ଭିନ୍ନ ଏକ ପୁଷ୍କରିଣୀ
ଭିନ୍ନ ଏକ ପୁଷ୍କରିଣୀ
ମୋ ଆଖି ଲୁହରେ ଗଢ଼ିଦେବି ପ୍ରିୟାଭିନ୍ନ ଏକ ପୁଷ୍କରିଣୀ
ହୃଦୟକୁ ମୋର କୋମଳ କରି ଗୋ
ସେଇ ଠାରେ ଦେବି ଥୋଇ ।
ହାଡ ସବୁରେ ମୋ ଗଢିବି ପାବଚ୍ଛ
ରକତେ ଦେଇ ରଙ୍ଗେଇ
ଛାତି ଟାକୁ ମୋର ପଦ୍ମପତ୍ର କରି
ସେଇଠି ଦେବି ସଜାଇ ।
ଆଖି ଦୁଇ ମୋର ସାଜି ନୀଳ କଇଁ
ସେଇ ଠାରେ ଥିବ ରହି
ତୁମ ମୁହଁ ଦେଖୁଥିବି ଅହନିଶି
ଆଗୋ ମୋର ଚାନ୍ଦମୁହିଁ ।
ଯେତେ ମୋ ଧମନୀ ପଦ୍ମ ନାଡ଼ ହୋଇ
ପୋଖରୀ ରେ ଥିବ ରହି
କର୍ଣ୍ଣ ଦୁଇ ମୋର ସାଜି ଗୋ ଶାମୁକା
ପଡି ରହିଥିବ ତହିଁ ।
ଦାନ୍ତ, ନଖ ଆଉ ଯେତେକ ଉପାସ୍ତି
ଚଟାଣ ତ ଥିବ ହୋଇ
ଚାଲି ଗଲେ ପାଦ ପକାଇ ତୁମେ ଗୋ
ଝଟକୁ ଥିବାଟି ସେଇ ।
ମୁଣ୍ଡ ବାଳ ମୋର ସାଜି ଗୋ ଜଗଳ
ଭାଷୁଥିବ ଏଠି ସେଠି
ଆଉ ବାକି ତକ ସାଜି ଚୁନାମାଛ
ଘୁରି ବୁଲୁ ଥିବେ ତହିଁ ।
ମୋ ଜୀବନ ଦାନେ ଗଢ଼ିଛି ପ୍ରିୟା ଗୋ
ଏ ତ ଭିନ୍ନ ପୁଷ୍କରିଣୀ
ଏଇଠି ବଞ୍ଚିଛି ବଞ୍ଚିଥିବି ମୁଁ ଗୋ
ପ୍ରିୟା ଏ ତୁମରି ପାଇଁ ।