Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Dixit

Abstract Inspirational

2  

Tapan Dixit

Abstract Inspirational

ଅଜଣା ସମ୍ପର୍କ

ଅଜଣା ସମ୍ପର୍କ

1 min
6.6K


ଯେଉଁ ଚିଠି ତୁମେ କେବେବି ଲେଖିନ 

ନିତି ବସି ତାକୁ ପଢେ 

ଅନ୍ଧାର ଆଡେଇ ପ୍ରତିଟି ରାତିରେ

ଅଜଣା ସମ୍ପର୍କ ଯୋଡ଼େ,

ଚିହ୍ନା ଅଚିହ୍ନାର ଅଭିନୟ କରେ 

ସପନର ରଂଗମଞ୍ଚେ

ରାତି ପାହିଗଲେ ପଲକ ଉଠିଲେ

ରହିଯାଏ ସାଥୀ ମିଛେ,

(ଏଠି) ହସିବାକୁ ମନା ସବୁତ ବାହାନା 

‘ସମାଜର ମାପ କାଠି’ 

ହାତେ ଚାଖଣ୍ଡରେ ମାପି ମାପି ସାଥୀ 

ଲାଗିଯାଏ ଅଣ୍ଟା ପିଠି,

ଲୁହକୁ ଲୁଚାଇ ବଂଚିବାକୁ ପଡେ 

‘ସର୍କସ ଜୋକେର’ ପରି 

ଆଖି ଲୁହ ଝରେ ଅନ୍ଧାର ଭିତରେ 

ଅଭିନୟ ଗଲେ ସରି 

ତପନ ଦୀକ୍ଷିତ

(ବେଳାଭୂମି)


Rate this content
Log in

Similar oriya poem from Abstract