ଜୀବନ ଗୀତା- ୧୩୪
ଜୀବନ ଗୀତା- ୧୩୪
1 min
14K
ଜୀବନ ଗୀତା-୧୩୪
ଜୀବନ ନିବିଡ ବନ୍ଧୁଟିଏ ପରି
କାହା ସାଥେ ହୁଏ ସଂପର୍କିତ
ପୁଣି କେବେ ସିଏ ହାତ ଛାଡିଦେଇ
ହୃଦୟକୁ କରେ ଆଲୋଡିତ ॥୦॥
କେବେ ଆନନ୍ଦ, କେବେ ବିଷାଦ
ଜୀବନ ତ ବାଣ୍ଟିଚାଲିଥାଏ
କେବେ ନିଜର, କେବେ ସେ ପର
ଜୀବନକୁ ଭରସା ନଥାଏ
ବିଷାଦ ପାଚେରି ଭାଙ୍ଗିଯାଇହୁଏ
ଆନନ୍ଦ ଲହରି ଉଦ୍ବେଳିତ ॥୧॥
କେବେ ମିଳନ, କେବେ ବିଚ୍ଛିନ୍ନ
ଜୀବନର ଖାଣ୍ଟି ସତ ଇଏ
କେବେ ନିଷ୍ପାପ, କେବେ ସେ ପାପ
ଜୀବନର ବଦନାମ ହୁଏ
ବିଚ୍ଛେଦ ପରବ ସରିଯାଇ ପୁଣି
ମିଳନର ହୁଏ ଶଙ୍ଖନାଦ ॥୨॥