Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Golak Bihari Sahoo

Others

4  

Golak Bihari Sahoo

Others

ଗୁରୁ ନାମ ମହାନ୍

ଗୁରୁ ନାମ ମହାନ୍

1 min
13.1K


 




ଏମିତି ଆମର

କିଏ ସେ ଅଛନ୍ତି
କରିଥାନ୍ତି ସଦା ଦାନ,
ଗଢି ତୋଳିବାକୁ ମଣିଷ ଗୋଟିଏ
କରି ଥାଆନ୍ତି ସେ ମନ । ୧।
ପୁସ୍ତକର ଜ୍ଞାନ ସଦାଚାର ଧନ
ନିଜ ଅଭିଜ୍ଞତା ସାଥେ,
ବାଣ୍ଟି ଦେଉଥାନ୍ତି ଅମ୍ଳାନ ଚିତ୍ତରେ
ଆମ ଚଲା ପଥେ ପଥେ । ୨।
ଡାକ୍ତର ଶିକ୍ଷକ କବି ଓ ଲେଖକ
ଯାହା ବି ହୋଇଛେ ଆମେ,
ଏ ସବୁ ତାଙ୍କର ଅବଦାନ ଫଳ
ଅମୂଲ୍ୟ ସେ ଦାନ ଦାମ । ୩।
ତାଙ୍କ ପାଦତଳେ ମସ୍ତକ ଲୋଟଇ
ଆଶୀଷ ଟିକକ ପାଇଁ,
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ମହେଶ୍ୱର
ସେ ଆମ ଜୀବନ ସାଇଁ । ୪।
ପ୍ରାତଃ କାଳେ ତାଙ୍କୁ ସ୍ମରଣ କରିଲେ
ଉଦ୍ଜୀବିତ ହୁଏ ପ୍ରାଣ,
ଦିଗ୍ଦର୍ଶନ ତାଙ୍କ ପ୍ରଜ୍ବଳିତ କରେ
ଜୀବନକୁ ପ୍ରତିକ୍ଷଣ । ୫।
ଗୁରୁ ବିନା ଦ୍ରୋଣ ସମ୍ଭବ ନୁହଁଇ
ଦ୍ରୋଣ ବିନା ଏକଲବ୍ୟ,
ହୁଅନ୍ତୁ ଶ୍ରୀରାମ ଶ୍ରୀକୃଷ୍ଣ ଅର୍ଜୁନ
ନିଉଟନ ବା କାଲାମ । ୬।
ପଥ ପ୍ରଦର୍ଶକ ଗୁରୁଜୀ ଆମର
ତସ୍ମୈ ଶ୍ରୀ ଗୁରବେ ନମଃ,
ଚିର ଋଣୀ ଆମେ ତାଙ୍କରି ପାଖରେ
ମହାନ ସେ ଗୁରୁ ନାମ । ୭।
**
©ଗୋଲକ ବିହାରୀ ସାହୁ


Rate this content
Log in