Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational

5.0  

BISWESWAR MAJHI

Inspirational

ଅଢେଇ ଦିନର ଜୀବନ

ଅଢେଇ ଦିନର ଜୀବନ

1 min
6.8K


ଜନମ ଦିବସ ପାଳନ ପାଇଁ କି ସର୍ବେ ଅଧୀର

ଅଢେଇ ଦିନର ଜୀବନକୁ ନେଇ କେତେ ଚାତର ।

କୋଟି ଜୀବଜନ୍ତୁ କୀଟ ତୃଣ ତରୁ ମଧ୍ୟେ ବିଚାରେ

ମାନବ ଜନମ ଦୁର୍ଲଭ ଜନମ ଏହି ସଂସାରେ ।

ଦେବତା ଗନ୍ଧର୍ବ ସଭିଏଁ ଲୋଡନ୍ତି ନର ଶରୀର

ଅସାଧ୍ୟ ସାଧନ ହେଳେ କରିପାରେ କେବଳ ନର ।

ସ୍ନେହ ପ୍ରେମ ଦୟା କ୍ଷମା ତପ ଦାନ ଧ୍ୟାନ ଧାରଣା

ମାନବ ଜୀବନେ ସମ୍ଭବ ହୁଅଇ ଅବଧାରଣା ।

ଜନମ ମରଣ ଗୋଟିଏ ମୁଦ୍ରାର ଦୁଇ ପାରୁଶ

ବଢିଲେ ବୟସ ପରିଣତି ତା'ର କମେ ଆୟୁଷ ।

କାଲି ପାଇଁ ଯାହା ଭାବନା ମନରେ କରିବା ଆଜି

କିଏ ଜାଣେ କେବେ ଝାଂପି ନେଇଯିବ ମରଣ ପାଜି ।

ପର ଉପକାର ସରଗ ନିଶୁଣି ପରା ବିଚାର

ପରିଚୟ ଆମ ଯେଉଁ ନାମେ ତାକୁ କର ଅମର ।

ଜନମ ବେଳରେ ସଭିଏଁ ଆନନ୍ଦ କାନ୍ଦଇ ଶିଶୁ

କରମ ଏପରି କରିବା ଜଗତ ଜନଙ୍କୁ ଦିଶୁ ।

ମରଣ ବେଳାରେ ଅଧର ବିମ୍ବରେ ହସ ପସରା

ନେଇ ଚାଲିଯିବା ଢାଳୁଥିବେ ଲୋତକ ଅପାସୋରା ।


Rate this content
Log in

Similar oriya poem from Inspirational