ଦିବ୍ୟଜ୍ଞାନ
ଦିବ୍ୟଜ୍ଞାନ
ମୁଁ ଆଜୀବନ ଶିଷ୍ୟ ତୁମେ ମୋର ଗୁରୁ,
ଦିଅ ମୋତେ ଦିବ୍ୟଜ୍ଞାନ
ଏ ଭଵ ସଂସାରୁ ।
କେମିତି ଜାଣିବି ମୁଁ ଏ ସଂସାର ର କଥା,
ମୁଣ୍ଡ ମୋର ବିନ୍ଧୁଥାଏ ସିନା
ବଢ଼ି ଚାଲେ ବ୍ୟଥା ।
ଆଖିର ଆଗରେ ଏଠି ଅଧର୍ମ ହେଉଛି,
ଧର୍ମ କାର୍ଯ୍ୟ କରିବାକୁ
ସଙ୍କୋଚ ଲାଗୁଛି ।
ଛି ଛି ରେ ଦୁନିଆ ଦେଖିସବୁ ଘଟଣା,
ଆଖିରେ ପଟି ବାନ୍ଧି ସିଏ
ହୁଏ ବାଟବଣା ।
ଆଜିର ମଣିଷ ଖାଇବାକୁ ପାଏ ନାହିଁ
କର୍ମ କାର୍ଯ୍ୟ ଶେଷ କରି ସିଏ
ଦୁଃଖେ ରୁହେ କାହିଁ ।
ମଣିଷ ବିରହ ଯନ୍ତ୍ରଣା କେତେ ସହୁଛି
ଘରର ଜଞ୍ଜାଳ ଭିତରେ
ମରି ବି ଷଢୁଛି।
ବାପା ମା' ପୁଅର ଖୁସି ପାଇଁ ପ୍ରଭୁଙ୍କୁ ଡାକନ୍ତି,
ପୁଅ ବଡ଼ ହେଲେ ସେମାନଙ୍କୁ
ଦୁଃଖ ତ ଦିଅନ୍ତି ।
କେ.ନିର୍ମଳ
ବାସୁଦେବପୁର, ଭଦ୍ରକ