Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Nath

Others

3  

Prasant Kumar Nath

Others

ତୁ ମୋ ନୟନତାରା

ତୁ ମୋ ନୟନତାରା

1 min
316



ଯେବେ ଠୁଁ ଆସିଲୁୁ ଜୀବନେ ମୋହର

ନୂଆ ଏକ ଆଶା ନେଇ

ସେବେଠାରୁ ସତେ ବଞ୍ଚି ମୁଁ ରହିଛି

କେବଳ ତୋହରି ପାଇଁ ।


ତୁ ପରା ସାଜିଛୁ ହସ ଖୁସି ମୋର

ତୁ ମୋର ନୟନ ତାରା

ତୁ ପରା ମୋହର ବରଷାକୁ ଛତା

ଶୀତ ସକାଳର ଖରା ।


ମନରେ ଭରିଛୁ ବଞ୍ଚିବାର ରାହା

ନୂଆ ଆଶା ଆଶ୍ୱାସନା

ଘଡ଼ିଏ ତୋଠାରୁ ଦୁରେଇ ରହିଲେ

ହୋଇଯାଏ ଆନମନା ।


ଜୀବନଟା ମୋର ସାଥିରେ ତୋହର

ମମତା ଡୋରୀରେ ବନ୍ଧା

ସ୍ନେହ ମମତାର ଅପୂର୍ବ ବନ୍ଧନେ

ସେ ପରା ହୋଇଛି ଛନ୍ଦା ।


ଯେତେଦିନ ଥିବ ଦେହରେ ଜୀବନ

ତୋ ପାଇଁ ଥିବ ସେ ରହି

ଜୀବନରେ ମୋର ଆସିଛୁ ସତେ ତୁ

ଆତ୍ମାର ପ୍ରଦୀପ ହୋଇ ।

*****

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ପ୍ରୀତିପୁର,ଯାଜପୁର


Rate this content
Log in