ଜୀବନ ସତ୍ୟ 3
ଜୀବନ ସତ୍ୟ 3
ଅପସରା ମନ ବିଦଗ୍ଧ ମୈଥୁନ
ଅପହଞ୍ଚ ଆରୋହଣ
ଯେତେ ଖୋଜୁଥାଏ ଦିନ ଗଡୁଥାଏ
ଦିଗନ୍ତ ତା ସୀମାହୀନ
ଅପଶୋରା ଦିନ ସୀମାହୀନ ଆଶା
ଶ୍ରାବଣୀର ଅଶ୍ରୁ ଝର
ଆଜି ଯେ ନିଜର କାଲି ହୁଏ ପର
ଅପଶୋରା କରବୀର
ସଂସାର ରେ ସବୁ ସ୍ମରଣ ଅଲୋଡା
କର୍ତ୍ତବ୍ୟ ରେ ଯେଣୁ ଧାର
ସମୟ ସ୍ରୋତରେ ଚାଲିଥାନ୍ତି ସର୍ବେ
କେହି ନୁହେଁ ଏଠି କାର
ସ୍ଵାର୍ଥର ପଥରେ ସ୍ଵାର୍ଥୀ ରହେ ସିନା
ନିସ୍ଵାର୍ଥକୁ ସବୁ ଏକା
ଅପଶୋରା ହେଲେ ଅପସରା ଦିନ
ଜୀବନ ନିର୍ଜୀବ ଲେଖା