Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

3  

Prasant Kumar Nath

Others

ଧରାକୁ ଆସିଛି ଶୀତ

ଧରାକୁ ଆସିଛି ଶୀତ

1 min
89


ଧରାକୁ ଆସିଛି ଶୀତ

ଶୀତ ଆସିଛି ଧରାକୁ ଆମ

ଖୁସି ପସରା ନେଇ

ଛୁଆଁରେ ତାର ହୋଇ ବିଭୋର

ହସୁଛି ଆଜି ଭୂଇଁ ।

ସକାଳ ହେଲେ କୁହୁଡି ସାଥେ

ହେଉଛି ଆସି ଉଭା

କାକର ଟୋପା ସଜାଏ ଆସି

ଘାସ ଗାଲିଚା ଗଭା ।

ଫୁଲ ଫଳର ହୁଏ ସମ୍ଭାର

କେତକୀ ଚମ୍ପା ଗେଣ୍ଡୁ

ଖେଳର ମଜା ଭାରି ନିଆରା

ଖେଳନ୍ତି ମିଶି ପେଣ୍ଡୁ ।

ଥଣ୍ଡା ପବନ ଦେହରେ ବାଜି

ଦେହଟା ଉଠେ ଥରି

ରେଜେଇ କନ୍ଥା ସ୍ବେଟର ଟୋପି

ରଖେ ଆପଣା କରି ।

ଡର ଲାଗୁଛି ଗାଧୁଆ ବେଳେ

ପାଣି ଛୁଇଁବା ପାଇଁ

ସୂର୍ଯ୍ୟ କିରଣ କିଣୁଛି ମନ

ମିଠା ପରଶ ଦେଇ ।

ସବୁଜ ଦିଶେ ଚାଷୀର କ୍ଷେତ

ହସି ଉଠୁଛି ପାଳ

ମିଳୁଛି ଯେତେ ତାଜା ପରିବା

ଆସିଛି ତାର ବେଳ ।

ଚାରୋଟି ମାସ ଧରାରେ ରହି

ଯିବ ସେ ପୁଣି ଫେରି

ତାହାରି ସାଥେ କାଟିବା ଦିନ

ତାକୁ ସ୍ୱାଗତ କରି ।


ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ପ୍ରୀତିପୁର,ଯାଜପୁର


Rate this content
Log in