ଲୁହ
ଲୁହ
ସୁଶାନ୍ତ ପ୍ରଧାନ
ବନ୍ଧହୁଡା
ନରସିଂହପୁର କଟକ
କାହାରି କଥାକୁ କେବେ
ନ ଥାଏ ଖାତିରି
ସମୟ ଦେଖି ସେ
ନିଜେ ଆସଇ ବାହାରି ।।🌿
କେବେ କେବେ ଆଖିରୁ
ନିଦ ଚୋରାଇ ନିଏ
ଆଉ କେବେ ପଲକ ପଡିବା ପୂର୍ବରୁ
ବିରହ ଶ୍ରାବଣରେ ଚଇତି ମାଟିକୁ
ଓଦା କରିବାକୁ ମାଡିଚାଲେ ।।🌿
କେବେ ମନର ପରିଭାଷାକୁ
ବ୍ୟକ୍ତ କରିବା ପୂର୍ବରୁ
ସ୍ରୋତସ୍ୱିନୀ ହୋଇ ବହି ଚାଲେ
ସୁନେଲୀ ସ୍ୱପ୍ନରେ ବିଭୋର
ଥିବା ସମୟରେ ଅବାଞ୍ଛିତ
ବର୍ଷା କରିଥାଏ
ଅଭୁଲା ଅତୀତର କରୁଣ
ସ୍ମୃତି ପାଖୁଡା ଧରି
ଦୋଳି ଖେଳୁଥିବା ସମୟରେ
କୁସୁମ ବର୍ଷା ହେଲା ପରି
ଝରିପଡେ ।।🌿
ହସରେ ଦୁଃଖରେ ଭକ୍ତି ଭାବନାରେ
କେବେ କେବେ ଝରିପଡେ
ଭକ୍ତିର କୁସୁମ
ଯାହା ଈଶ୍ୱରଙ୍କ ପାଇଁ
ହୋଇଯାଏ କୁସୁମାଂଜଳୀ ।।🌿
ଅଭୁଲା ଅତୀତକୁ ଆଲିଙ୍ଗନ
କରୁକରୁ ବେଳେବେଳେ
ଏକାଠି ହୋଇ ସୃଷ୍ଟି କରନ୍ତି
ଅସ୍ୱାଭାବିକ ବନ୍ୟା ।।🌿
ହୃଦୟର ପ୍ରଜ୍ୱଳିତ ଅଗ୍ନିଶିଖାରେ
ଯେତେବେଳେ ପାଉଁଶ
ହୋଇଯାଏ ପ୍ରତ୍ୟେକଟି ଆଶା
କାହାପାଇଁ ମାନ ଅଭିମାନରେ
ବି ହୋଇଥାଏ ଦୃଶ୍ୟମାନ ।।🌿
ପ୍ରିୟ ମଣିଷର ଜୀବନ ପ୍ରଦୀପ
ଲିଭିଯିବା ସମୟରେ
ଅମାନିଆ ଭାବେ ଆଗକୁ
ମାଡିଚାଲେ ।।🌿
ବେଳେବେଳେ ଅଜଣା
କାହାପାଇଁ ଅନିଛା ସତ୍ତେ
ପରିପ୍ରକାଶ ହୁଏ
ସୁଖଦୁଃଖ ମିଶାଣଫଳରେ
ସୃଷ୍ଟି ହେଉଥିବା ମୂହୁର୍ତ୍ତକୁ
ଭୁଲିବା ସମୟରେ
ପ୍ରେମଘୃଣାର ଦୋଛକିରେ
ଠିଆ ହୋଇଥିବା ସମୟରେ
ଦେଖାଦିଏ ।।🌿
ମନଫୁଲରୁ ରଂଗ ଓ ସୁବାସ
ଅଦୃଶ୍ୟ ସମୟରେ
ନିଜ ପ୍ରିୟା ଅନ୍ୟକାହା
ପଞ୍ଜୁରୀର ଶାରୀ ସାଜିଲେ ।।🌿
ବଂଚିବା ଯେତେବେଳେ
ମରିବା ସହିତ ସମକକ୍ଷ
ହୋଇଯାଏ
ଅପହଞ୍ଚ ଇଲାକାରେ ଖୋଜୁଥିବା
ସମୟରେ
ଦୂର ଦିଗବଳୟରେ
ଯେତେବେଳେ ଖୋଜୁଥିବା
ସ୍ମୃତିର ସନ୍ଧାନ ମିଳିଯାଏ
ଠିକ ସେଇ ସମୟରେ
ଅବାରିତ ଭାବେ
ନିଗିଡି ଚାଲେ ସେ ।।🌿