କଣ୍ଟାଫୁଲ
କଣ୍ଟାଫୁଲ
ଏ ଫୁଲ ଥିଲା ମନ ଲୋଭା
ଭଅଁର ପରି ହେଲି ପାଗଲ
ଦେଇଗଲି ସର୍ବାଙ୍ଗ ତାକୁ
ଜୀବନଠୁ ପାଇଥିଲି ଭଲ
ଜାଣି ନ ଥିଲି
ଏ ରାସ୍ତା କଣ୍ଟାମୟ ବୋଲି
ଫୁଲ ବାସ୍ନା କିଣିନେଲା ମନ
ଦୁଇ ପାଦ ଦେଲି ଚାଲି
ପାଦ ହେଲା ମୋର
ରକ୍ତ ଜର୍ଜରିତ ||
ଫୁଲର କଣ୍ଟା ହେଲା କାଳ
କଲା ମତେ କେତେ କ୍ଷତାକ୍ତ
ଫାଟି ଗଲା ଛାତି
ବୋହିଗଲା ରକ୍ତର ବନ୍ୟା
କିଏ ଜାଣିଥିଲା ରୂପସୀ ମୋର
ହେବ ବୋଲି ବିଷକନ୍ୟା ।
ଡିସମ୍ବର ମେହେର
ଗଣ୍ଡାବାହାଲି ନୂଆପଡା