Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Laxminarayan Pattanaik

Others

2  

Laxminarayan Pattanaik

Others

ମୋ ଫବିତା

ମୋ ଫବିତା

1 min
6.8K


ମନେ ମନେ ଭାବେ ମୁଁ ଯେ କବିଟିଏ,

ଜଣା ନାହିଁ ଭାବ ଛନ୍ଦ,

ଧାଡି ମାଡିଚାଲେ ଅଜଣା ବାଟରେ,

ନଥାଏ କବିତା ଗନ୍ଧ l


ଅଭିଧାନ ଦେଖି ଶବ୍ଦମାଳା ଗୁନ୍ଥି,

ଲେଖଇ ଗୁଡେ ଫବିତା,

ସମ୍ବର୍ଦ୍ଧନା କିଣି ବୋଲାଏ ମୁଁ ଗୁଣୀ,

ସତେକି ଜଗତଜିତା l


ଲେଖୁଛି ଫବିତା କହୁଛି କବିତା,

ଲାଜ ନାହିଁ ମୁଖେ ମୋର,

ଲେଖିବା ପୂର୍ବରୁ ଭାବେନା ଜମାରୁ,

କବିତା ଭିତର ସାର l


କବି ପରିଚୟ ପାଇବି ସେଦିନ

ଲେଖା ହେଲେ କାଳଜୟୀ,

ଦୁନିଆଁ କହିବ ଆପେ ଆପେ ମୋତେ,

ମୁଁ ଜଣେ କବି ଅଟଇ l


ବୃଥା ସମ୍ବର୍ଦ୍ଧନା ଗୁଡାଏ କିଣିଲି,

ନଥାଏ ସୃଜନୀ ଗନ୍ଧ,

କବି କବି ବୋଲି ନିଜକୁ ମଣିଲି,

ଲୋକ ମୁଖେ ଅପସନ୍ଦ l


Rate this content
Log in