ତୁମ ଛବି
ତୁମ ଛବି
ସଞ୍ଜ ସଳିତାର ପ୍ରଦୀପ ଜାଳୁଛି
ତୁଳସୀ ଚଉରା ମୂଳେ
ହୋଲେ ହୋଲେ ଆଖି ସପନ କୁହୁଳେ
ବିବଶ ପଲକ ତଳେ,
ଦରପଣ ପଛେ ଲୁଚି ଯାଇଥିବା
ଯେବେ ତୁମ ଛବି ଖୋଜେ
ଆଖିରୁ ଲୁହର ଶ୍ରାବଣ ବରଷେ
ପିପାସୁ ଓଠଟା ଭିଜେ ,
ଥରେ କହି ଦିଅ ଦେହକୁ ଛୁଇଁ ମୋ
କଲିଜାର ରାଣ ଖାଇ
ଫେରି ଯିବି ସେଇ ଉଆଁସ ରାତିକୁ
ଫେରିବି ଚାହିଁବି ନାହିଁ .. ।।
ତପନ ଦୀକ୍ଷିତ(ବେଳାଭୂମି)
8.12.2017
ନାଶିକେଶ୍ୱର, କାକଟପୁର, ପୁରୀ