Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

2  

Rajesh Kumar Jain

Comedy

ଇଣ୍ଟରନେଟ୍

ଇଣ୍ଟରନେଟ୍

1 min
6.4K


ଇଣ୍ଟରନେଟ୍

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

୧୮ ନପୂରୁଣୁ ଟୋକା ଗଜା

ମାନୁନାହିଁ ବାପ-ମା-ଅଜା

ଦୌଡୁଛି ପାଇବାକୁ ମଜା

ଘରବାଲାଙ୍କ ପାଇଁ ଅକୁହା ସଜା

ଉଡୁଛି ପବନରେ ଯେପରି ରଜା ।

 

ଦେଖିଲେ ଚଢ଼େଇ, ମେଲାଉଛି ଡେଣା

ଯେପରି ଖାଇବା ଦିଲଖୁସ୍ ଚଣା ।

 

ଲାଗିଲେ ହଟ୍, ମନ କରିବାକୁ ସ୍ପଟ୍

ମାତିଯାଇଛି ଭିଡ଼ିକରି ସବୁ ନଟ୍

ଲାଗୁଛନ୍ତି ଏବେ ସବୁ ଆଲିଆ ଭଟ୍ଟ

ଯେବେଠୁ ଆସିଛି ଇଣ୍ଟରନେଟ୍

କଥାକଥାକେ ଟୁଆଁଟୁଇଁ ସେଟ୍ ।

 

ନେଟ୍ ରେ ଫିଲ୍ମ ଦେଖି କନକନ

ସମୟ ଆଗରୁ ଜଳୁଛି ମନ ।

 

ପାଇଲେ ମୌକା, ସିଧା ଧକ୍କା

ଏହି ଥିଓରୀରେ ଉଭୟେ ପକ୍କା ।

 

ଲଗାମଛଡ଼ା ହୋଇଯାଇଛି ମନ

ଆଜାଦିଆ ଆଜିକାର ଜୀବନ ।

୨ ଦିନର କଥା, ୭ ଦିନରେ ବାହାଘର

୧୪ ଦିନରେ ଛାଡ଼ିବାର ଲେଟର୍

ସମୟର ସବୁଠାରୁ ବଡ଼ ମ୍ୟାଟର୍

ଆଜି ନିଜେ ନିଜେ ସମସ୍ତେ ମାଷ୍ଟର୍ ।

 

ବିନା ଗଣ୍ଠିରେ ରହି ଶିଖୁଛନ୍ତି ଟ୍ରଷ୍ଟ

ନୈତିକତା ଆଜି ସମ୍ପୂର୍ଣ୍ଣ ଭ୍ରଷ୍ଟ ।

 

ଘରେ ଘରେ ଆଣି ଇଣ୍ଟରନେଟ୍

ଜୀବନ ଟୋଟାଲୀ ଅଫସେଟ୍ ।

 

ନାହିଁ ଡର, ଘର ହେଉ ବା ସମାଜର

ଇଜ୍ଜତ ଏବେ କାଚକାନ୍ଥର ଘର ।

 

 ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy