Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shiba Charan Mahapatra

Others

4.3  

Shiba Charan Mahapatra

Others

ଆସବାରେ ନବଦୂର୍ଗା

ଆସବାରେ ନବଦୂର୍ଗା

1 min
167



ନମଃ ନମଃ ମା' ଦୁର୍ଗତିନାଶିନୀ

ନମସ୍ତେ ବ୍ରହ୍ମଚାରିଣୀ

ନମଃ ନମଃ ମା' ତ୍ରିପୁରମୋହିନୀ

ନମସ୍ତେ ମା' କାତ୍ୟାୟନୀ !


ନମଃ ନମଃ ମା' ମହିଷାମର୍ଦ୍ଦିନୀ

ନମସ୍ତେ ମା' କାଳରାତ୍ରୀ

ଘେନ ମୋ ପ୍ରଣତି ମହାଗୌରୀ ମାତା

ନମସ୍ତେ ମା' ସିଦ୍ଧିଧାତ୍ରୀ !


ଧରଣୀ ଲଲାଟେ ଅନ୍ୟାୟ ଅନୀତି 

ହେଲାଣି ଏବେ ଉଛୁର 

ଅବତରି ଆସ ନବଦୂର୍ଗା ମାଆ

ନାଶିବାକୁ ପାପ ଭାର !


କଳଙ୍କ କାଳିମା ଛାତିତଳେ ଚାପି

ହସନ୍ତି ଅସୁର ଘରେ 

ଦେଖିଯାଅ ବାରେ ଶତ ଶତ ଦୈତ୍ୟ 

ବେଢିଲେଣି ମହିପରେ !


ପ୍ରତି ନେତ୍ର ଆଢୁଆଳେ ଲୁଚିଅଛି 

କାମନା ଲାଳସା ଚୋର

ପ୍ରତି ପ୍ରାଣେ ଆଜି ଦୁରାଚାରୀ ଭାବ

ସୂଦୀପ୍ତ ମହିଷାସୁର !


ତୀକ୍ଷ୍ଣ ଖଡ୍ଗ ଧାରେ ଛିନ୍ନ କର ଶିର

ପୂଣ୍ୟ ହେଉ ସଂସ୍ଥାପନ 

ଧର୍ମ କଳିକା ଖିଲିଖିଲି ହସୁ

ସୁବାସେ ବୋହି ଚନ୍ଦନ !


ଆସ ଆସ ବାରେ ନବଦୂର୍ଗା ମାଆ

ଦଶଭୂଜେ ଅସ୍ତ୍ର ଧରି

ତୁମ ଆଗମନେ ଧରିତ୍ରୀ ଶ୍ରୀଅଙ୍ଗୁ 

କଳୁଷ ଯାଉ ଅପ୍ସରୀ !



Rate this content
Log in