Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shanti Mishra

Others

3  

Shanti Mishra

Others

ବର୍ଷା ଧାରା

ବର୍ଷା ଧାରା

1 min
7.1K


ବରଷି ଚାଲିଛ ଚାରି ଦିନ ହେବ କିଛି ତ ତାଳର ଛଂଦେ ।

ଖିଅଲୀ ମନରେ ବଦଳାଇ ତାଳ ଝରୁଚ ତ ଅବିରତେ ।।

ମନ ବୀଣାରେ ତୁମ ନିବେଦନର କେତେ ଯେ ମୂର୍ଛନା ।

ରିମ୍ ଝିମ୍ ତୁମ ସଂଗୀତ ଲହରୀ ଶୁଣିଲେ ପଡଇ ଜଣା ।।

ଧରା ବକ୍ଷେ ଲୋଟି ଯାଅ ଆତ୍ମ ସମର୍ପଣ ଭାବ ନେଇ ।

ପ୍ରସର।ଇ ବ।ହୁ ଆଲିଂଗନ ପାଶେ ସେ ବି ଧରେ ତୁମକୁ ଜଡ।ଇ ।।

କବି ଭାବୁ ଥାଏ ଶବ୍ଦ ଚତୁର୍ଯ୍ୟରେ କିପରି ବର୍ଣ୍ଣନ୍ତା ତୁମ ମିଳନର ଦୃଶ୍ୟକୁ ।

ଭାଷା ଫୁଲ ଦେଇ ସଜାଇ ଦିଆନ୍ତ। ଆଦ୍ର ବସ୍ତ୍ରାବୃତ। ତୁମ ଅନିନ୍ଦ୍ୟ ସୌନ୍ଦଯ୍ୟକୁ ।।

ବିଳମ୍ବିତ ରାତ୍ର ଦ୍ବିତୀୟ ପ୍ରହରେ ଯେବେ ଆସ ଅଚାନକ ମୃଦୁ ପଦକ୍ଷେପେ ।

ବିଜୁଳି ଅଲୋକେ ଝଲମଲ ଦିଶେ ତୁମ ମୁଖ ମଣ୍ଡଳର କାନ୍ତି ସତେ ।।

ଗବାକ୍ଷ ପାଖରେ ବସି ରାତି ସ।ରା ଯଦି କେ ଭାବୁକ ଚାହେଁ ଲୋଲୁପେ ତୁମକୁ ।

ଅପସରି ଯା’ନ୍ତି ନିଦ୍ରା ଦେବୀ ଅଭିମାନେ ତାର ଶଯ୍ୟା କକ୍ଷୁ ବାହାରକୁ ।।

ଶାନ୍ତିଲତା ମିଶ୍ର , ରଚେଷ୍ଟର , ମିନେସୋଟା


Rate this content
Log in