ପ୍ରତିବିମ୍ବ (ସାଥି ଏକ ସତ୍ୟର )
ପ୍ରତିବିମ୍ବ (ସାଥି ଏକ ସତ୍ୟର )
ଜ୍ବଳନ୍ତ ଜୀବନ ପ୍ରଦୀପେ ତୁ ହିଁ ତୈଳ
ପାପରୂପୀ ଝଡ ଆସୁଛି ମାଡ଼ି
ନ କରି ବେଳ ।
ପ୍ରତୀକ୍ଷାର ଅନ୍ତ ଘଟାଇ
ଚାହିଁଛି ମୁଁ ଚାତକ ପରି
ଲିଭିବାକୁ ଦେବିନି ମୁଁ ତା'କୁ
ଢାଙ୍କି ଦେବି ତା'ଉପରେ ସତ୍ୟରୂପୀ ଢାଲ
ନିର୍ଜନ ଜୀବନର ସାଥୀଟିଏ ପରି
ଜାବୁଡ଼ି ଧରିଛୁ ମତେ ।
ପାପ ରୂପୀ ରଜନୀର ଅପେକ୍ଷାରତ
କେତେ ମହାନ ତୁ ସତେ ।
ରବିଙ୍କୁ ସତ୍ୟରେରେ ଆଙ୍କି
ରାତିକୁ ଦେଲୁ ପାପର ଆଖ୍ୟା ।
ଦିବାରେ ତନୁ ସହ ଲାଗି
ନିଶାର୍ଦ୍ଧରେ ଗଲୁ ଦୂରେଇ
ମଣିଷକୁ ଦେଲୁ ଏକ ଅମୂଲ୍ୟ ଶିକ୍ଷା ।
ଅମାବାସ୍ୟାର ରାତିରେ ହେଉ
ପଡେ ଯେଉଁଠି ସତ୍ୟର ଝଲକ ।
ତତ କ୍ଷଣେ ଆସି ଯୋଡ଼ି ହେଉ
ଜଣାଇ ଦେଉ,ପାପ ପୁଣ୍ୟର ଫରକ ।
ଆକାର କେବଳ ଅଟେ ଏ ଶରୀର
ପ୍ରତିବିମ୍ବ ଜଣାଏ ଦେଖାଇ ଛବି ତାର ।
ଶରୀର କେବଳ ନିମିଷ ମାତ୍ର
ଆତ୍ମା ସିନା ଧରି ଚାଲେ
ପାପ,ଆଉ ପୁଣ୍ୟର ଭାର ।
ଥିଲେ ବି ଯେତେ ପଇସା,ଧନ
ଉପଭୋଗ କରିବୁ କେବଳ ବର୍ତମାନ
ପ୍ରତିବିମ୍ବ, ଜଣାଏ ଶରୀର
କେବଳ ଆକୃତି ମାତ୍ର
ପୁଣ୍ୟ କରାଏ ଜୀବନ ଧନ୍ୟ ।
ଶରୀର ଅଟେ ମାଟିର ଦୀପ
ପୁଣ୍ୟ ଅଟେ ତହିଁ ତୈଳ ।
ଆତ୍ମା ଆମର ବହ୍ନି ଶିଖା
ସରିଗଲେ ପୁଣ୍ୟ ରୂପୀ ତୈଳ
ସରିଯାଏ ଜୀବନର ଖେଳ ।
ତନୁ ରହିଯାଏ ସେଇଠି ସେମିତି
ଏହା ହିଁ ତ କାଳର ଖେଳ ।