳ ଉଜ୍ଜ୍ଵଳ-ରସେ ଗୀତ ହୋଇବ । ମାନସ ମାନସହଂସ ପ୍ରାୟେ ନ୍ତ୍ରାଡ଼ିବ । ୫।

ଅମ୍ବୁଜ ଅମ୍ବୁଜ ଖଳେ ହୋଇବ ସତ । ସୁମନ ସୁମନ ଦେଇ ଶୁଣ ଚରିତ । ୬।

ସୁର ସୁ-ରଞ୍ଜନ ତେଜେ ସେହି ବଂଶରେ । ଜାତ ଜାତ-ବେଦ ରାଜା ଅରି ବଂଶରେ । ୭।

କୁଶଳ କୁଶଳ-ଦେଶପାଳନେ ସେହି । କୁମାର କୁମାର ଯାର ସମାନ ନୋହି । ୮।

ପରକଟ ପରକଟକରେ ଯା କୀର୍ତ୍ତି । ପୁର ପୁରନ୍ଦରବୀର ଗଣେ ବୋଲନ୍ତି । ୯।

ବିଦଗଧ ବିଦଗଧ ହୋଇ ଯେ ନାହିଁ ବିଭା । ବିଭାବରୀ ଏକା ହୋଇ ନିଅଇ ।୧୦।

ପଟ ପଟଳ ସ୍ୱରୂପ ଚିତ୍ର କରାଇ । ଦେଶେ ଦେଶେ ବୁଲାଇଲା ଚାରଙ୍କୁ ଦେଇ ।୧୧।

ମାଳବରେ ମାଳ-ବରେ ନାରୀ ବହିଲେ । ଅଙ୍ଗ ଅଙ୍ଗନାଚିତ୍ତ ଆୟତ୍ତ ନୋହିଲେ ।୧୨।

ଉତ୍କଳ ଉତ୍କଳ-ରମା ବିରହେ ହେଲେ । ବିଦେହେ ବିଦେହେ ଯେତେ ଯୋଷା ତରିଲେ ।୧୩।

କୁନ୍ତଳେ କୁନ୍ତଳେ ରମା ପଟ ଧଇଲେ । ଚୋଳେ ଚୋଳେ ଅନାଦରେ ଭୀରୁ ଭିଡ଼ିଲେ ।୧୪।

ସିନ୍ଧୁରେ ସିନ୍ଧୁରେ ଝାସ ଯୁବା ପାଞ୍ଚିଲେ । ମାଗଧେ ମାଗଧେ ନାରୀ କୀର୍ତ୍ତି ପୁଚ୍ଛିଲେ ।୧୫।

ମଲ୍ଲାରେ ମଲାରେ ସମ ହେଲେ ସୁନ୍ଦରୀ । ମତ୍ସ୍ୟ ମତ୍ସ୍ୟନୟନାଏ ଧୈର୍ଯ୍ୟ ନ ଧରି ।୧୬।

ମଘମଘବା-ପଦବୀ ଲଭିଲେ ଚାହିଁ । କନ୍ୟାଉଜ କନ୍ୟା ଉଜ ଭୂଷା କରାଇ ।୧୭।

କଳି କଳିଙ୍ଗ ଯୁବତୀ ବିହିକି କଲେ ।ଲୋମ ଲୋମଶ-ବଧୂଙ୍କ ଉଦ୍ ଗମ ହେଲେ ।୧୮।

ନିଷେଧ ନିଷେଧ ବାଳା ବିଷୟ କରି । ମରୁ ମରୁ ଭୀରୁମାର ମନେ ବିଚାରି ।୧୯।

ବିଦର୍ଭ ବିଦର୍ଭହାସୀ କମ୍ପିତଦେହୀ । କର୍ଣ୍ଣାଟିକାଙ୍କ ନାଟିକା ଲାଗିଲା ନାହିଁ ।୨୦।

ଚର-ଚରଣ ବ୍ୟଥିତ ଭ୍ରମି ଧରଣୀ । ସମସମସ୍ତରୁପେ ଶୁଣିଲେ ତରୁଣୀ ।୨୧।

ବିଧି ବିଧିରେ ଉତ୍ତମ-ଦେଶ କେରଳ । ରାଜ୍ୟେ ରାଜେ ଜଗଚ୍ଛିତ ନାମ ମଞ୍ଜୁଳ ।୨୨।

ତାରା ତାରା ପତିପ୍ରାୟ କୀର୍ତ୍ତି ପ୍ରକାଶି । ଭବଭବ-ବିଜୟୀ ସେ ହୈହୟବଂଶୀ ।୨୩।

ସୁତା ସୁତାମରସାକ୍ଷୀ ସୁନ୍ଦର ଅତି । ଲୋକେ ଲୋକେ ପ୍ରେମସୁଧାନିଧି କହନ୍ତି ।୨୪।

  

ପାଞ୍ଚ ପାଞ୍ଚ ମୁଖ-ଅରି ଜଳି ନ ଥିଲେ । ବର ବରବର୍ଣ୍ଣିନୀକି ହୁଅନ୍ତା ଭଲେ ।୨୫।

ଅଦୃଷ୍ଟ ଅଦୃଷ୍ଟରଜାକାଳୁ ବିବାହ । ହେଲେ ହେଲେ ଉତ୍ସବ ଆମ୍ଭର ନ କହ ।୨୬।

ହରି ହରିନେଲେ ଶୁଣି ହୋଇ ସଶ୍ରଦ୍ଧ । ଶିରୀ ଶିରୀ ଛଡାଇଲେ ସେ ହେବେ କ୍ରୋଧ ।୨୭।

ଶିବ ଶିବଦଙ୍କୁ ଦେଲେ ଶାପ ପଡ଼ିବ । ଗଉରୀ ଗଉରୀ ଘେନି ଦ୍ରୋହୀ ହୋଇବ ।୨୮।

ଚିତ୍ର ଚିତ୍ର ପୁରୁଷଙ୍କୁ ସେ ରାଜା ଚାହିଁ । ସୁଷମା ସୁ-ସମାନରେ ଭାଳିଲା ଏହି ।୨୯।

ଦେବ ଦେବମୋହିନୀ କି ମୂଳ ସେ କଲା । ସନ୍ଦେଶ ସନ୍ଦେଶ ବହେ ଦେଇ ପେଶିଲା ।୩୦।

ତୁଳା ତୁଳାଅଙ୍ଗୀ ସମ ପିତୁଳା ଦେଇ । କଉଶଳେ କଉଶଳେ ଡଗର ଯାଇଁ ।୩୧।

ନୃପ ନୃପସୁତ ଶୁଣି ହରଷେ ମଗ୍ନ । ଗଣକ ଗଣକରେ ଗଣାଇଲେ ଲଗ୍ନ ।୩୨।

କୁଞ୍ଜର କୁଞ୍ଜର ହୟଚୟ ସଙ୍ଗରେ । ମରୁତ ମରୁତ ବେଗ ରଥ ଗତିରେ ।୩୩।

ପନ୍ତି ପନ୍ତି ପତ୍ତି ବାଦ୍ୟନାଦ ଚହଳେ । ଦିନେଦିନେ ଗମିତ ପ୍ରବେଶ କେରଳେ ।୩୪।

ସାତ ସାତ କୁମ୍ଭ କୁମ୍ଭେ ତୋଳିଲେ ଜଳ । ଚଣ୍ଡୀ ଚଣ୍ଡୀ ଗନ୍ଧଷଣେ ହରଷ ହୋଇ ।୩୫।

ନାରୀ ନାରୀ କେଳ କାଣ୍ଡ ସୂର୍ପରେ ଥୋଇ । ବର ବର ଗନ୍ଧପଣେ ହରଷ ହୋଇ ।୩୬।

ବିଭା ବିଭାବସୁ ସାକ୍ଷୀ କରାଇ କଲେ । କୁଶହସ୍ତେ କୁଶହସ୍ତେ କର୍ମ ସାରିଲେ ।୩୭।

ଜୁତ ଯୁତ କଲେ କନ୍ୟାପୁରୁଷ । ଯେଉଁ ଯଉତୁକ ଦେଲେ ସେତ ଅଶେଷ ।୩୮।

ବିହି ବହିତରେ ପଥେ ସପ୍ତମଙ୍ଗଳା । କାମ କାମନାରେ ପୁଂସ ଅଲଭ୍ୟ ବାଳା ।୩୯।

କମଳା କମଳାକ୍ଷୀକି ସ୍ଵପ୍ନରେ ରଖି । ମାର-ମାରଣରେ କାନ୍ତ ନିରତେ ଦୁଃଖୀ ।୪୦।

ପୁର ସରସଭୋଗକୁ ଚନ୍ଦ୍ରମାପୂର୍ଣ୍ଣ । ଭାବେ ଭାବେ ଯଥା ତଥା ନୃପନନ୍ଦନ ।୪୧।

ଚନ୍ଦ୍ର ଚନ୍ଦ୍ରଜିତହାସୀ ଶୋଭା ପୁଚ୍ଛାଇ । ସୁମନା ସୁମନାପରିବରୀ ଡକାଇ ।୪୨।

ବିଚାରି ବିଚାରି ନେତ୍ରଶୋଭା କଥନ । ଆଳୀ ଆଳିକରେ ହୋଇ ହରଷମନ ।୪୩।

ଉପଇନ୍ଦ୍ର ଉପଇନ୍ଦ୍ର ଧ୍ୟାନେ ଏ ଛାନ୍ଦ । ରଚିତର ଚିତ୍ତ କରି ସମାପ୍ତ୪୪।

କବି - କବି ସମ୍ରାଟ ଉପେନ୍ଦ୍ର ଭଞ୍ଜନ୍ଦ ଆନଅତି


Rate this content
Log in

Similar oriya poem from Classics